ଇସ୍ରାଏଲକୁ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ, ଜାଣନ୍ତୁ କ’ଣ ହେବ ପରିଣାମ?

ନୂଆଦିଲ୍ଲୀ ୭।୧୦: ହିଜବୁଲ ମୁଖ୍ୟ ନସରଲ୍ଲାର ମୃତ୍ୟୁ ପରେ ଇସ୍ରାଏଲ ସହ ଲେବାନନ ଓ ଇରାନର ଯୁଦ୍ଧ ଆରମ୍ଭ ହୋଇଯାଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ ଲଗାତାର ଲେବାନନ ଉପରେ ବିମାନ ଆକ୍ରମଣ କରୁଛି। ଏହାକୁ ନେଇ ମୁସଲମାନ ଜଗତ ଏବେ ଅସନ୍ତୁଷ୍ଟ।  ଅନେକ ମୁସଲମାନ ଦେଶ ଇସ୍ରାଏଲକୁ ବିମାନ ଆକ୍ରମଣ ରୋକିବାକୁ କହୁଛନ୍ତି। ଏଥି ମଧ୍ୟରେ ପାକିସ୍ତାନ ଏବେ ଇସ୍ରାଏଲକୁ ପରମାଣୁ ବୋମା ଧମକ ଦେଇଛି। ପାକିସ୍ତାନ ପକ୍ଷରୁ ଇସ୍ରାଏଲକୁ କଡ଼ା ଚେତାବନୀ ଦିଆଯାଇଛି। ପାକିସ୍ତାନ ସରକାର ଓ ସେନା ମିଳିତ ବିବୃତ୍ତିରେ ତାଙ୍କ କ୍ଷେତ୍ର ଉପରେ ଏପରି ଆକ୍ରମଣ ହେଲେ ସେ ଏହାର ଜବାବ ପରମାଣୁ ଅସ୍ତ୍ରରେ ଦେବେ ବୋଲି କହିଛନ୍ତି। ପାକିସ୍ତାନ କହିଛି ଯେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ସହିତ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ। ସବୁ ପ୍ରକାର ଆକ୍ରମଣର ଜବାବ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଓ ଇସ୍ରାଏଲ ମଧ୍ୟରେ ଐତିହାସିକ ରୂପେ କୌଣସି ପ୍ରକାରର ସିଧାଶଳଖ ଶତ୍ରୁତା ନାହିଁ। ହେଲେ ଉଭୟ ଦେଶ ପରସ୍ପର ବିରୋଧୀ। ପାକିସ୍ତାନ ଓ ଇସ୍ରାଏଲ ମଧ୍ୟରେ କୁଟନୈତିକ ସମ୍ପର୍କ ବି ନାହିଁ। ତେବେ ପାକିସ୍ତାନ ସବୁବେଳେ ପାଲେଷ୍ଟାଇନ ପାଇଁ ଏକ ପୃଥକ ଦେଶର ମାନ୍ୟତା ଦାବି କରିଆସୁଛି। ଇସ୍ରାଏଲ ସହିତ ପାକିସ୍ତାନର କୌଣସି ପ୍ରକାରର ସିଧା ଯୁଦ୍ଧ ସମ୍ଭାବନା ବି ନାହିଁ। କିନ୍ତୁ ଯଦି ସବୁ ଇସ୍ଲାମିକ ଦେଶ ମିଳିତ ଇସ୍ରାଏଲ ବିରୋଧରେ ଯୁଦ୍ଧ କରନ୍ତି ତେବେ ଏଥିରେ ପ

ଇସ୍ରାଏଲକୁ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ, ଜାଣନ୍ତୁ କ’ଣ ହେବ ପରିଣାମ?

ନୂଆଦିଲ୍ଲୀ ୭।୧୦: ହିଜବୁଲ ମୁଖ୍ୟ ନସରଲ୍ଲାର ମୃତ୍ୟୁ ପରେ ଇସ୍ରାଏଲ ସହ ଲେବାନନ ଓ ଇରାନର ଯୁଦ୍ଧ ଆରମ୍ଭ ହୋଇଯାଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ ଲଗାତାର ଲେବାନନ ଉପରେ ବିମାନ ଆକ୍ରମଣ କରୁଛି। ଏହାକୁ ନେଇ ମୁସଲମାନ ଜଗତ ଏବେ ଅସନ୍ତୁଷ୍ଟ।  ଅନେକ ମୁସଲମାନ ଦେଶ ଇସ୍ରାଏଲକୁ ବିମାନ ଆକ୍ରମଣ ରୋକିବାକୁ କହୁଛନ୍ତି। ଏଥି ମଧ୍ୟରେ ପାକିସ୍ତାନ ଏବେ ଇସ୍ରାଏଲକୁ ପରମାଣୁ ବୋମା ଧମକ ଦେଇଛି। 

ପାକିସ୍ତାନ ପକ୍ଷରୁ ଇସ୍ରାଏଲକୁ କଡ଼ା ଚେତାବନୀ ଦିଆଯାଇଛି। ପାକିସ୍ତାନ ସରକାର ଓ ସେନା ମିଳିତ ବିବୃତ୍ତିରେ ତାଙ୍କ କ୍ଷେତ୍ର ଉପରେ ଏପରି ଆକ୍ରମଣ ହେଲେ ସେ ଏହାର ଜବାବ ପରମାଣୁ ଅସ୍ତ୍ରରେ ଦେବେ ବୋଲି କହିଛନ୍ତି। ପାକିସ୍ତାନ କହିଛି ଯେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ସହିତ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ। ସବୁ ପ୍ରକାର ଆକ୍ରମଣର ଜବାବ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଓ ଇସ୍ରାଏଲ ମଧ୍ୟରେ ଐତିହାସିକ ରୂପେ କୌଣସି ପ୍ରକାରର ସିଧାଶଳଖ ଶତ୍ରୁତା ନାହିଁ। ହେଲେ ଉଭୟ ଦେଶ ପରସ୍ପର ବିରୋଧୀ। 

ପାକିସ୍ତାନ ଓ ଇସ୍ରାଏଲ ମଧ୍ୟରେ କୁଟନୈତିକ ସମ୍ପର୍କ ବି ନାହିଁ। ତେବେ ପାକିସ୍ତାନ ସବୁବେଳେ ପାଲେଷ୍ଟାଇନ ପାଇଁ ଏକ ପୃଥକ ଦେଶର ମାନ୍ୟତା ଦାବି କରିଆସୁଛି। ଇସ୍ରାଏଲ ସହିତ ପାକିସ୍ତାନର କୌଣସି ପ୍ରକାରର ସିଧା ଯୁଦ୍ଧ ସମ୍ଭାବନା ବି ନାହିଁ। କିନ୍ତୁ ଯଦି ସବୁ ଇସ୍ଲାମିକ ଦେଶ ମିଳିତ ଇସ୍ରାଏଲ ବିରୋଧରେ ଯୁଦ୍ଧ କରନ୍ତି ତେବେ ଏଥିରେ ପାକିସ୍ତାନ ବି ଅଂଶଗ୍ରହଣ କରିପାରେ। 

ମୁସଲମାନ ଦେଶଙ୍କ ମଧ୍ୟରେ ଏକମାତ୍ର ପାକିସ୍ତାନ ଏପରି ଦେଶ ଯାହା ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। ଏଥିରେ ଯଦି ପାକିସ୍ତାନ ଇସ୍ରାଏଲ ବିରୋଧରେ ପରମାଣୁ ଯୁଦ୍ଧ କରେ ଏଥିରେ ତାର ଅନ୍ତ ନିଶ୍ଚିତ। କାରଣ ଇସ୍ରାଏଲ ମଧ୍ୟ ନିଜେ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ଏହା ଛଡା ଇସ୍ରାଏଲର ମିତ୍ର ରାଷ୍ଟ୍ର ଆମେରିକା ଓ ବ୍ରିଟେନ ମଧ୍ୟ ପରମାଣୁ ଶକ୍ତି ସମ୍ପନ୍ନ। ପଡୋଶୀ ଦେଶ ଯୁଦ୍ଧରେ ସାମିଲ ହେବା ପରିସ୍ଥିତିରେ ଭାରତକୁ ଯଦି ନିଜର ପକ୍ଷ ବାଛିବାକୁ ପଡେ ତେବେ ଭାରତ ଇସ୍ରାଏଲ ଓ ଆମେରିକା ପକ୍ଷରେ ରହିବ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଇସ୍ରାଏଲ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇପାରେ।