ଉଡ଼ାଣ ଭରିବାର କିଛି ସମୟ ପରେ ଭାଙ୍ଗିଗଲା କବାଟ, ଜରୁରୀକାଳୀନ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୬।୧: ଅଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନକୁ ଆଜି ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ଭରିବାର କିଛି ମିନିଟ ପରେ ଏହାର ଗୋଟିଏ କବାଟ ଭାଙ୍ଗିଯାଇଥିଲା। ଯାତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଭିଡିଓରେ ଦେଖାଯାଉଛି ଯେ ସେଣ୍ଟର-କ୍ୟାବିନର ପ୍ରସ୍ଥାନ ଦ୍ୱାର ବିମାନରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଅଲାସ୍କା ଏୟାରଲାଇନ୍ସ ଏକ୍ସରେ ଏକ ପୋଷ୍ଟରେ କହିଛି , ଏଏସ୍‌୧୨୮୨ ଶୁକ୍ରବାର ସାରେ ପୋର୍ଟଲ୍ୟାଣ୍ଡରୁ ଅନଟାରିଓ, ସିଏ (କାଲିଫର୍ଣ୍ଣିଆ)କୁ ଯିବାର କିଛି ସମୟ ପରେ ଏକ ଘଟଣା ଘଟିଛି। […] The post ଉଡ଼ାଣ ଭରିବାର କିଛି ସମୟ ପରେ ଭାଙ୍ଗିଗଲା କବାଟ, ଜରୁରୀକାଳୀନ ଅବତରଣ କଲା ବିମାନ appeared first on Dharitri Odia News.

ଉଡ଼ାଣ ଭରିବାର କିଛି ସମୟ ପରେ ଭାଙ୍ଗିଗଲା କବାଟ, ଜରୁରୀକାଳୀନ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୬।୧: ଅଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନକୁ ଆଜି ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ଭରିବାର କିଛି ମିନିଟ ପରେ ଏହାର ଗୋଟିଏ କବାଟ ଭାଙ୍ଗିଯାଇଥିଲା। ଯାତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଭିଡିଓରେ ଦେଖାଯାଉଛି ଯେ ସେଣ୍ଟର-କ୍ୟାବିନର ପ୍ରସ୍ଥାନ ଦ୍ୱାର ବିମାନରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।

ଅଲାସ୍କା ଏୟାରଲାଇନ୍ସ ଏକ୍ସରେ ଏକ ପୋଷ୍ଟରେ କହିଛି , ଏଏସ୍‌୧୨୮୨ ଶୁକ୍ରବାର ସାରେ ପୋର୍ଟଲ୍ୟାଣ୍ଡରୁ ଅନଟାରିଓ, ସିଏ (କାଲିଫର୍ଣ୍ଣିଆ)କୁ ଯିବାର କିଛି ସମୟ ପରେ ଏକ ଘଟଣା ଘଟିଛି। ବିମାନଟି ୧୭୧ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ସୁରକ୍ଷିତ ଭାବେ ପୋର୍ଟଲ୍ୟାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।

The post ଉଡ଼ାଣ ଭରିବାର କିଛି ସମୟ ପରେ ଭାଙ୍ଗିଗଲା କବାଟ, ଜରୁରୀକାଳୀନ ଅବତରଣ କଲା ବିମାନ appeared first on Dharitri Odia News.