ଇୟୁକ୍କା ର ଶତବାର୍ଷିକୀ ପାଳନ ଅବସରରେ ସାମାଜିକ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ମାନିତ

ସମ୍ବଲପୁର:ଆଜି ବରଗଡ଼ ଜିଲ୍ଲା ବରପାଲି ଠାରେ ଥିବା ମାରୱାଡ଼ି ପଞ୍ଚାୟତି ଧର୍ମଶାଳା ଠାରେ ଶହୀଦ ଭଗତ ସିଂହଙ୍କ ଦ୍ବାରା ପ୍ରତିଷ୍ଠିତ ଭାରତୀୟ ନୌଜୱାନ ସାଂସ୍କୃତିକ ସଂଘ୍ ସ୍ଥାପନ(ଇୟୁକ୍କା ) ର ଶତବାର୍ଷିକୀ (ହୀରକ ଜୟନ୍ତୀ) ପାଳିତ ହୋଇଯାଇଛି । ଦେଶ ମାତୃକା ପାଇଁ ହସି ହସି ଫାଶୀ ଖୁଣ୍ଡ ରେ ଝୁଲି ପଡ଼ିଥିବା ବୀର ସହିଦ ଭଗତ ସିଂହ ଓ ତାଙ୍କ ସେଥି ଙ୍କ ଦ୍ବାରା ଆଜି ଠୁଁ ଠିକ୍ ୧୦୦ ବର୍ଷ ପୂର୍ବେ ୧୭ ଡ଼ିସେମ୍ବର […] The post ଇୟୁକ୍କା ର ଶତବାର୍ଷିକୀ ପାଳନ ଅବସରରେ ସାମାଜିକ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ମାନିତ appeared first on Odisha.News.

ଇୟୁକ୍କା ର ଶତବାର୍ଷିକୀ ପାଳନ ଅବସରରେ  ସାମାଜିକ ସାଂସ୍କୃତିକ ସଂଗଠନ  ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ମାନିତ

ସମ୍ବଲପୁର:ଆଜି ବରଗଡ଼ ଜିଲ୍ଲା ବରପାଲି ଠାରେ ଥିବା ମାରୱାଡ଼ି ପଞ୍ଚାୟତି ଧର୍ମଶାଳା ଠାରେ ଶହୀଦ ଭଗତ ସିଂହଙ୍କ ଦ୍ବାରା ପ୍ରତିଷ୍ଠିତ ଭାରତୀୟ ନୌଜୱାନ ସାଂସ୍କୃତିକ ସଂଘ୍ ସ୍ଥାପନ(ଇୟୁକ୍କା ) ର ଶତବାର୍ଷିକୀ (ହୀରକ ଜୟନ୍ତୀ) ପାଳିତ ହୋଇଯାଇଛି । ଦେଶ ମାତୃକା ପାଇଁ ହସି ହସି ଫାଶୀ ଖୁଣ୍ଡ ରେ ଝୁଲି ପଡ଼ିଥିବା ବୀର ସହିଦ ଭଗତ ସିଂହ ଓ ତାଙ୍କ ସେଥି ଙ୍କ ଦ୍ବାରା ଆଜି ଠୁଁ ଠିକ୍ ୧୦୦ ବର୍ଷ ପୂର୍ବେ ୧୭ ଡ଼ିସେମ୍ବର ୧୯୨୪ ରେ ପଞ୍ଜାବ ର ସିଆଲକୋଟ ଠାରେ ଭାରତୀୟ ନୌଜୱାନ ସାଂସ୍କୃତିକ ସଂଘ୍ ସ୍ଥାପନ କରିଥିଲେ । ସେଥିରେ ସେ ଯୁବକ ମାନଙ୍କୁ ନେଇ ସମାଜ୍ ପାଇଁ ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ କରିବା ସହ ଯୁବକ ମାନଙ୍କୁ ଦେଶ ମାତୃକା ପ୍ରତି ସମର୍ପିତ ହୋଇ କାମ କରିବା ପାଇଁ ଜାଗରଣ ସୃଷ୍ଟି କରୁଥିଲେ । ତାଙ୍କର ସହିଦ ହେବା ପରେ ସେହି ଅନୁଷ୍ଠାନକୁ ତାଙ୍କର ଦାୟଦ ମାନେ ଚଳେଇ ଆସୁଛନ୍ତି । ଶହେ ବର୍ଷ ହେବ ଏହି ଅନୁଷ୍ଠାନ ର ସାଂସ୍କୃତିକ ଜାଗରଣ ପାଇଁ କାର୍ଯ୍ୟ କରି ଆସୁଛି ।
ଆଜି ମାଇଫିନହବ୍ ର ସହଯୋଗ ରେ ଭାରତୀୟ ନୌଜୱାନ ସାଂସ୍କୃତିକ ସଂଘ୍ ବା ୟୁକ୍କା ର ହୋଉଥିବା ହୀରକ ଜୟନ୍ତୀ ଅବସରରେ ସହିଦ ଭଗତ ସିଂହ ଙ୍କର ଦାୟଦ୍ ଡ. ଦେବେନ୍ଦର୍ ସିଂହ ସନ୍ଧୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅଞ୍ଚଳ ର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ୍ ଭଗତ ସିଂହ ଓ ତାଙ୍କ ସାଥୀଗଣ ଙ୍କ ବଳିଦାନ୍ ବିଷୟ ରେ ସ୍ମୃତିଚାରଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ପଶ୍ଚିମାଞ୍ଚଲ ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ କୁ ସମ୍ବଲପୁରୀ ଅସ୍ମିତା ଏବଂ ସମ୍ବଲପୁରୀ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ଏବଂ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ଡ. ଦେବେନ୍ଦର୍ ସିଂହ ସନ୍ଧୁ ସମ୍ମାନିତ କରିଥିଲେ। ଏହା ସହ କାର୍ଯ୍ୟକ୍ରମ ରେ ସମାଜସେବା କ୍ଷେତ୍ରରେ ବିଶିଷ୍ଟ ସମାଜସେବୀ ସୁଧୀର ପୁଜାରୀ, ଭାଷା ସାହିତ୍ୟ କ୍ଷେତ୍ରରେ ସୌଭାଗ୍ୟବନ୍ତ୍ ମହାରଣା, ଚିକିତ୍ସା କ୍ଷେତ୍ରରେ ଆଶିର୍ବାଦ ନସିଂହୋମର ପ୍ରତିଷ୍ଠାତା ଡ. ବାସା ଙ୍କୁ ମରଣୋତ୍ତର ସମ୍ମାନିତ କରାଯାଇଥିଲା । ଏହା ସହିତ ସମାଜ ର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଙ୍ଗଠନ ମାନଙ୍କୁ ମଧ୍ଯ ସମର୍ଦ୍ଧିତ କରାଯାଇଥିଲା ।

The post ଇୟୁକ୍କା ର ଶତବାର୍ଷିକୀ ପାଳନ ଅବସରରେ ସାମାଜିକ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ମାନିତ appeared first on Odisha.News.