ଉପ ଡାକଘର ସମ୍ମୁଖରେ ଜମାକାରୀଙ୍କ ଧାରଣା, ହଡ଼ପ ଟଙ୍କା ଶୀଘ୍ର ପ୍ରଦାନ ଦାବିରେ ଆନ୍ଦୋଳନ

କଣ୍ଟାବାଞ୍ଜି ୧୪।୦୭ : ଜମାକାରୀଙ୍କ ଧାରଣା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଉପ ଡାକଘର ସମ୍ମୁଖରେ ଜମାକାରୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଜମାକାରୀଙ୍କ ହଡ଼ପ ଜମା ଟଙ୍କା ଶୀଘ୍ର ପ୍ରଦାନ ଦାବିରେ ଧାରଣାରେ ବସିଛନ୍ତି ଜମାକାରୀ । ଖବର ଅନୁଯାୟୀ, ସୋମବାର ବଙ୍ଗୋମୁଣ୍ଡା ଉପ ଡାକଘର ସମ୍ମୁଖରେ ଧାରଣା ଦେଲେ ଜମାକାରୀ । ଯାହାଫଳରେ ଡାକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜମାକାରୀଙ୍କ ହଡ଼ପ ଜମା ଟଙ୍କା  ଶୀଘ୍ର ପ୍ରଦାନ ଦାବିରେ ଚାଲିଛି ଆନ୍ଦୋଳନ । ବଙ୍ଗୋମୁଣ୍ଡା ଉପ ଡାକଘର ସମ୍ମୁଖରେ କାର୍ଯ୍ୟ ବନ୍ଦ କରି ଜମାକାରୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ଜମାକାରୀଙ୍କ ଲକ୍ଷାଧିକ ଜମା ଟଙ୍କା ଆତ୍ମସାତ ଅଭିଯୋଗ। ଜମାକାରୀଙ୍କ ଜମା ଟଙ୍କା ପୂର୍ବରୁ ୨ ଜଣ ଡାକ କର୍ମଚାରୀ ଆତ୍ମସାତ କରିଥିଲେ। ଆତ୍ମସାତର ୧ ବର୍ଷ ପରେ ବି ଟଙ୍କା ମିଳିନଥିବାରୁ ତେଜୁଛି ଅସନ୍ତୋଷ। ଟଙ୍କା ନପାଇଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନର ଚେତାବନୀ ।

ଉପ ଡାକଘର ସମ୍ମୁଖରେ ଜମାକାରୀଙ୍କ ଧାରଣା, ହଡ଼ପ ଟଙ୍କା ଶୀଘ୍ର ପ୍ରଦାନ ଦାବିରେ ଆନ୍ଦୋଳନ

କଣ୍ଟାବାଞ୍ଜି ୧୪।୦୭ : ଜମାକାରୀଙ୍କ ଧାରଣା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଉପ ଡାକଘର ସମ୍ମୁଖରେ ଜମାକାରୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଜମାକାରୀଙ୍କ ହଡ଼ପ ଜମା ଟଙ୍କା ଶୀଘ୍ର ପ୍ରଦାନ ଦାବିରେ ଧାରଣାରେ ବସିଛନ୍ତି ଜମାକାରୀ । 

ଖବର ଅନୁଯାୟୀ, ସୋମବାର ବଙ୍ଗୋମୁଣ୍ଡା ଉପ ଡାକଘର ସମ୍ମୁଖରେ ଧାରଣା ଦେଲେ ଜମାକାରୀ । ଯାହାଫଳରେ ଡାକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜମାକାରୀଙ୍କ ହଡ଼ପ ଜମା ଟଙ୍କା  ଶୀଘ୍ର ପ୍ରଦାନ ଦାବିରେ ଚାଲିଛି ଆନ୍ଦୋଳନ । ବଙ୍ଗୋମୁଣ୍ଡା ଉପ ଡାକଘର ସମ୍ମୁଖରେ କାର୍ଯ୍ୟ ବନ୍ଦ କରି ଜମାକାରୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ଜମାକାରୀଙ୍କ ଲକ୍ଷାଧିକ ଜମା ଟଙ୍କା ଆତ୍ମସାତ ଅଭିଯୋଗ। ଜମାକାରୀଙ୍କ ଜମା ଟଙ୍କା ପୂର୍ବରୁ ୨ ଜଣ ଡାକ କର୍ମଚାରୀ ଆତ୍ମସାତ କରିଥିଲେ। ଆତ୍ମସାତର ୧ ବର୍ଷ ପରେ ବି ଟଙ୍କା ମିଳିନଥିବାରୁ ତେଜୁଛି ଅସନ୍ତୋଷ। ଟଙ୍କା ନପାଇଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନର ଚେତାବନୀ ।