ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେବ ୟୁସିସି, ବିବାହ ଏବଂ ଲିଭ-ଇନ୍ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ

ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବାକୁ ଯାଉଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠିକ୍ ଗସ୍ତ ପୂର୍ବରୁ ଐତିହାସିକ ଆଇନ ଲାଗୁ ହେବ । ୟୁସିସି ସମଗ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏବଂ ବାହାରେ ରହୁଥିବା ଉତ୍ତରାଖଣ୍ଡ ବାସିନ୍ଦାଙ୍କ ପାଇଁ ମଧ୍ୟ ଲାଗୁ ହେବ । ରାଜ୍ୟ ସଚିବାଳୟରେ ୟୁସିସି ପୋର୍ଟାଲରେ ଉନ୍ମୋଚନ କରାଯିବ । ଏହି କାର୍ଯ୍ୟକ୍ରମର […] The post ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେବ ୟୁସିସି, ବିବାହ ଏବଂ ଲିଭ-ଇନ୍ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ appeared first on KNews Odisha.

ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେବ ୟୁସିସି, ବିବାହ ଏବଂ ଲିଭ-ଇନ୍ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ

ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବାକୁ ଯାଉଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠିକ୍ ଗସ୍ତ ପୂର୍ବରୁ ଐତିହାସିକ ଆଇନ ଲାଗୁ ହେବ । ୟୁସିସି ସମଗ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏବଂ ବାହାରେ ରହୁଥିବା ଉତ୍ତରାଖଣ୍ଡ ବାସିନ୍ଦାଙ୍କ ପାଇଁ ମଧ୍ୟ ଲାଗୁ ହେବ ।

ରାଜ୍ୟ ସଚିବାଳୟରେ ୟୁସିସି ପୋର୍ଟାଲରେ ଉନ୍ମୋଚନ କରାଯିବ । ଏହି କାର୍ଯ୍ୟକ୍ରମର ନେତୃତ୍ୱ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନେବେ। ଏହା ପୂର୍ବରୁ ଧାମି କହିଛନ୍ତି ଯେ, ୟୁସିସି ଧର୍ମ, ଲିଙ୍ଗ, ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ ଭେଦଭାବ ମୁକ୍ତ ଏକ ସମନ୍ୱିତ ସମାଜର ମୂଳଦୁଆ ସ୍ଥାପନ କରିବ । “ଆମେ ଆମର ପ୍ରତିଶ୍ରୁତି ପୂରଣ କରୁଛୁ । ଜମ୍ମୁ ଏବଂ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏହାର ଏକ ଉଦାହରଣ । ରାଜ୍ୟ ସରକାର ନିଜର କାମ ପୂରଣ କରିଛନ୍ତି । ଏଥିପାଇଁ ଜାନୁଆରୀ ୨୦୨୫ରୁ ସମଗ୍ର ରାଜ୍ୟରେ ସମାନ ନାଗରିକ ସଂହିତ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଗଣତନ୍ତ୍ର ଆଜି ଦୃଢ଼ ଭାବରେ ଠିଆ ହୋଇଛି,” ବୋଲି ଧାମି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ୟୁସିସି ଲାଗୁ କରିବାକୁ କଥା ଦେଇଥିଲୁ । ସରକାର ହେବା ପରେ ଏହାକୁ ପ୍ରାଥମିକତା ଦିଆଯାଇ ଲାଗୁ କରାଯାଇଛି । ଆମେ ଯେଉଁ କଥା ଦେଇଥିଲୁ, ତାକୁ ଔପଚାରିକ ଭାବେ ପୁରା କରିବାକୁ ଯାଉଛୁ ।

ମୁଖ୍ୟମନ୍ତ୍ରୀ ଧାମି ପୂର୍ବରୁ କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡରେ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ହରିଦ୍ୱାର ଓ ଋଷିକେଶରେ ଆମେ ଗଙ୍ଗା କରିଡର ନିର୍ମାଣ କରିବୁ। ଶାରଦା ନଦୀ ଉପରେ ମଧ୍ୟ କରିଡର ନିର୍ମାଣ କରାଯାଉଛି, ଏହା ଉପରେ ଅନେକ କାମ ଆରମ୍ଭ ହୋଇଛି । ବାବା କେଦାରନାଥରେ ପୁନଃନିର୍ମାଣ ଚାଲିଛି । ଉପନିର୍ବାଚନ ହୋଇଥିଲା ଏବଂ ସେଠାରେ ବିଜେପି ବିଜୟୀ ହୋଇଥିଲା । ବଦ୍ରିନାଥ ଧାମରେ ମାଷ୍ଟର ପ୍ଲାନ୍ ଅନୁଯାୟୀ କାମ ଚାଲିଛି ।

UCC ବିଲ୍‌ ଆଗତ ହେବା ପରେ କ’ଣ ପରିବର୍ତ୍ତନ ହେବ ?

– ଯୁବତୀଙ୍କ ବିବାହ ବୟସ ୧୮ ଓ ଯୁବକଙ୍କ ବିବାହ ବୟସ ୨୧ ବର୍ଷ ହୋଇଯିବ ।
– ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବ ।
– ପତି-ପତ୍ନୀ ଉଭୟଙ୍କ ପାଇଁ ତଲାକର ସମାନ କାରଣ ଓ ଆଧାର ଉପଲବ୍ଧ ହେବ ।
– ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ ମନା । ଉତ୍ତରାଧୀକାରୀ ଭାବେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ ।
– ଲିଭ-ଇନ-ରିଲେସନଶିପରେ ଘୋଷଣାପତ୍ର ଆବଶ୍ୟକ ହେବ । ଲିଭ-ଇନରେ ରହୁଥିବା ଲୋକଙ୍କୁ ପିତା-ମାତାଙ୍କୁ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଏଥିପାଇଁ ରେଜିଷ୍ଟ୍ରେସନ ଜରୁରୀ ହେବ ।
– ବିବାହ ପଞ୍ଜିକରଣ ନକଲେ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି ।
– ଚାକିରିଆ ପୁଅର ମୃତ୍ୟୁ ପରେ ବୃଦ୍ଧ ପିତାମାତଙ୍କ ଭରଣପୋଷଣ ଦାୟିତ୍ୱ ପତ୍ନୀ ବହନ କରିବେ ଓ ତାଙ୍କୁ ସହାୟତା ମିଳିବ । ପତିଙ୍କ ମୃତ୍ୟୁ ପରେ ପତ୍ନୀ ପୁନର୍ବିବାହ କଲେ ସହାୟତା ପିତାମାତାଙ୍କୁ ମିଳିବ ।
– ଅନୁସୂଚିତ ଜନଜାତି ଲୋକମାନେ ଏହି ପରିଧିରୁ ବାହାରେ ରହିବେ । ପତି-ପତ୍ନୀଙ୍କ ମଧ୍ୟରେ ବିବାଦ କ୍ଷେତ୍ରରେ ପିଲାଙ୍କର ଦାୟିତ୍ୱ ଜେଜେ ବାବା-ଜେଜେ ମା’ଙ୍କୁ ଦିଆଯାଇପାରେ ।
– ଅନାଥ ଶିଶୁଙ୍କ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରାଯିବ । ମୁସଲିମ ମହିଳାଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିକାର ରହିବ ।

 Also Read : ଦେଶରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଚର୍ଚ୍ଚା, ଜାଣିବା ୟୁସିସି କଣ

The post ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେବ ୟୁସିସି, ବିବାହ ଏବଂ ଲିଭ-ଇନ୍ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ appeared first on KNews Odisha.