ଉତ୍ତରପ୍ରଦେଶ ଷ୍ଟାଇଲରେ ଝାରସୁଗୁଡାରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବନ୍ଧବାହାଲରେ ବେଆଇନ ଦୋକାନଘର
କନକ ବ୍ୟୁରୋ : ଉତରପ୍ରଦେଶ ଷ୍ଟାଇଲରେ ଜବରଦଖଲକାରୀ ଓ ବେଆଇନ ନିର୍ମାଣ ଉପରେ ଝାରସୁଗୁଡାରେ ବୁଲିଛି ବୁଲଡୋଜର। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେବାର ୨୪ଘଂଟା ନପୁରୁଣୁ, ଝାରସୁଗୁଡା ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ବନ୍ଧବାହାଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବେଆଇନ ଦୋକାନ ଘରକୁ ଭାଂଗି ଦେଇଛି ପ୍ରଶାସନ। ଲକ୍ଷନପୁର ତହସିଲର ଅତିରିକ୍ତ ତହସିଲଦାର ଓ ପୋଲିସ ଉପସ୍ଥିତିରେ ନିର୍ମାଣକୁ ପ୍ରଶାସନ ବୁଲଡୋଜର ଲଗାଇ ଭାଂଗି ଦେଇଛି। […] The post ଉତ୍ତରପ୍ରଦେଶ ଷ୍ଟାଇଲରେ ଝାରସୁଗୁଡାରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବନ୍ଧବାହାଲରେ ବେଆଇନ ଦୋକାନଘର first appeared on Kanak News.

କନକ ବ୍ୟୁରୋ : ଉତରପ୍ରଦେଶ ଷ୍ଟାଇଲରେ ଜବରଦଖଲକାରୀ ଓ ବେଆଇନ ନିର୍ମାଣ ଉପରେ ଝାରସୁଗୁଡାରେ ବୁଲିଛି ବୁଲଡୋଜର। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେବାର ୨୪ଘଂଟା ନପୁରୁଣୁ, ଝାରସୁଗୁଡା ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ବନ୍ଧବାହାଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବେଆଇନ ଦୋକାନ ଘରକୁ ଭାଂଗି ଦେଇଛି ପ୍ରଶାସନ। ଲକ୍ଷନପୁର ତହସିଲର ଅତିରିକ୍ତ ତହସିଲଦାର ଓ ପୋଲିସ ଉପସ୍ଥିତିରେ ନିର୍ମାଣକୁ ପ୍ରଶାସନ ବୁଲଡୋଜର ଲଗାଇ ଭାଂଗି ଦେଇଛି।
ଭାଂଗିଥିବା ଘର ଗୁଡିକ ମହମ୍ମଦ ସୋନୁ ନାମକ ବ୍ୟକ୍ତି ସରକାରୀ ଜମିରେ ନିର୍ମାଣ କରିଥିଲେ ବୋଲି ଜଣାପଡିଛି। ସୋନୁ ବାହୁଡାଦିନ ମାତ୍ର ୩୦ହଜାର ଟଙ୍କା ପାଇଁ ଜଣଙ୍କୁ ଗୁଳିମାଡ କରିଥିଲା। ଯେଉଁଥି ପାଇଁ ସୋନୁ ଓ ତାର ସହଯୋଗୀକୁ ଝାରସୁଗୁଡା ପୋଲିସ ଗିରଫ କରିଥିଲା। ସୋନୁ ବିରୋଧରେ ୪ଟି ଅପରାଧିକ ମାମଲା ରହିଛି। ସୋନୁର ପରିବାର ସଦସ୍ୟଙ୍କ ବିରୋଧରେ ୩୦ଟି ଅପରାଧିକ ମାମଲା ରହିଛି।
ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ବେଦଖଲ କରିବା ପାଇଁ କିଛି ଦିନ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆଉ ବୁଧବାର ମ୍ବଲପୁର ଗସ୍ତରେ ଯାଇଥିବାବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଜବରଦଖଲକାରୀଙ୍କ ନିର୍ମାଣ ଉପରେ ବୁଲ ଡୋଜର ବୁଲିବ ବୋଲି କହି ଧମକ ଦେଇଥିଲେ।
The post ଉତ୍ତରପ୍ରଦେଶ ଷ୍ଟାଇଲରେ ଝାରସୁଗୁଡାରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବନ୍ଧବାହାଲରେ ବେଆଇନ ଦୋକାନଘର first appeared on Kanak News.