ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ

କନକ ବ୍ୟୁରୋ: ନୂଆବର୍ଷରେ ନୂଆରୂପରେ ଶ୍ରୀକ୍ଷେତ୍ର । ଭକ୍ତଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହୋଇଛି । ପରିକ୍ରମା ପ୍ରକଳ୍ପ ଦେଖିବ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଏହି ସମୟରେ ସେବାୟତ ଠିକ ଉଚ୍ଚାରଣ ଓ ଆଚରଣ ଦେଖାଇବାକୁ ସମସ୍ତ ନିଯୋଗକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଏହାକୁ ସ୍ୱାଗତ କରିଛନ୍ତି । ପ୍ରଶ୍ନ ଉଠୁଛି, ପ୍ରଶାସନର ନିର୍ଦ୍ଦେଶକୁ ସେବାୟକ ମାନିବେ କେତେ? ଅନେକ ସମୟରେ ଶ୍ରୀମନ୍ଦିର ଭିତରେ, ବାହାରେ ପର୍ଯ୍ୟଟକ ଓ […] The post ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ first appeared on Kanak News.

ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ

କନକ ବ୍ୟୁରୋ: ନୂଆବର୍ଷରେ ନୂଆରୂପରେ ଶ୍ରୀକ୍ଷେତ୍ର । ଭକ୍ତଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହୋଇଛି । ପରିକ୍ରମା ପ୍ରକଳ୍ପ ଦେଖିବ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଏହି ସମୟରେ ସେବାୟତ ଠିକ ଉଚ୍ଚାରଣ ଓ ଆଚରଣ ଦେଖାଇବାକୁ ସମସ୍ତ ନିଯୋଗକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଏହାକୁ ସ୍ୱାଗତ କରିଛନ୍ତି । ପ୍ରଶ୍ନ ଉଠୁଛି, ପ୍ରଶାସନର ନିର୍ଦ୍ଦେଶକୁ ସେବାୟକ ମାନିବେ କେତେ?
ଅନେକ ସମୟରେ ଶ୍ରୀମନ୍ଦିର ଭିତରେ, ବାହାରେ ପର୍ଯ୍ୟଟକ ଓ ଭକ୍ତଙ୍କୁ ସେବାୟତ ଠିକ ବ୍ୟବହାର କରୁନଥିବା ଅଭିଯୋଗ ବାରମ୍ବାର ହୋଇଆସିଛି । କିନ୍ତୁ ଏବେ ଭକ୍ତଙ୍କୁ ଯେଭଳି ଭଲ ବ୍ୟବହାର କରିବେ ସେବାୟତ, ସେଥିପାଇଁ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସେହି ଚିଠି ଯାହାକୁ ସବୁ ନିଯୋଗ, ଶ୍ରୀମନ୍ଦିର କମାଣ୍ଡର, ସୁପରଭାଇଜର, ଜେଟିପି ଓ ଶ୍ରୀମନ୍ଦିର ସମସ୍ତ ଅଧିକାରୀଙ୍କୁ ଲେଖାଯାଇଛିା ଏଥିରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଶାଳୀନତାପୂର୍ଣ୍ଣ ଆଚରଣ ଓ ଉଚ୍ଚାରଣ ପାଇଁ ଚିଠି ଯୋଗେ ନିବେଦନ କରିଛନ୍ତି ବିଦାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ।

ଜାନୁଆରୀ ପହିଲାରୁ ଭକ୍ତଙ୍କ ପାଇଁ ଅନେକ ନିୟମକୁ କଡାକାଡି କରାଯାଇଛି । ଶ୍ରୀମନ୍ଦିର ଭିତରକୁ ଭକ୍ତ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଯିବାକୁ ବାଧ୍ୟତାମୂଳକ କରାଯାଇଛି । ପାନ ଗୁଟଖା ଓ ପଲିଥିନକୁ ବାରଣ କରାଯାଇଛି । ଏବେ ଠିକ ଆଚରଣ ଓ ଉଚ୍ଚାରଣ ପାଇଁ ସବୁ ନିଯୋଗ ଓ ସେବାୟତଙ୍କୁ ଚିଠି ଦ୍ୱାରା ଅନୁରୋଧ କରାଯିବା ପରେ ସ୍ୱାଗତ କରିଛନ୍ତି ଭକ୍ତ ।

ନୂଆ ବର୍ଷରେ ନୂଆ ନିୟମ । ନୂଆବର୍ଷରୁ ଭକ୍ତଙ୍କ ପାଇଁ ନୂଆ କଟକଣା ଜାରି କରାଯାଇଥିବାବେଳେ ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ନୂଆରୂପ ପାଇଛି ଶ୍ରୀ କ୍ଷେତ୍ର । ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଭକ୍ତଙ୍କ ଆଗମନ ହେଉଛି । ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ କେତେ ମାନିବେ ସେବାୟତ ? ଆଉ ନମାନିଲେ କାର୍ଯ୍ୟାନୁଷ୍ଠାନ ନେଇପାରିବ କି ଶ୍ରୀମନ୍ଦିର ପ୍ରଶାସନ ?

The post ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ first appeared on Kanak News.