ଇସ୍ରାଏଲୀ ସେନା ଗୁଳିରେ ୫୧ ମୃତ, ୨୦୦ ଆହତ

ଡେସ୍କ: ଦକ୍ଷିଣ ଗାଜାରେ ଏକ ସହାୟତା ବଣ୍ଟନ ସ୍ଥଳ ନିକଟରେ ଇସ୍ରାଏଲୀ ସେନା ଗୁଳି ଚଳାଇବାରୁ ୫୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହମାସ ପରିଚାଳିତ ନାଗରିକ ପ୍ରତିରକ୍ଷା ସଂସ୍ଥା ଦାବି କରିଛି ଯେ ଖାନ ୟୁନିସରେ ସହାୟତା ସ୍ଥଳ ନିକଟରେ ଇସ୍ରାଏଲୀ ସେନା ଭିଡ଼ ଉପରେ ଗୁଳି ଚଳାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲୋକମାନେ ବାନି ସୁହେଇଲା ସହରକୁ ଯାଉଥିବା ଏକ ପ୍ରମୁଖ ରାସ୍ତା ନିକଟରେ […]

ଇସ୍ରାଏଲୀ ସେନା ଗୁଳିରେ ୫୧ ମୃତ, ୨୦୦ ଆହତ

ଡେସ୍କ: ଦକ୍ଷିଣ ଗାଜାରେ ଏକ ସହାୟତା ବଣ୍ଟନ ସ୍ଥଳ ନିକଟରେ ଇସ୍ରାଏଲୀ ସେନା ଗୁଳି ଚଳାଇବାରୁ ୫୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହମାସ ପରିଚାଳିତ ନାଗରିକ ପ୍ରତିରକ୍ଷା ସଂସ୍ଥା ଦାବି କରିଛି ଯେ ଖାନ ୟୁନିସରେ ସହାୟତା ସ୍ଥଳ ନିକଟରେ ଇସ୍ରାଏଲୀ ସେନା ଭିଡ଼ ଉପରେ ଗୁଳି ଚଳାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲୋକମାନେ ବାନି ସୁହେଇଲା ସହରକୁ ଯାଉଥିବା ଏକ ପ୍ରମୁଖ ରାସ୍ତା ନିକଟରେ ଏକତ୍ରିତ ହୋଇଥିଲେ, ଯେଉଁଠାରେ ସପ୍ତାହ ଧରି ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ଚାଲିଆସିଛି। ଇସ୍ରାଏଲୀ ସେନା କହିଛି ଯେ ଏହା ଘଟଣାର ତଦନ୍ତ ଆରମ୍ଭ କରିଛି।