ଉଦଘାଟନର ଦୁଇ ଦିନ ପରେ ବନ୍ଦ ହେଲା ମେଡ଼ିକାଲର ଆରଓ ପ୍ଲାଣ୍ଟ
ନନ୍ଦିଘୋଷ ବ୍ୟୁରୋ: ଉଦଘାଟନର ଦୁଇ ଦିନ ପରେ ମେଡ଼ିକାଲର ଆରଓ ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଗତ ତିନି ବର୍ଷ ଧରି... The post ଉଦଘାଟନର ଦୁଇ ଦିନ ପରେ ବନ୍ଦ ହେଲା ମେଡ଼ିକାଲର ଆରଓ ପ୍ଲାଣ୍ଟ appeared first on .
ନନ୍ଦିଘୋଷ ବ୍ୟୁରୋ: ଉଦଘାଟନର ଦୁଇ ଦିନ ପରେ ମେଡ଼ିକାଲର ଆରଓ ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଗତ ତିନି ବର୍ଷ ଧରି ଝୁଲୁଛି ତାଲା। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ଓ ଗରମ ପାଣି ଯୋଗାଇଦେବାର ମହତ ଉଦ୍ଦେଶ୍ଯ ରଖି ଆରଓ ପ୍ଲାଣ୍ଟ ନିର୍ମାଣ ହୋଇଥିଲା। ପାଣି ଅଭାବରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ନାନା ଅସୁବିଧାର ସାମ୍ନା କରୁଛନ୍ତି।
ଉଦଘାଟନର ଦୁଇ ଦିନ ପରେ ବନ୍ଦ ହେଲା ମେଡ଼ିକାଲର ଆରଓ ପ୍ଲାଣ୍ଟ । ଗତ ତିନି ବର୍ଷ ଧରି ଝୁଲୁଛି ତାଲା, ରୋଗୀ ଓ ସମ୍ପର୍କୀୟ ପାଣି ପାଇଁ ଭୋଗୁଛନ୍ତି ସମସ୍ଯା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ଓ ଗରମ ପାଣି ଯୋଗାଇଦେବାର ମହତ ଉଦ୍ଦେଷ୍ୟ ଲାଗିଥିଲା ଆରଓ ପ୍ଲାଣ୍ଟ। ରାଜ୍ୟସଭା ସାଂସଦ ମୁନ୍ନା ଖାଁ ନିଜ ସାଂସଦ ପାଣ୍ଠିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବସାଇଥିଲେ ଆରଓ ପ୍ଲାଣ୍ଟ। କିନ୍ତୁ ଦୀର୍ଘ ଦିନ ହେବ ଏହା ବନ୍ଦ ପଡିଥିବାରୁ ପାଣି ପିଇବାକୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସାମ୍ନା କରୁଛନ୍ତି । ଏଥିସହ ବାହାର ଦୋକାନରୁ ପାଣି କିଣି ପିଇବାକୁ ପଡୁଛି। ଯେଉଁଥିପାଇଁ ରୋଗୀଙ୍କ ମନରେ ତେଜୁଛି ଅସନ୍ତୋଷ। ତେବେ କେଉଁଥିପାଇଁ ତାଲା ପଡିଛି ତାର କୌଣସି ସ୍ପଷ୍ଟ କାରଣ ମିଳିପାରିନାହିଁ।
ଦୂଷିତ ପାଣି ପିଇ ପୁନର୍ବାର ରୋଗ ବୃଦ୍ଧି ସହ ଲୋକେ ବିଭିନ୍ନ ରୋଗରେ ପୀଡିତ ହେବାର ଆଶଙ୍କା ରହିଛି । କିନ୍ତୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ମେଡିକାଲ କତ୍ତୃପକ୍ଷଙ୍କ ନିଘା ନାହିଁ । ଗୁରୁତ୍ୱ ପୂର୍ଣ୍ଣ ICU ସାମ୍ନାରେ ଏହି ଆରଓ ପ୍ଲାଣ୍ଟ ରହିଥିଲେ ମଧ୍ୟ ସମସ୍ତଙ୍କ ଅଣଦେଖା ଏଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ଏହାକୁ ବନ୍ଦ କରାଯାଇଥିଲା । ଆଗାମୀ ସାତଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ସିଡିଏମଓ ।
The post ଉଦଘାଟନର ଦୁଇ ଦିନ ପରେ ବନ୍ଦ ହେଲା ମେଡ଼ିକାଲର ଆରଓ ପ୍ଲାଣ୍ଟ appeared first on .