ଉତ୍ପାତ ମଚାଉଛି ନରହନ୍ତା ଦନ୍ତା

ବଣାଇଁ,୩୦।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ବାଙ୍କୀ ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଛି ରେଡିଓକଲାର ଲାଗିଥିବା ନରହନ୍ତା ଦନ୍ତା। ଦୁଇଦିନ ତଳେ ବଣାଇଁ ବନଖଣ୍ଡର ବରସୁଆଁ ରେଞ୍ଜରେ ଥିବା ଦନ୍ତା ରବିବାର କେ.ବଲାଙ୍ଗ ସେକ୍ସନର କରେଇଚୁଆଁ ଗାଁରେ ପଶି ତାଣ୍ଡବ ରଚିଛି । ଗୋଠଛଡା ଦନ୍ତା ଗାଁରେ ଉତ୍ପାତ ଚଳାଇ ଥିବା ବେଳେ ଗାଁର ସ୍କୁଲ ପାଚେରୀ ଭାଙ୍ଗିବା ସହିତ ନିକଟ ଖଳାରେ ଥିବା ଧାନ ନଷ୍ଟ କରି ଦେଇଛି l ସମ୍ପୃକ୍ତ ହାତୀ ଦେହରେ […] The post ଉତ୍ପାତ ମଚାଉଛି ନରହନ୍ତା ଦନ୍ତା appeared first on Dharitri Odia News.

ଉତ୍ପାତ ମଚାଉଛି ନରହନ୍ତା ଦନ୍ତା

ବଣାଇଁ,୩୦।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ବାଙ୍କୀ ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଛି ରେଡିଓକଲାର ଲାଗିଥିବା ନରହନ୍ତା ଦନ୍ତା। ଦୁଇଦିନ ତଳେ ବଣାଇଁ ବନଖଣ୍ଡର ବରସୁଆଁ ରେଞ୍ଜରେ ଥିବା ଦନ୍ତା ରବିବାର କେ.ବଲାଙ୍ଗ ସେକ୍ସନର କରେଇଚୁଆଁ ଗାଁରେ ପଶି ତାଣ୍ଡବ ରଚିଛି ।

ଗୋଠଛଡା ଦନ୍ତା ଗାଁରେ ଉତ୍ପାତ ଚଳାଇ ଥିବା ବେଳେ ଗାଁର ସ୍କୁଲ ପାଚେରୀ ଭାଙ୍ଗିବା ସହିତ ନିକଟ ଖଳାରେ ଥିବା ଧାନ ନଷ୍ଟ କରି ଦେଇଛି l ସମ୍ପୃକ୍ତ ହାତୀ ଦେହରେ ରେଡିଓକଲାର ଯନ୍ତ୍ରୀ ଲଗାଇ ବନବିଭାଗ ଟ୍ରାକିଂ କରାଯାଉଥିବା କହୁଥିବା ବେଳେ ହାତୀ ଗାଁରେ ପଶି ଉବଦ୍ରବ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

ଏପଟେ ସରକାର ହାତୀ ସ୍କା୍ବଡ୍‌ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ହାତୀ ଗାଁରେ ପଶି କ୍ଷତି କରିବା ସହ ମଣିଷ ମାରୁଛି। ଏନେଇ ବନ ବିଭାଗର ପାଟ୍ରୋଲିଂ ବ୍ୟବସ୍ଥା ସମ୍ପୂର୍ଣ ଫେଲ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ହାତୀଟି କୋଇଡ଼ାରେ ଜଣଙ୍କୁ ଦଳି ଦେଇଥିବା ବେଳେ ଗତ କିଛିଦିନ ତଳେ ଗୁରୁଣ୍ଡିଆ କଣ୍ଟାପାଲିରେ ଦୁଇ ଶିଶୁଙ୍କ ଜୀବନ ନେଇଥିଲା l

The post ଉତ୍ପାତ ମଚାଉଛି ନରହନ୍ତା ଦନ୍ତା appeared first on Dharitri Odia News.