ଉତ୍କର୍ଷ ଓଡ଼ିଶାର ଆଜି ଦ୍ବିତୀୟ ଦିନ, ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି

ଭୁବନେଶ୍ୱର : ନିବେଶ ମହାକୁମ୍ଭରେ ନିବେଶ ବର୍ଷା । ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫ର ଆଜି ଦ୍ବିତୀୟ ଦିନ । ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି । କନକ୍ଲେଭର ପ୍ରଥମାର୍ଦ୍ଧରେ ୫୪ଟି ଏମଓୟୁ ସ୍ବାକ୍ଷର ହୋଇଛି । ପ୍ରଥମ ଦିନରେ ପ୍ରାୟ ୮୦ଟି ଏମଓୟୁ ସ୍ବାକ୍ଷର ହେବା ସମ୍ଭାବନା ଥିବା କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଜେଏସଡବ୍ଲୁ । […] The post ଉତ୍କର୍ଷ ଓଡ଼ିଶାର ଆଜି ଦ୍ବିତୀୟ ଦିନ, ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି appeared first on KNews Odisha.

ଉତ୍କର୍ଷ ଓଡ଼ିଶାର ଆଜି ଦ୍ବିତୀୟ ଦିନ, ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି
ODISHA 1

ଭୁବନେଶ୍ୱର : ନିବେଶ ମହାକୁମ୍ଭରେ ନିବେଶ ବର୍ଷା । ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫ର ଆଜି ଦ୍ବିତୀୟ ଦିନ । ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି । କନକ୍ଲେଭର ପ୍ରଥମାର୍ଦ୍ଧରେ ୫୪ଟି ଏମଓୟୁ ସ୍ବାକ୍ଷର ହୋଇଛି । ପ୍ରଥମ ଦିନରେ ପ୍ରାୟ ୮୦ଟି ଏମଓୟୁ ସ୍ବାକ୍ଷର ହେବା ସମ୍ଭାବନା ଥିବା କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଜେଏସଡବ୍ଲୁ । ନିବେଶ ହେବ ୩୫ ହଜାର କୋଟି ।  ୫ ମିଲିୟନ ଟନର ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କଲା କମ୍ପାନୀ ।

ଆଦାନି ଗ୍ରୁପ ନିବେଶ କରିବ ୨ଲକ୍ଷ ୨୮ ହଜାର କୋଟି ଟଙ୍କା । ଓଡ଼ିଶାକୁ ଆସୁଥିବା ସବୁଠାରୁ ବଡ଼ ନିବେଶ । ଆଦାନି ଗ୍ରୁପ ସିମେଣ୍ଟ, ଶକ୍ତି, ଆଲୁମିନା ଓ ସ୍ମେଲଟରରେ ନିବେଶ କରିବ । ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ MOU କରିଛି କମ୍ପାନୀ ।  ରାୟଗଡ଼ାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ଜେଏସପିଏଲ ୭୦ ହଜାର କୋଟି, ବିର୍ଲା ଗ୍ରୁପ ୫୦ ହଜାର କୋଟି ନିବେଶ ଯୋଜନା ରଖିଛି ।  ଦୁଇ ଦିନର ମେଗା ନିବେଶ ଇଭେଣ୍ଟରେ ୫ ଲକ୍ଷ କୋଟିର ନିବେଶ ମିଳିବା ଆଶା ରହିଛି।ଶିଳ୍ପ ମହାକୁମ୍ଭରେ ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଓ ନିବେଶକ ସାମିଲ ହୋଇଛନ୍ତି ।  ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଥିଲେ।  ଦୁଇ ଦିନରେ ୧୦୦ ରୁ ଅଧିକ ଏମଓୟୁ ଏବଂ ୫ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିବା ଆଶା ରହିଛି ।

 

ଆହୁରି ପଢନ୍ତୁ : ସଂସଦୀୟ ଦଳ ବୈଠକରେ ଗୁରୁମନ୍ତ୍ର ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ, ସଂସଦରେ ଉଠିବ ସାଢେ ୪କୋଟି ଓଡିଆଙ୍କ ସ୍ବର

The post ଉତ୍କର୍ଷ ଓଡ଼ିଶାର ଆଜି ଦ୍ବିତୀୟ ଦିନ, ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି appeared first on KNews Odisha.