ଉଠିଲା ୧୦୦ ବର୍ଷର କଟକଣା, ଏଠାରେ ଦାଢ଼ି ବଢ଼ାଇ ପାରିବେ ସୈନିକ

ମୁମ୍ଵାଇ ୩୧।୦୩: ଅନେକ ଦେଶରେ ସୈନ୍ୟଙ୍କ ଦାଢ଼ି-ନିଶ ବଢ଼ାଇବା ଉପରେ  କଟକଣା ରହିଛି । ଭାରତୀୟ ଆର୍ମିରେ ମଧ୍ୟ ଏହି ନିୟମ  ରହିଛି । ବ୍ରିଟିଶ ପ୍ରତିରକ୍ଷା ବାହିନୀରେ ଏହି ନିୟମ ବିଗତ ୧୦୦  ବର୍ଷରୁ ରହିଛି । ଏବେ ଏହି ନିୟମ ଉପରୁ କଟକଣା ଉଠିଛି ।  ନିୟମରେ ପରିବର୍ତ୍ତନକୁ କେବଳ ବ୍ରିଟିଶ ଆର୍ମିର କମାଣ୍ଡର। ଇନ୍‌-ଚିଫ୍‌ କିଙ୍ଗ୍‌ ଚାର୍ଲସ୍‌ଙ୍କ ମଞ୍ଜୁରି ମିଳିବା ବାକି ଅଛି । ଏଣିକି  ସୈନ୍ୟମାନେ ମନ ଇଚ୍ଛା ଦାଢ଼ି ବଢ଼ାଇ ପାରିବେ । କିନ୍ତୁ ଏଥିପାଇଁ  ସେମାନଙ୍କୁ ଏକ ସର୍ତ୍ତ ମାନିବାକୁ ପଡ଼ିବ । ସର୍ତ୍ତ ହେଉଛି ସୈନ୍ୟଙ୍କୁ ପୂରା ଦାଢ଼ି ରଖିବାକୁ ପଡ଼ିବ ।  ଫ୍ରେଞ୍ଚ୍‌ କଟ୍‌ କିମ୍ବା ଅନ୍ୟ କୌଣସି ଲୁକ୍‌ର ଦାଢ଼ି ରଖିବାକୁ  ଅନୁମତି ମିଳିବ ନାହିଁ । ସେତିକି ନୁହେଁ, ଦାଢ଼ିକୁ ସେମାନେ  ବିଭିନ୍ନ ରଙ୍ଗରେ ମଧ୍ୟ ରଙ୍ଗାଇ ପାରିବେ ନାହିଁ । ପ୍ୟାଚ୍‌ରେ  ଦାଢ଼ି ରଖିପାରିବେ ନାହିଁ । ଦାଢ଼ିକୁ ସଦାସର୍ବଦା ସଫାସୁତରା  ରଖିବାକୁ ପଡ଼ିବ । ଦାଢ଼ି ସମ୍ପର୍କିତ ନିୟମ ଲାଗୁ କରିବା ଲାଗି  ସେମାନଙ୍କ ଦାଢ଼ିର ସର୍ବଦା ସମୀକ୍ଷା ହେବ । ଗଣମାଧ୍ୟମର  ରିପୋର୍ଟ ଅନୁସାରେ, ବର୍ତ୍ତମାନ ଯୁବପିଢ଼ିଙ୍କୁ ଦେଶର ସୁରକ୍ଷାରେ  ଯୋଗଦାନ ଲାଗି ପ୍ରତିରକ୍ଷା ବାହିନୀ ପ୍ରତି ଆକର୍ଷିତ କରିବା ପାଇଁ  ଦାଢ଼ି ଉପରୁ ଏହି କଟକଣା ଉଠାଯାଇଛି । ୱାରେଣ୍ଟ୍‌ ଅଫିସର   କ୍ଲାସ୍‌-୧, ପଲ୍‌ କାର୍ନିଙ୍କ ଦ୍ୱାରା ଜାରି ୪ ମିନିଟ୍‌ର ଏକ ଭିଡିଓରେ  ନିୟମ ସମ୍ପର୍କିତ ଏହ

ଉଠିଲା ୧୦୦ ବର୍ଷର କଟକଣା, ଏଠାରେ ଦାଢ଼ି ବଢ଼ାଇ ପାରିବେ ସୈନିକ

ମୁମ୍ଵାଇ ୩୧।୦୩: ଅନେକ ଦେଶରେ ସୈନ୍ୟଙ୍କ ଦାଢ଼ି-ନିଶ ବଢ଼ାଇବା ଉପରେ  କଟକଣା ରହିଛି । ଭାରତୀୟ ଆର୍ମିରେ ମଧ୍ୟ ଏହି ନିୟମ  ରହିଛି । ବ୍ରିଟିଶ ପ୍ରତିରକ୍ଷା ବାହିନୀରେ ଏହି ନିୟମ ବିଗତ ୧୦୦  ବର୍ଷରୁ ରହିଛି । ଏବେ ଏହି ନିୟମ ଉପରୁ କଟକଣା ଉଠିଛି ।  ନିୟମରେ ପରିବର୍ତ୍ତନକୁ କେବଳ ବ୍ରିଟିଶ ଆର୍ମିର କମାଣ୍ଡର। ଇନ୍‌-ଚିଫ୍‌ କିଙ୍ଗ୍‌ ଚାର୍ଲସ୍‌ଙ୍କ ମଞ୍ଜୁରି ମିଳିବା ବାକି ଅଛି । ଏଣିକି  ସୈନ୍ୟମାନେ ମନ ଇଚ୍ଛା ଦାଢ଼ି ବଢ଼ାଇ ପାରିବେ । କିନ୍ତୁ ଏଥିପାଇଁ  ସେମାନଙ୍କୁ ଏକ ସର୍ତ୍ତ ମାନିବାକୁ ପଡ଼ିବ । 

ସର୍ତ୍ତ ହେଉଛି ସୈନ୍ୟଙ୍କୁ ପୂରା ଦାଢ଼ି ରଖିବାକୁ ପଡ଼ିବ ।  ଫ୍ରେଞ୍ଚ୍‌ କଟ୍‌ କିମ୍ବା ଅନ୍ୟ କୌଣସି ଲୁକ୍‌ର ଦାଢ଼ି ରଖିବାକୁ  ଅନୁମତି ମିଳିବ ନାହିଁ । ସେତିକି ନୁହେଁ, ଦାଢ଼ିକୁ ସେମାନେ  ବିଭିନ୍ନ ରଙ୍ଗରେ ମଧ୍ୟ ରଙ୍ଗାଇ ପାରିବେ ନାହିଁ । ପ୍ୟାଚ୍‌ରେ  ଦାଢ଼ି ରଖିପାରିବେ ନାହିଁ । ଦାଢ଼ିକୁ ସଦାସର୍ବଦା ସଫାସୁତରା  ରଖିବାକୁ ପଡ଼ିବ । ଦାଢ଼ି ସମ୍ପର୍କିତ ନିୟମ ଲାଗୁ କରିବା ଲାଗି  ସେମାନଙ୍କ ଦାଢ଼ିର ସର୍ବଦା ସମୀକ୍ଷା ହେବ । ଗଣମାଧ୍ୟମର  ରିପୋର୍ଟ ଅନୁସାରେ, ବର୍ତ୍ତମାନ ଯୁବପିଢ଼ିଙ୍କୁ ଦେଶର ସୁରକ୍ଷାରେ  ଯୋଗଦାନ ଲାଗି ପ୍ରତିରକ୍ଷା ବାହିନୀ ପ୍ରତି ଆକର୍ଷିତ କରିବା ପାଇଁ  ଦାଢ଼ି ଉପରୁ ଏହି କଟକଣା ଉଠାଯାଇଛି । 

ୱାରେଣ୍ଟ୍‌ ଅଫିସର   କ୍ଲାସ୍‌-୧, ପଲ୍‌ କାର୍ନିଙ୍କ ଦ୍ୱାରା ଜାରି ୪ ମିନିଟ୍‌ର ଏକ ଭିଡିଓରେ  ନିୟମ ସମ୍ପର୍କିତ ଏହି ସୂଚନା ଦିଆଯାଇଛି । ବ୍ରିଟେନର  ରୟାଲ ଏୟାରଫୋର୍ସରେ ୨୦୧୯ ମସିହାରୁ ସୈନ୍ୟଙ୍କୁ ଦାଢ଼ି  ବଢ଼ାଇବାକୁ ଅନୁମତି ପ୍ରଦାନ କରାଯାଇଥିଲା । ରୟାଲ  ନୌବାହିନୀକୁ ମଧ୍ୟ ବହୁ ବର୍ଷ ପୂର୍ବରୁ ଏହି ଅନୁମତି ମିଳିଥିଲା ।