ଇସ୍ରାଏଲର ବିମାନ ଆକ୍ରମଣରେ ହେଜବୁଲ୍ଲାର ମିସାଇଲ୍‌ ମୁଖ୍ୟ ନିପାତ

ବେରୁତ: ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍‌ରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଦୁଇଟି ଅଞ୍ଚଳରେ କୋଠାଘରଗୁଡ଼ିକ ଭୂତଳଶାୟୀ ହୋଇପଡ଼ିଥିଲା। ଇସ୍ରାଏଲର ଆକ୍ରମଣ ଦକ୍ଷିଣ ଲେବାନନରେ ଜାତିସଂଘର ଶାନ୍ତିରକ୍ଷୀମାନଙ୍କୁ ମଧ୍ୟ ବିପଦରେ ପକାଇଛି, ଯେଉଁମାନେ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନର ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନରେ ହେଜବୁଲ୍ଲାର ମିସାଇଲ୍‌ ଶାଖା ମୁଖ୍ୟ ଅରେବ୍‌ ଏଲ୍‌ ସୋଗା ନିପାତ ହୋଇଛି। ଅରେବ୍‌ ଓ ତା’ର କେତେକ ସହଯୋଗୀମାନଙ୍କ ଏକ ଆଡ଼ା ଠାବ […]

ଇସ୍ରାଏଲର ବିମାନ ଆକ୍ରମଣରେ ହେଜବୁଲ୍ଲାର ମିସାଇଲ୍‌ ମୁଖ୍ୟ ନିପାତ

ବେରୁତ: ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍‌ରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଦୁଇଟି ଅଞ୍ଚଳରେ କୋଠାଘରଗୁଡ଼ିକ ଭୂତଳଶାୟୀ ହୋଇପଡ଼ିଥିଲା। ଇସ୍ରାଏଲର ଆକ୍ରମଣ ଦକ୍ଷିଣ ଲେବାନନରେ ଜାତିସଂଘର ଶାନ୍ତିରକ୍ଷୀମାନଙ୍କୁ ମଧ୍ୟ ବିପଦରେ ପକାଇଛି, ଯେଉଁମାନେ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନର ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନରେ ହେଜବୁଲ୍ଲାର ମିସାଇଲ୍‌ ଶାଖା ମୁଖ୍ୟ ଅରେବ୍‌ ଏଲ୍‌ ସୋଗା ନିପାତ ହୋଇଛି। ଅରେବ୍‌ ଓ ତା’ର କେତେକ ସହଯୋଗୀମାନଙ୍କ ଏକ ଆଡ଼ା ଠାବ ହେବାପରେ ଇସ୍ରାଏଲ ଏହାକୁ ବୋମାମାଡ଼ରେ ଧ୍ବସ୍ତ କରିଦେଇଛି । ତେବେ ହେଜବୁଲ୍ଲାର ଯୋଗାଯୋଗ ଓ ସମନ୍ୱୟ ୟୁନିଟ୍‌ର ମୁଖ୍ୟ ୱାଫିକ୍ ସାଫା ଇସ୍ରାଏଲ ହତ୍ୟା ଉଦ୍ୟମର ଟାର୍ଗେଟ ଥିଲେ ମଧ୍ୟ ବର୍ତ୍ତି ଯାଇଛି। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କେନ୍ଦ୍ରୀୟ ବେରୁତ ଉପରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍‌ରେ ଅଲଗା ଅଲଗା ଅଞ୍ଚଳରେ ଥିବା ଦୁଇଟି ଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୧୭ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣରେ ଏକ ଆଠ ମହଲା କୋଠା ଭୁଶୁଡ଼ି ପଡ଼ିବା ସହ ଅନ୍ୟ ଏକ କୋଠାର ତଳ ମହଲା ଭାଙ୍ଗିଯିବାରୁ ଦୁଇ ପଡ଼ୋଶୀ ଅଞ୍ଚଳ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ଜାତିସଂଘର ଶାନ୍ତିରକ୍ଷୀଙ୍କ ଉପରକୁ ଗୁଳି ଚଳାଇଥିଲେ, ଯେଉଁଥିରେ ୨ ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ବ୍ୟାପକ ନିନ୍ଦା କରାଯିବା ସହ ଏହାର ପ୍ରତିବାଦରେ ଇଟାଲୀ ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଡକାଇଥିଲା। ଇସ୍ରାଏଲ ଆକ୍ରମଣ ସତ୍ତ୍ୱେ ଜାତିସଂଘର ଶାନ୍ତିରକ୍ଷୀମାନେ ଦକ୍ଷିଣ ଲେବାନନରେ ରହିବେ ବୋଲି ୟୁନିଫିଲ୍ ମୁଖପାତ୍ର ଆଣ୍ଡ୍ରିଆ ଟେନେଣ୍ଟି କହିଛନ୍ତି।