ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଛାତ ମରାମତି ଦାବି

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଭୈରୋପାଲି ଠାରେ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକ ମରାମତି ପାଇଁ ଜିଲାପାଳଙ୍କ ନିକଟରେ ମଙ୍ଗଳବାର ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ପାଠ ପଢ଼଼ୁଥିବା ବେଳେ ବିଦ୍ୟାଳୟରେ କେବଳ ୨ଟି ଶ୍ରେଣୀ କୋଠରୀ ରହିଛି। ଏଣୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପାଠ ପଢ଼଼ାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ […]

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଛାତ ମରାମତି ଦାବି

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଭୈରୋପାଲି ଠାରେ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକ ମରାମତି ପାଇଁ ଜିଲାପାଳଙ୍କ ନିକଟରେ ମଙ୍ଗଳବାର ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ପାଠ ପଢ଼଼ୁଥିବା ବେଳେ ବିଦ୍ୟାଳୟରେ କେବଳ ୨ଟି ଶ୍ରେଣୀ କୋଠରୀ ରହିଛି। ଏଣୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପାଠ ପଢ଼଼ାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ପରିସରରେ ରହିଥିବା ୨ଟି ଶ୍ରେଣୀର କୋଠାରୀ ଗୁଡିକର ଛାତ ଭୂଷୁଡିବାର ଅବସ୍ଥାରେ ରହିଥିବା ବେଳେ ଏ ନେଇ ସରପଞ୍ଚ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଏଣୁ କୌଣସି ଏକ ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ବିଦ୍ୟାଳୟର ମରାମତି କରିବାକୁ ପରିଚାଳନା କମିଟିର ଚେୟାରମେନ ଅମ୍ବିକା ଭୋଇ, ପ୍ରଧାନ ଶିକ୍ଷକ ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି।