ଇସ୍ରାଏଲ୍‌ର ପ୍ରତିଆକ୍ରମଣ ଆରମ୍ଭ; ଇରାନର କିଛି ସହରକୁ ଟାର୍ଗେଟ, ପରମାଣୁ କେନ୍ଦ୍ର ଉପରେ ମିସାଇଲ୍ ମାଡ଼

ନୂଆଦିଲ୍ଲୀ: ଇରାନ ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ୍ । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ପ୍ରତିଆକ୍ରମଣ କରିଛି । ଶୁକ୍ରବାର ଇରାନର ଅଧିକାଂଶ ସହରର ଉପରେ ଆଇଡିଏଫ୍ ମିସାଇଲ ଓ ଡ୍ରୋନରେ ଆଟାକ୍ କରିଛି । କିଛି ସହରରେ ଆକାଶ ମାର୍ଗକୁ ନିଆଁ ବର୍ଷା ହୋଇଛି । ବଡ଼ ବଡ଼ ବିଲ୍ଡିଂ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । କୁହାଯାଇଛି, ଇସ୍ରାଏଲ୍ ସେନା ଇରାନର ପରମାଣୁ ଉର୍ଜା କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଇରାନ ନ୍ୟୁକ୍ଲିୟର ସାଇଟ୍‌ରେ ତିନୋଟି ମିସାଇଲ୍ ମାଡ଼ ହୋଇଥିବା ସୂଚନା ରହିଛି । ଫଳରେ ପରମାଣୁ ପ୍ଲାଣ୍ଟ୍ ନଷ୍ଟ ହୋଇଥିବା କୁହାଯାଇଛି । ସେପଟେ ଇସ୍ରାଏଲର ପାଲଟା ଆକ୍ରମଣ ପରେ ଇସଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପୋସ୍ ନିଜ ସୈନ୍ୟ ଆଡ୍ଡାକୁ ହାଇ-ଆଲର୍ଟ କରିଛି । ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଆକ୍ଟିଭେଟ୍ କରିଛି । ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ମୁତାବକ, ଏହି ହମଲା ଶୁକ୍ରବାର ଭୋରୁ ହୋଇଛି । ଇରାନର ଇସ୍‌ଫହାନ ସହରର ଏୟାରପୋର୍ଟକୁ ଟାର୍ଗେଟ୍ କରାଯାଇଛି । ଏୟାରପୋର୍ଟ ଉପରେ ମିସାଇଲ୍ ମାଡ଼ କରିଛି ଆଇଡିଏଫ୍ । ଫଳରେ ଖୁବ୍ ଜୋରରେ ବିସ୍ଫୋରଣ ହୋଇଛି । ତେବେ ଇରାନର ଏହି ସହରରେ ପରମାଣୁ ଉର୍ଜା କେନ୍ଦ୍ର ରହିଛି । ୟୁରାନିୟମକୁ ନେଇ ଏଠାରେ ବଡ଼ ପ୍ରକଳ୍ପ ଚାଲୁଥିବା କୁହାଯାଉଛି । ଇସ୍ରାଏଲର ମିସାଇଲ୍ ଆକ୍ରମଣ ପରେ ଇରାନ ଦେଇ ଯାଉଥିବା କିଛି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ଇରାନର କିଛି ବିମାନକୁ ବାତିଲ୍ କରାଯା

ଇସ୍ରାଏଲ୍‌ର ପ୍ରତିଆକ୍ରମଣ ଆରମ୍ଭ; ଇରାନର କିଛି ସହରକୁ ଟାର୍ଗେଟ, ପରମାଣୁ କେନ୍ଦ୍ର ଉପରେ ମିସାଇଲ୍ ମାଡ଼

ନୂଆଦିଲ୍ଲୀ: ଇରାନ ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ୍ । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ପ୍ରତିଆକ୍ରମଣ କରିଛି । ଶୁକ୍ରବାର ଇରାନର ଅଧିକାଂଶ ସହରର ଉପରେ ଆଇଡିଏଫ୍ ମିସାଇଲ ଓ ଡ୍ରୋନରେ ଆଟାକ୍ କରିଛି । କିଛି ସହରରେ ଆକାଶ ମାର୍ଗକୁ ନିଆଁ ବର୍ଷା ହୋଇଛି । ବଡ଼ ବଡ଼ ବିଲ୍ଡିଂ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । କୁହାଯାଇଛି, ଇସ୍ରାଏଲ୍ ସେନା ଇରାନର ପରମାଣୁ ଉର୍ଜା କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଇରାନ ନ୍ୟୁକ୍ଲିୟର ସାଇଟ୍‌ରେ ତିନୋଟି ମିସାଇଲ୍ ମାଡ଼ ହୋଇଥିବା ସୂଚନା ରହିଛି । ଫଳରେ ପରମାଣୁ ପ୍ଲାଣ୍ଟ୍ ନଷ୍ଟ ହୋଇଥିବା କୁହାଯାଇଛି । ସେପଟେ ଇସ୍ରାଏଲର ପାଲଟା ଆକ୍ରମଣ ପରେ ଇସଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପୋସ୍ ନିଜ ସୈନ୍ୟ ଆଡ୍ଡାକୁ ହାଇ-ଆଲର୍ଟ କରିଛି । ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଆକ୍ଟିଭେଟ୍ କରିଛି । 

ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ମୁତାବକ, ଏହି ହମଲା ଶୁକ୍ରବାର ଭୋରୁ ହୋଇଛି । ଇରାନର ଇସ୍‌ଫହାନ ସହରର ଏୟାରପୋର୍ଟକୁ ଟାର୍ଗେଟ୍ କରାଯାଇଛି । ଏୟାରପୋର୍ଟ ଉପରେ ମିସାଇଲ୍ ମାଡ଼ କରିଛି ଆଇଡିଏଫ୍ । ଫଳରେ ଖୁବ୍ ଜୋରରେ ବିସ୍ଫୋରଣ ହୋଇଛି । ତେବେ ଇରାନର ଏହି ସହରରେ ପରମାଣୁ ଉର୍ଜା କେନ୍ଦ୍ର ରହିଛି । ୟୁରାନିୟମକୁ ନେଇ ଏଠାରେ ବଡ଼ ପ୍ରକଳ୍ପ ଚାଲୁଥିବା କୁହାଯାଉଛି । ଇସ୍ରାଏଲର ମିସାଇଲ୍ ଆକ୍ରମଣ ପରେ ଇରାନ ଦେଇ ଯାଉଥିବା କିଛି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ଇରାନର କିଛି ବିମାନକୁ ବାତିଲ୍ କରାଯାଇଛି । ଆଇଡିଏଫର ପାଲଟା ଆକ୍ରମଣ ପରେ ଇରାନ ଏହି ଅଞ୍ଚଳରେ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ୍ କରିଛି । 

ଇରାନ ଉପରେ ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ଓ୍ବାର୍ କ୍ୟାବିନେଟ୍ ବୈଠକ ଡାକିଥିଲେ । ଇରାନ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି  ନେତାନ୍ୟାହୁ କହିଥିଲେ । ଅନ୍ୟପଟେ ସମ୍ଭାବ୍ୟ ହମଲା ପୂର୍ବରୁ ଇରାନ ବିଦେଶ ମନ୍ତ୍ରୀ ହୁସେନ ଅମୀର ଗୁରୁବାର ଚେତାବନୀ ଦେଇଥିଲେ । ସେ କହିଥିଲେ, ଯଦି ଇସ୍ରାଏଲ୍ କାଉଣ୍ଟର ଆଟାକ୍ କଲେ ତେବେ ଇରାନ ତୁରନ୍ତ ଏହାର ଜବାବ ଦେବ ।