ଉତ୍ତରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା,୩ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ ୨୨/୭: ଉତ୍ତରପ୍ରଦେଶ ରାମପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ଟି ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ରୁଟ୍‌ ଡାଇଭର୍ସନ ଜାଣି ନପାରି ଗୋଟିଏ ବସ୍‌ ଭୁଲ ରାସ୍ତାରେ ଚାଲିଯାଇଥିଲା । ଆଉ ଅନ୍ୟ ଦିଗରୁ ଆସୁଥିବା ବସ୍‌ ସହ ଧକ୍କା ହୋଇଥିଲା । ରବିବାର ଗୁରୁ ପୂର୍ଣ୍ଣିମା ଥିବାରୁ ୬୦ରୁ ଅଧିକ ଯାତ୍ରୀ ଘରୋଇ ବସ୍‌ରେ  ହରିଦ୍ବାର ସ୍ଥିତ ଶାନ୍ତିକୁଞ୍ଜ ବୁଲି ସେଠାରୁ ଘରକୁ ଫେରୁଥିଲେ । ଏହି ସମୟରେ ଲକ୍ଷ୍ମୌରୁ ଆସୁଥିବା ବସ୍‌ଟି ସୀତାପୁରରୁ ଦିଲ୍ଲୀ ଯାଉଥିଲା । ମିଲକନଗର ଥାନା ଅଞ୍ଚଳରେ ଉଭୟ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ୨ଟି ବସ୍‌ ଏତେ ଜୋରରେ ପିଟି ହୋଇଥିଲା ଯେ ଚେପା ହୋଇ ଛିନଛତ୍ର ହୋଇଯାଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ଜିଲ୍ଲାପାଳ,ଏସ୍‌ପିଙ୍କ ସମେତ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ୨ଟି ବସ୍‌ ଭାଙ୍ଗିରୁଜି ରାସ୍ତାର ଉଭୟ ପାର୍ଶ୍ବରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବସ୍‌୨ଟିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା ।     

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା,୩ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ ୨୨/୭: ଉତ୍ତରପ୍ରଦେଶ ରାମପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ଟି ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ରୁଟ୍‌ ଡାଇଭର୍ସନ ଜାଣି ନପାରି ଗୋଟିଏ ବସ୍‌ ଭୁଲ ରାସ୍ତାରେ ଚାଲିଯାଇଥିଲା । ଆଉ ଅନ୍ୟ ଦିଗରୁ ଆସୁଥିବା ବସ୍‌ ସହ ଧକ୍କା ହୋଇଥିଲା । 

ରବିବାର ଗୁରୁ ପୂର୍ଣ୍ଣିମା ଥିବାରୁ ୬୦ରୁ ଅଧିକ ଯାତ୍ରୀ ଘରୋଇ ବସ୍‌ରେ  ହରିଦ୍ବାର ସ୍ଥିତ ଶାନ୍ତିକୁଞ୍ଜ ବୁଲି ସେଠାରୁ ଘରକୁ ଫେରୁଥିଲେ । ଏହି ସମୟରେ ଲକ୍ଷ୍ମୌରୁ ଆସୁଥିବା ବସ୍‌ଟି ସୀତାପୁରରୁ ଦିଲ୍ଲୀ ଯାଉଥିଲା । ମିଲକନଗର ଥାନା ଅଞ୍ଚଳରେ ଉଭୟ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ୨ଟି ବସ୍‌ ଏତେ ଜୋରରେ ପିଟି ହୋଇଥିଲା ଯେ ଚେପା ହୋଇ ଛିନଛତ୍ର ହୋଇଯାଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ଜିଲ୍ଲାପାଳ,ଏସ୍‌ପିଙ୍କ ସମେତ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ୨ଟି ବସ୍‌ ଭାଙ୍ଗିରୁଜି ରାସ୍ତାର ଉଭୟ ପାର୍ଶ୍ବରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବସ୍‌୨ଟିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା ।