ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି
ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ କାର୍ଯ୍ୟାଳୟ ସୂଚନା ଦେଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଇରାନ ରାଷ୍ଟ୍ରପତିଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅଛନ୍ତି। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଆଗମନ ସମୟରେ ତାଙ୍କ ଦଳରେ ବୈଦେଶିକ ମନ୍ତ୍ରୀ, ଅନ୍ୟ କ୍ୟାବିନେଟ୍ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀ […] The post ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି appeared first on Dharitri Odia News.
ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ କାର୍ଯ୍ୟାଳୟ ସୂଚନା ଦେଇଛି।
ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଇରାନ ରାଷ୍ଟ୍ରପତିଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅଛନ୍ତି। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଆଗମନ ସମୟରେ ତାଙ୍କ ଦଳରେ ବୈଦେଶିକ ମନ୍ତ୍ରୀ, ଅନ୍ୟ କ୍ୟାବିନେଟ୍ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ବୁଧବାର ପର୍ଯ୍ୟନ୍ତ ଏହି ଗସ୍ତ ଜାରି ରହିବ ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି। ଏହି ଗସ୍ତ ସମୟରେ ଦୁଇ ମୁସଲମାନ ପଡ଼ୋଶୀ ଚଳିତ ବର୍ଷ ଅଦୃଶ୍ୟ ସାମରିକ ଆକ୍ରମଣ ପରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବେ।
The post ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି appeared first on Dharitri Odia News.