ଉଡିକି ଧରିଲେ ବଲ୍‌, ଆଉ ତା’ପରେ କଲେ ରନ୍‌ ଆଉଟ୍‌: ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୪।୩: ନେପାଳରେ ଚାଲିଥିବା ଟ୍ରାଇ ସିରିଜର ପଞ୍ଚମ ମ୍ୟାଚରେ ନେପାଳ ନେଦରଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ନେପାଳ ନେଦରଲାଣ୍ଡକୁ ୧୨୦ ରନ୍‌ରେ ଅଲଆଉଟ୍‌ କରିଥିଲା। ନେପାଳ ପାଇଁ ପ୍ରତୀସ ଜିସି ୩ ଉଇକେଟ ନେଇଥିଲେ। ୧୨୧ ରନର ସହଜ ଟାର୍ଗେଟକୁ ପିଛାକରି ନେପାଳ ଦଳ ୧୫.୨ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ନେପାଳ ପାଇଁ କୁଶଲ ଭୁର୍ଟେଲ (୧୨), ଆସିଫ […] The post ଉଡିକି ଧରିଲେ ବଲ୍‌, ଆଉ ତା’ପରେ କଲେ ରନ୍‌ ଆଉଟ୍‌: ଦେଖନ୍ତୁ ଭିଡିଓ appeared first on Dharitri Odia News.

ଉଡିକି ଧରିଲେ ବଲ୍‌, ଆଉ ତା’ପରେ କଲେ ରନ୍‌ ଆଉଟ୍‌: ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୪।୩: ନେପାଳରେ ଚାଲିଥିବା ଟ୍ରାଇ ସିରିଜର ପଞ୍ଚମ ମ୍ୟାଚରେ ନେପାଳ ନେଦରଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ନେପାଳ ନେଦରଲାଣ୍ଡକୁ ୧୨୦ ରନ୍‌ରେ ଅଲଆଉଟ୍‌ କରିଥିଲା। ନେପାଳ ପାଇଁ ପ୍ରତୀସ ଜିସି ୩ ଉଇକେଟ ନେଇଥିଲେ।
୧୨୧ ରନର ସହଜ ଟାର୍ଗେଟକୁ ପିଛାକରି ନେପାଳ ଦଳ ୧୫.୨ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ନେପାଳ ପାଇଁ କୁଶଲ ଭୁର୍ଟେଲ (୧୨), ଆସିଫ ଶେଖ (୮), ଅଧିନାୟକ ରୋହିତ ପାଉଡେଲ (୪୬), ଗୁଲସନ ଝା (୩୮) ଥିବାବେଳେ ଦେବେନ୍ଦ୍ର ସିଂ ଆରି ୪ ଏବଂ କୁଶଲ ୨ରନରେ ଅପରାଜିତ ରହିଛନ୍ତି। ନେଦରଲାଣ୍ଡ ପାଇଁ ଭିଭିଆନ କିଙ୍ଗମା ୨ ଉଇକେଟ ଏବଂ ଆର୍ଯ୍ୟନ ଦତ୍ତ ଗୋଟିଏ ଉଇକେଟ ନେଇଥିଲେ।
ଏହି କମ ସ୍କୋରିଂ ମ୍ୟାଚ ରେ ଭିଭାନ କିଙ୍ଗମାଙ୍କୁ ଆଉଟ୍‌ କରିବାକୁ କୁଶଲ ଭୁର୍ଟେଲଙ୍କ ଚମତ୍କାର ଫିଲ୍ଡିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ନେଦରଲାଣ୍ଡର ୧୯ତମ ଓଭରରେ କୁଶଲ ଭୁର୍ଟେଲଙ୍କ ଚମତ୍କାର ଉଦ୍ୟମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୀପେନ୍ଦ୍ର ସିଂ ଆରିଙ୍କ ଏକ ବଲ୍‌ରେ ରୋଲୋଫ ଭାନ ଡେର୍‌ ମେର୍ୱେ ଏକ ସଟ ଖେଳିଥିଲେ। ଏହି ସଟ ଦେଖିଲେ ଲାଗୁଥିଲା ଯେ ବଲ ସିଧା ସୀମା ବାହାରେ ପଡ଼ିବ କିନ୍ତୁ ଭୁର୍ଟେଲ ନିଜର ଚମତ୍କାର ଫିଲ୍ଡିଂ ସହିତ ବଲ୍‌କୁ ସୀମା ରେଖା ଡେଇଁପଡି ଅଟକାଇଥିଲେ।
ବଲ ହାତରୁ ଖସିଯିବା ମାତ୍ରେ ସେ ସଙ୍ଗେ ସଙ୍ଗେ ଉଠି ଉଇକେଟ କିପର ଆଡକୁ ବଲ ଫିଙ୍ଗିଥିଲେ। ଏହା ପରେ ଉଇକେଟ କିପର ଆସିଫ ଶେଖ ଦେଖିଲେ ଯେ ବ୍ୟାଟ୍ସମ୍ୟାନ କ୍ରିଜରୁ ବାହାରିଛନ୍ତି, ତେଣୁ ସେ କୌଣସି ଭୁଲ ନ କରି ତାଙ୍କୁ ରନ୍‌ଆଉଟ୍‌ କରିଥିଲେ।

The post ଉଡିକି ଧରିଲେ ବଲ୍‌, ଆଉ ତା’ପରେ କଲେ ରନ୍‌ ଆଉଟ୍‌: ଦେଖନ୍ତୁ ଭିଡିଓ appeared first on Dharitri Odia News.