ଇସ୍ରାଏଲ୍ର ପୁଣି ଭୟଙ୍କର ଆକ୍ରମଣ: ୨୧ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ
ଜେରୁଜେଲମ: ପାଲେଷ୍ଟାଇନ ଉପରେ ପୁଣି ଘାତକ ଆକ୍ରମଣ କଲା ଇସ୍ରାଏଲ୍। ଗୁରୁବାର ୟହୁଦୀ ସେନାର ଘାତକ ଆକ୍ରଣରେ ୨୧ ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତକାଲି ଇରାନ ସମର୍ଥିତ ଲେବାନନ ସହିତ ଅସ୍ତ୍ରବିରତୀ ପ୍ରକ୍ରିୟା ଆରମ୍ଭ କରିବାର ଗୋଟିଏ ଦିନ ପରେ ହମାସ ଉପରେ ଏହି ଆକ୍ରମଣ କରିଛି ଇସ୍ରାଏଲ୍। ଗତକାଲି ଲେବାନନ ସହିତ ଅସ୍ତ୍ରିବରତୀ ଚୁକ୍ତି କରିବା ପରେ ଗତ ବର୍ଷେ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଶତ୍ରୁତା ଏକପ୍ରକାର ଶେଷ ହୋଇଛି। ଏପଟେ ହମାସ ସହିତ ମଧ୍ୟ ଏଭଳି କିଛି ଶାନ୍ତି ଚୁକ୍ତି କରାଯାଉ ବୋଲି ପାଲେଷ୍ଟାଇନ ନାଗରିକ ଆଶା ରଖିଛନ୍ତି। ୭ ଅକ୍ଟୋବର ୨୦୨୩ ହମାସ ଇସ୍ରାଏଲ ଉପରେ କ୍ରୁର ଆକ୍ରମଣ କରିବା ପରେ ଇସ୍ରାଏଲ ହମାସ ଆତଙ୍କବାଦୀମାନଙ୍କୁ ସମୂଳେ ବିନାଶ କରିବାକୁ ଶପଥ ନେଇଥିଲା। ଏଥିପାଇଁ ଇସ୍ରାଏଲ୍ ୨.୩ ମିଲିଅନ ଲୋକ ରହୁଥିବା ଗାଜା ଅଞ୍ଚଳକୁ ଧ୍ଵଂସସ୍ତୁପରେ ପରିଣତ କରିଦେଇଛି। ତେଣୁ ଲେବାନନ ପରି ହମାସ ସହିତ ମଧ୍ୟ ଶାନ୍ତି ଚୁକ୍ତି ହେବ ବୋଲି ଗାଜାର ଲୋକେ ଆଶା କରିଛନ୍ତି। ସୂଚନା ଥାଉକି ଇସ୍ରାଏଲ ଆକ୍ରମଣରେ ଗାଜାରେ ୪୪,୨୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଗାଜାର ପ୍ରାୟ ସମ୍ପୂର୍ଣ୍ଣ ଜନସଂଖ୍ୟା ବିସ୍ତାପିତ ହୋଇଛନ୍ତି। ବର୍ତ୍ତମାନ ଗାଜାର ୯୯ ପ୍ରତିଶତ ଏରିଆ ଜନଶୂନ୍ୟ ଦୁର୍ଗ ପରି ମନେ ହେଉଛି।
ଜେରୁଜେଲମ: ପାଲେଷ୍ଟାଇନ ଉପରେ ପୁଣି ଘାତକ ଆକ୍ରମଣ କଲା ଇସ୍ରାଏଲ୍। ଗୁରୁବାର ୟହୁଦୀ ସେନାର ଘାତକ ଆକ୍ରଣରେ ୨୧ ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତକାଲି ଇରାନ ସମର୍ଥିତ ଲେବାନନ ସହିତ ଅସ୍ତ୍ରବିରତୀ ପ୍ରକ୍ରିୟା ଆରମ୍ଭ କରିବାର ଗୋଟିଏ ଦିନ ପରେ ହମାସ ଉପରେ ଏହି ଆକ୍ରମଣ କରିଛି ଇସ୍ରାଏଲ୍। ଗତକାଲି ଲେବାନନ ସହିତ ଅସ୍ତ୍ରିବରତୀ ଚୁକ୍ତି କରିବା ପରେ ଗତ ବର୍ଷେ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଶତ୍ରୁତା ଏକପ୍ରକାର ଶେଷ ହୋଇଛି। ଏପଟେ ହମାସ ସହିତ ମଧ୍ୟ ଏଭଳି କିଛି ଶାନ୍ତି ଚୁକ୍ତି କରାଯାଉ ବୋଲି ପାଲେଷ୍ଟାଇନ ନାଗରିକ ଆଶା ରଖିଛନ୍ତି।
୭ ଅକ୍ଟୋବର ୨୦୨୩ ହମାସ ଇସ୍ରାଏଲ ଉପରେ କ୍ରୁର ଆକ୍ରମଣ କରିବା ପରେ ଇସ୍ରାଏଲ ହମାସ ଆତଙ୍କବାଦୀମାନଙ୍କୁ ସମୂଳେ ବିନାଶ କରିବାକୁ ଶପଥ ନେଇଥିଲା। ଏଥିପାଇଁ ଇସ୍ରାଏଲ୍ ୨.୩ ମିଲିଅନ ଲୋକ ରହୁଥିବା ଗାଜା ଅଞ୍ଚଳକୁ ଧ୍ଵଂସସ୍ତୁପରେ ପରିଣତ କରିଦେଇଛି। ତେଣୁ ଲେବାନନ ପରି ହମାସ ସହିତ ମଧ୍ୟ ଶାନ୍ତି ଚୁକ୍ତି ହେବ ବୋଲି ଗାଜାର ଲୋକେ ଆଶା କରିଛନ୍ତି।
ସୂଚନା ଥାଉକି ଇସ୍ରାଏଲ ଆକ୍ରମଣରେ ଗାଜାରେ ୪୪,୨୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଗାଜାର ପ୍ରାୟ ସମ୍ପୂର୍ଣ୍ଣ ଜନସଂଖ୍ୟା ବିସ୍ତାପିତ ହୋଇଛନ୍ତି। ବର୍ତ୍ତମାନ ଗାଜାର ୯୯ ପ୍ରତିଶତ ଏରିଆ ଜନଶୂନ୍ୟ ଦୁର୍ଗ ପରି ମନେ ହେଉଛି।