ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍
ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଗୋପବନ୍ଧୁଙ୍କ ଜନ୍ମଭୂମି ସତ୍ୟବାଦୀ ସୁଆଣ୍ଡୋରେ ପହଞ୍ଚି... The post ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ appeared first on .
ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଗୋପବନ୍ଧୁଙ୍କ ଜନ୍ମଭୂମି ସତ୍ୟବାଦୀ ସୁଆଣ୍ଡୋରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଗୋପବନ୍ଧୁଙ୍କ ଷଠିଘର ଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସଂଗ୍ରହାଳୟ ମଧ୍ୟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଗୋପବନ୍ଧୁ ଦାସଙ୍କ ସ୍ମାରକୀ ସଂଗ୍ରହାଳୟ ବୁଲି ଦେଖିଥିଲେ କାର୍ତ୍ତିକ ପାଣ୍ଡିଆନ।
ଏହାଛଡା ଉତ୍କଳମଣି ଗୋପବନ୍ଧୁଙ୍କ ଅଣନାତି ଧୀରେନ୍ଦ୍ର ନାଥଙ୍କ ଘରକୁ ଯାଇ କିଛି ସମୟ ତାଙ୍କ ପରିବାରକୁ ଭେଟିଥିଲେ। ଏହାଛଡା ଉତ୍କଳମଣି ସଂଗ୍ରହାଳୟ ଭିତରେ ଥିବା ପାର୍କରେ ଖେଳୁଥିବା କୁନି ପିଲା ଓ ସେମାନଙ୍କ ଅଭିଭାବକ ମାନଙ୍କ ସହିତ ପାର୍କର ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସଂଗ୍ରହାଳୟ ବାହାରେ ବସି ବେପାର କରୁଥିବା ଉଠା ଦୋକାନୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ପାଣ୍ଡିଆନଙ୍କ ଏହି ଗ୍ରସ୍ତ ସମୟରେ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ସତ୍ୟବାଦୀ ଅଞ୍ଚଳର ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ।
The post ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ appeared first on .