ଉଦ୍ୟୋଗ ଉର୍ଜା ୨୦୨୫: ସଶକ୍ତ ମହିଳା ଗଢ଼ିବେ ସମୃଦ୍ଧ ଓଡ଼ିଶା, ୧୮ ସଫଳ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ୦୧।୦୩ : ୨୦୩୬ ବେଳକୁ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ସରକାର ଅଗ୍ରସର ହେଉଛନ୍ତି । ନାରୀ ସଶକ୍ତିକରଣ ରାଜ୍ୟ ସରକାରଙ୍କ ଲାଗି କେବଳ ଏକ ସ୍ଲୋଗାନ ନୁହେଁ, ବିଭିନ୍ନ ଯୋଜନାରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛନ୍ତି । ମହିଳାଙ୍କ ଉନ୍ନତିରେ ରାଜ୍ୟର ବିକାଶ ଗତି ଆହୁରି ଦୌଡ଼ିବ। ସଶକ୍ତ ମହିଳା ସମୃଦ୍ଧ  ଓଡ଼ିଶା ଓ ବିକଶିତ ଭାରତ ଗଠନର ମଙ୍ଗୁଆଳ ସାଜିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।   ପ୍ରମେୟ ଓ ନ୍ୟୁଜ ୭ ଏବଂ ସୋଆ ପ୍ରାଚୀନ ପକ୍ଷରୁ ସ୍ଥାନୀୟ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲଠାରେ ଶୁକ୍ରବାର ସଂଧ୍ୟାରେ ‘ଉଦ୍ୟୋଗ ଉର୍ଜା’ ୨୦୨୫ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ଶ୍ରୀ ସ୍ୱାଇଁ । ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଉପସଭାପତି ତଥା ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ (ଏସ୍‌ଆର୍‌ଏମ୍‌ପିଏଲ୍‌)ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ, ଏସ୍‌ଆର୍‌ଏମ୍‌ପିଏଲ୍‌ର ସିଇଓ ସୁନୀଲ ଦାସ, ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ହିମାଂଶୁ ହୋତା, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୮ ଜଣ ସଫଳ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର

ଉଦ୍ୟୋଗ ଉର୍ଜା ୨୦୨୫: ସଶକ୍ତ ମହିଳା ଗଢ଼ିବେ ସମୃଦ୍ଧ ଓଡ଼ିଶା, ୧୮ ସଫଳ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ୦୧।୦୩ : ୨୦୩୬ ବେଳକୁ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ସରକାର ଅଗ୍ରସର ହେଉଛନ୍ତି । ନାରୀ ସଶକ୍ତିକରଣ ରାଜ୍ୟ ସରକାରଙ୍କ ଲାଗି କେବଳ ଏକ ସ୍ଲୋଗାନ ନୁହେଁ, ବିଭିନ୍ନ ଯୋଜନାରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛନ୍ତି । ମହିଳାଙ୍କ ଉନ୍ନତିରେ ରାଜ୍ୟର ବିକାଶ ଗତି ଆହୁରି ଦୌଡ଼ିବ। ସଶକ୍ତ ମହିଳା ସମୃଦ୍ଧ  ଓଡ଼ିଶା ଓ ବିକଶିତ ଭାରତ ଗଠନର ମଙ୍ଗୁଆଳ ସାଜିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି । 

  ପ୍ରମେୟ ଓ ନ୍ୟୁଜ ୭ ଏବଂ ସୋଆ ପ୍ରାଚୀନ ପକ୍ଷରୁ ସ୍ଥାନୀୟ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲଠାରେ ଶୁକ୍ରବାର ସଂଧ୍ୟାରେ ‘ଉଦ୍ୟୋଗ ଉର୍ଜା’ ୨୦୨୫ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ଶ୍ରୀ ସ୍ୱାଇଁ । ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଉପସଭାପତି ତଥା ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ (ଏସ୍‌ଆର୍‌ଏମ୍‌ପିଏଲ୍‌)ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ, ଏସ୍‌ଆର୍‌ଏମ୍‌ପିଏଲ୍‌ର ସିଇଓ ସୁନୀଲ ଦାସ, ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ହିମାଂଶୁ ହୋତା, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୮ ଜଣ ସଫଳ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ସ୍ୱାଇଁ କହିଲେ, ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ । ସେମାନଙ୍କୁ ଆତ୍ମନିର୍ଭର କରାଇବା ଦିଗରେ ସୁଭଦ୍ରା ଭଳି ଅଭିନବ ଯୋଜନା ଆସିଛି । ଏହା ଦ୍ୱାରା ୧ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ୪ ହଜାର କୋଟିରୁ ଉଦ୍ଧ୍ୱର୍ ଅର୍ଥ ପଠାଯାଇଛି । ଗୋଟିଏ ଯୋଜନାରେ ମହିଳାଙ୍କୁ ଯୋଡ଼ିବାରେ ଏହା ରେକର୍ଡ ।

 ଭୋକାଲ ଫର୍‌ ଲୋକାଲ ଦ୍ୱାରା ୟୁନିଟ୍‌ ମଲ୍‌ କନସେପ୍ଟ ଉପରେ କାମ ହେଉଛି । ୨୫ ଲକ୍ଷ ଲକ୍ଷପତି ଦିଦି ଗଢ଼ିବା ଲାଗି ବଜେଟରେ ୨୭୭୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସୁଦକ୍ଷା ଯୋଜନା ଦ୍ୱାରା ଆଇଟିଆଇ ଏବଂ ଡିପ୍ଲୋମାରେ ଛାତ୍ରୀଙ୍କ ଉପସ୍ଥାନ ଆଶାତୀତ ବଢ଼ିଛି । ନାନୋ ୟୁନିକର୍ଣ୍ଣ ଦ୍ୱାରା ଉଦ୍ୟୋଗ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବା ମନ୍ତ୍ରୀ କହିଛନ୍ତି ।

 ଷ୍ଟାର୍ଟ ଅପ୍‌ ଇଣ୍ଡିଆରେ ୮୦% ଏବଂ ମୁଦ୍ରାରେ ୭୦% ଲାଭାର୍ଥୀ ହେଉଛନ୍ତି ମହିଳା । ଏବେ ଏମ୍‌ଏସ୍‌ଏମ୍‌ଇ ବିକାଶ ତ୍ୱରାନ୍ୱିତ କରିବା ଦିଗରେ ଏମ୍‌ଏସଏମ୍‌ଇ କନେକ୍ଟ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ମହିଳାଙ୍କୁ ଶିଳ୍ପ ସ୍ଥାପନାରେ ସବ୍‌ସିଡି, ସୁଧଛାଡ ସହ ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି) ଦ୍ୱାରା ଅତିରିକ୍ତ ସବ୍‌ସିଡି ମିଳୁଛି । ଭୁବନେଶ୍ୱର ନିକଟରେ ଆସିବାକୁ ଯାଉଛି ଏମ୍‌ଏସ୍‌ଏମ୍‌ଇ ପାର୍କ । ରାଜ୍ୟର ଔଦ୍ୟୋଗିକ ଧାରାକୁ ଆଗେଇ ନେବା ସହ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଉଲ୍ଲେଖ କରିଥିଲେ ଶ୍ରୀ ସ୍ୱାଇଁ ।

 ଏସ୍‌ଆର୍‌ଏମ୍‌ପିଏଲ୍‌ ନିର୍ଦ୍ଦେଶିକା ଶ୍ରୀ ଦାସ କହିଲେ, ଗିଭିଂ ବ୍ୟାକ୍‌ ଟୁ ସୋସାଇଟି ଲକ୍ଷ୍ୟ ଦିଗରେ ସୋଆ ପରିବାରର ପ୍ରତିବଦ୍ଧତା ରହିଛି । ଏହିକ୍ରମରେ ମହିଳା ଉଦ୍ୟୋଗୀଙ୍କୁ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି। ଏବେ ମହିଳା ସଶକ୍ତିକରଣ ଲାଗି ସରକାରୀ ଏବଂ ବେସରକାରୀ ସ୍ତରରେ ବହୁତ କାର୍ଯ୍ୟକ୍ରମ ହେଉଛି। ତେବେ ଭାରତ ଭଳି ବିଶାଳ ଦେଶରେ ଏଭଳି ଅଭିଯାନକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି । ପ୍ରମେୟ ଏବଂ ନ୍ୟୁଜ୭ର ଏଭଳି ପ୍ରୟାସ ନୂଆ ପିଢ଼ି ଉଦ୍ୟୋଗୀଙ୍କ ମନୋବଳ ବଢ଼ାଇବା ଦିଗରେ ନିଶ୍ଚିତ ପକ୍ଷେ ସହାୟକ ।

 ଗ୍ରୁପ ସିଇଓ ଶ୍ରୀ ଦାସ କହିଲେ, ମହିଳା ସଶକ୍ତିକରଣ ଦିଗରେ ଉଦ୍ୟୋଗ ଉର୍ଜା ୪ର୍ଥ ସଂସ୍କରଣ ସଫଳତାର ସହ ପାଳିତ ହୋଇଛି । କେବଳ ବଡ଼ ସହର ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଉଦ୍ୟମୀଙ୍କୁ ଏଥିରେ ଫୋକସ କରାଯାଇଛି । ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରମେୟ ଏବଂ ନ୍ୟୁଜ ୭ ଉଦ୍ୟମ ଜାରି ରଖିବେ । ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ମହିଳା ସଶକ୍ତ ହେଲେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଦିଗରେ ଅଧିକ ଯୋଗଦାନ ଦେଇପାରିବେ । 

 ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଶ୍ରୀ ହୋତା କହିଲେ, ସୋଆ ପ୍ରତିଷ୍ଠାତା ପ୍ରଫେସର ଡ.ମନୋଜ ରଞ୍ଜନ ନାୟକଙ୍କ ଗିଭିଂ ବ୍ୟାକ୍‌ ଟୁ ସୋସାଇଟି ମୂଳମନ୍ତ୍ର ଆଧାରରେ ସମାଜର ବିକାଶ ଲାଗି ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଦେଶର ବିକାଶ ଲାଗି ତୃଣମୂଳ ସ୍ତରର ଉଲ୍ଲେଖନୀୟ କାମ କରୁଥିବା ଉଦ୍ୟମୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କ ମନୋବଳ ବଢ଼ାଇବା ନିମନ୍ତେ ଉଦ୍ୟୋଗ ଉର୍ଜାର ପରିକଳ୍ପନା । ଏହା ଅନ୍ୟମାନଙ୍କୁ ମଧ୍ୟ ଭଲ କାମ କରିବାରେ ପ୍ରେରଣା ଦେବ । ଏହା ଦ୍ୱାରା ବିକାଶ ଧାରା ତ୍ୱରାନ୍ୱିତ ହେବା ସହ ଓଡ଼ିଶା ୧ ନମ୍ବର ହୋଇପାରିବ । 

 କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରମୟେ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରମେୟ ଡିଜିଟାଲ ୱିଙ୍ଗ୍‌ ମୁଖ୍ୟ ଅମରେଶ ଦାସ, ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ, ଏଜିଏମ୍‌ ରମାକାନ୍ତ ମଲ୍ଲିକ, ପ୍ରମେୟ ସେଲ୍‌ସ ଓ ମାର୍କେଟିଂ ଡିଜିଏମ୍‌ ଏସ୍‌ଏଫ୍‌ ଅଲ୍ଲୀ, ଡିଜିଏମ୍‌ ଜ୍ୟୋତିର୍ମୟ ପାଣିଗ୍ରାହୀ, ନ୍ୟୁଜ ୭ ସେଲ୍‌ସ ମାର୍କେଟିଂ ଡିଜିଏମ୍‌  ସିଦ୍ଧାର୍ଥ ରାୟ, ଏଜିଏମ୍‌ ବିଶ୍ୱରୂପ ପରିଡ଼ା ଏବଂ ପ୍ରମେୟ ଓ ନ୍ୟୁଜ ୭ର କର୍ମକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲୋରିଆ ମହାନ୍ତି । 

 କାର୍ଯ୍ୟକ୍ରମର ଟାଇଟଲ ସ୍ପନସର ଭାବେ ୟୁଲାରି ଡଟ୍‌ କମ୍‌ ରହିଥିଲା । ଅନ୍ୟତମ ପ୍ରମୁଖ ପ୍ରାୟେଜକଙ୍କ ମଧ୍ୟରେ ଫ୍ରିଡମ ଅଏଲ, ଫାଲ୍‌କନ ଗ୍ରୁପ, ଓଡ଼ିଶା ପର୍ଯ୍ୟଟନ ରହିଥିଲା । ସହଯୋଗୀ ପ୍ରାୟୋଜକ ଭାବେ ଜେଏସ୍‌ପିଏଲ୍‌, ପାରାଦୀପ ଫସ୍‌ଫେଟ୍‌ସ, ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ,ପ୍ରୀତି ଏଣ୍ଟରପ୍ରାଇଜେସ, ଏସ୍‌ବିଆଇ, ପାରାଦୀପ ବନ୍ଦର, ଏମ୍‌ଜିଏମ୍‌ ମିନେରାଲ୍ସ, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ବେଦିକ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ, ସିଭିରମଣ ୟୁନିଭର୍ସିଟି, ନାଲ୍‌କୋ, ଓମ୍‌ଫେଡ, ଇମ୍ଫା, ଏମ୍‌ସିଏଲ୍‌, ଜୁପିଟର ପବ୍ଲିକ ସ୍କୁଲ୍‌, ଶୁଶ୍ରୁତ ହସ୍ପିଟାଲ, ହର୍ଷପ୍ରିୟା କନ୍‌ଷ୍ଟ୍ରକସନ, ଆଦିତ୍ୟ ବିର୍ଲା, ଦେବ ଫୁଡ୍‌ସ, ଗ୍ଲେନ, କାନାରା ବ୍ୟାଙ୍କ, କଳିଙ୍ଗ ହସ୍ପିଟାଲ, ଟିପିଡବ୍ଲ୍ୟୁଓଡିଏଲ, ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌, ଓଜିଜିସି ରହିଥିଲେ । 

ସେହିଭଳି ନଲେଜ ପାର୍ଟନର ଭାବେ ଓଡ଼ିଏମ୍‌ ପବ୍ଲିକ ସ୍କୁଲ, ହେଲଥ ପାର୍ଟନର ହାଇଟେକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ଆଉଟ୍‌ଡୋର ପାର୍ଟନର ଟରେଣ୍ଟ ଆଡ୍‌ଭର୍ଟାଇଜର୍ସ, ଉତ୍କଳ ଇଭି, ଛପନ ଭୋଗ, ପ୍ୟୁର୍‌ ଇଟ୍‌ସ, ମଞ୍ଜିନିସ ଏବଂ ମୁସ୍କାନ ଫୁଡ୍‌ସ  ସହଯୋଗୀ ରହିଥିଲେ।