ଉଦୟଗିରି ବୁଲି ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଖଣ୍ଡଗିରି ପାଦଦେଶରେ ବି. କେ. କଲେଜ ଅଫ ଆର୍ଟ ଓ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଉଦୟଗିରି ବୁଲି ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାଲି ଚାଲି ବୁଲିଲେ ରାଣୀ ଗୁମ୍ଫା। ହାତୀ ଗୁମ୍ଫା ଶିଳାଲେଖା ନେଇ ASI ଅଧିକାରୀଙ୍କଠାରୁ ପଚାରି ବୁଝିଲେ। ଏହାପରେ ଖଣ୍ଡଗିରି ପାଦଦେଶରେ ବି. କେ. କଲେଜ ଅଫ ଆର୍ଟ ଓ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଏହି ଆଲୋଚନା କାର୍ଯ୍ୟକ୍ରମରେ ୫୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ, ଉଦୟଗିରିର ଶିଳା ଲେଖା, ଗୁମ୍ଫା, ଉତ୍କଳର ଉନ୍ନତ କଳାର ପ୍ରତୀକ। ସେତେବେଳେ ଲୋକମାନେ କଳାରେ ସମୃଦ୍ଧ ଥିଲେ। ଆମକୁ ସେସବୁ କଳାର ସଂରକ୍ଷଣ କରିବା ଉଚିତ୍। ଏହାପରେ ସନ୍ଧ୍ୟାରେ ମେଣ୍ଢାଶାଳରେ ଆୟୋଜିତ ଡିଭାଇନ୍ ରିଟ୍ରିଟ ସେଣ୍ଟରର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।