ଉଦ୍‌ଯାପିତହେଲା ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ

ଦାରିଙ୍ଗବାଡ଼ି,୭ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ, ବରିଷ୍ଠ ନାଗରିକ ସୁଧୀରସେନ ପରିଛା ପ୍ରମୁଖ ଯୋଗ […] The post ଉଦ୍‌ଯାପିତହେଲା ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ appeared first on Dharitri Odia News.

ଉଦ୍‌ଯାପିତହେଲା ସିମନବାଡ଼ି  ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ

ଦାରିଙ୍ଗବାଡ଼ି,୭ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ, ବରିଷ୍ଠ ନାଗରିକ ସୁଧୀରସେନ ପରିଛା ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ା ଶିକ୍ଷକ ସାମନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ। ପାଠ ପଢ଼ା ସହ ଶରୀର ସୁସ୍ଥ ରହିବା ପାଇଁ ଖେଳକୁଦ ନିହାତି ଆବଶ୍ୟକ। ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ ଓ ପାଠ ପଢ଼ା ପ୍ରତି ଆଗ୍ରହ ବଢ଼ିବ ବୋଲି ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। କୃତି ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସ୍ମିତାରାଣୀ ମହାପାତ୍ର, ଦୀପ୍ତି ନାୟକ, ସନିତା ପ୍ରଧାନ, ବନ୍ଦନା ଜେନା, ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ, ଶଙ୍କର ହରିପ୍ରସାଦ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।

The post ଉଦ୍‌ଯାପିତହେଲା ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ appeared first on Dharitri Odia News.