ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ
କୋଲକତା: ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗତ ୨୨ ତାରିଖରେ... The post ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ appeared first on .
କୋଲକତା: ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗତ ୨୨ ତାରିଖରେ ମମତା ଲେଖିଥିବା ଚିଠିର ଉତ୍ତର କେନ୍ଦ୍ର ମହିଳା ଓ ଶିଶୁ କଲ୍ଯାଣ ମନ୍ତ୍ରାଳୟ ଏକ ରିପ୍ଲାଇ ଦେଇଥିଲା। ଯେଉଁଥିରେ ସେ ଉଠାଇଥିବା ପ୍ରସଙ୍ଗକୁ ଗୁରୁତର ସହ ନିଆ ନଯାଇଥିବା ଅନୁଭବ କରିବାରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦ୍ବିତୀୟ ଚିଠି ଲେଖିଛନ୍ତି ମମତା ।
ଦୁଷ୍କର୍ମ ଓ ମହିଳା ନିର୍ଯାତନା ନେଇ ସେ କଠୋର ଆଇନ ଆଣିବା ସହ ଉଦାହରଣୀୟ ଦଣ୍ଡ ଦେବା ଲାଗି ବ୍ଯବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଥିଲେ । ହେଲେ କୌଣସି ଉତ୍ତର ନପାଇବାରୁ ଆଜି ପୁଣି ଥରେ ମମତା ଚିଠି ଲେଖି ଧ୍ଯାନ ଆକର୍ଷଣ କରିଛନ୍ତି । କୋଲକାତାକାଣ୍ଡ ପରେ ମମତା ପୀଡିତାଙ୍କୁ ନ୍ଯାୟ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନ୍ଯପଟେ କୋଲକାତା ଦୁଷ୍କର୍ମ ଓ ହତ୍ଯାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ। ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ଼।
ଏବେ ଏକ ରିପୋର୍ଟ ଆସିଛି ଯେ, ଡାକ୍ତରୀ ଛାତ୍ରଙ୍କ ମୃତ୍ଯୁ ପରେ ଯେଉଁଠି ତାଙ୍କର ଡେଡ୍ ବଡି ରଖାଯାଇଥିଲା, ସେଠାକୁ ୧୦ରୁ ୧୫ ଜଣ ଲୋକ ଯାଇଥିଲେ। ଏତେ ଲୋକ ସେଠାକୁ ଯିବାର କୌଣସି କାରଣ ନାହିଁ। କାରଣ ନା ସେମାନେ ପୋଲିସ ନା ସେମାନେ ପୋଷ୍ଟମର୍ଟମ ସହିତ ଜଡ଼ିତ ଥିଲେ। ସେଠାକୁ ଯିବାକୁ ସେମାନଙ୍କର କୌଣସି ଅଧିକାର ହିଁ ନାହିଁ। ଆଶଙ୍କା କରାଯାଉଛି, ଏତେ ଲୋକେ ସେଠାକୁ ଯିବା ଦ୍ଵାରା ପ୍ରମାଣ ନଷ୍ଟ ହୋଇଥାଇପାରେ।
ଏହାକୁ ନେଇ ନୂଆ ବିବାଦ ହେଲାଣି। ସେପଟେ ପୁରା ଘଟଣାରେ ପଶ୍ଚିମବଙ୍ଗ ମହିଳା କମିଶନର ନିଷ୍କ୍ରିୟତା ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା ଜୋରଦାର ପ୍ରତିବାଦ କରିଛି। ମହିଳା କମିଶନ ଅଫିସରେ ତାଲା ପକାଇଥିଲେ ବିଜେପିର ମହିଳା କର୍ମୀ। ବାଟରେ ପୋଲିସର ଗୋଟିଏ ଗୋଷ୍ଠୀର ଧସ୍ତାଧସ୍ତି ମଧ୍ଯ ହୋଇଥିଲା।
The post ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ appeared first on .