ଉତ୍ତରପ୍ରଦେଶରେ ଅଟୋରିକ୍ସା ଉପରକୁ ମାଡ଼ିଗଲା ଡମ୍ପର, ୧୨ ମୃତ

ଶାହାଜାହାନପୁର: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଆଜି ବଡ଼ି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର ଏକ ଯାତ୍ରୀବାହୀ ଅଟୋରିକ୍ସା ଉପରକୁ ମାଡ଼ିଯିବା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଘନ କୁହୁଡ଼ି ଯୋଗୁଁ ଖୁବ୍ କମ୍ ଦୃଶ୍ୟମାନ ହେଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଆଲ୍ଲାଗଞ୍ଜ ଥାନା ଅନ୍ତର୍ଗତ ଫାରୁଖାବାଦ ରୋଡ୍ରେ ଏହି ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ […]

ଉତ୍ତରପ୍ରଦେଶରେ ଅଟୋରିକ୍ସା ଉପରକୁ ମାଡ଼ିଗଲା ଡମ୍ପର, ୧୨ ମୃତ

ଶାହାଜାହାନପୁର: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଆଜି ବଡ଼ି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର ଏକ ଯାତ୍ରୀବାହୀ ଅଟୋରିକ୍ସା ଉପରକୁ ମାଡ଼ିଯିବା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଘନ କୁହୁଡ଼ି ଯୋଗୁଁ ଖୁବ୍ କମ୍ ଦୃଶ୍ୟମାନ ହେଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଆଲ୍ଲାଗଞ୍ଜ ଥାନା ଅନ୍ତର୍ଗତ ଫାରୁଖାବାଦ ରୋଡ୍ରେ ଏହି ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିଛନ୍ତି। ଆହତଙ୍କ ତୁରନ୍ତ ଚିକିତ୍ସାକୁ ପ୍ରାଥମିକତା ଦେବା ସହ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାପାଇଁ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।