ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ମତଦାନର ସମୟ ସକାଳ ୧୦ରୁ ଅପରାହ୍ନ ୫ଟା ଯାଏ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଭୋଟିଂ ଶେଷ ହେବା ପରେ ସେହିଦିନ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଦେଶର ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ଆସନ୍ତା ଅଗଷ୍ଟ ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଥିବା ବେଳେ ୨୨ ତାରିଖରେ ଏହାକୁ ଯାଞ୍ଚ କରାଯିବ। ଅଗଷ୍ଟ ୨୫ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବା ଶେଷ ତାରିଖ। ଶେଷରେ ସେପ୍ଟମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ।

ମତଦାନର ସମୟ ସକାଳ ୧୦ରୁ ଅପରାହ୍ନ ୫ଟା ଯାଏ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଭୋଟିଂ ଶେଷ ହେବା ପରେ ସେହିଦିନ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅର୍ଥାତ ସେପ୍ଟେମ୍ବର ୯ ତାରିଖରେ ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ।

ଜୁଲାଇ ୨୧ରେ ରାତିରେ ଭାରତର ଉପ ରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଅପ୍ରତ୍ୟାଶିତ ଢଙ୍ଗରେ ଇସ୍ତଫା ଦେଇଥିଲେ। ଏଥିଯୋଗୁ ଉପ ରାଷ୍ଟ୍ରପତି ପଦ ଖାଲି ପଡ଼ିଛି। ତେଣୁ ଭାରତୀୟ ନିର୍ବାଚନ କମିଶନ ଏହି ପଦ ପୂରଣ ପାଇଁ ସେପ୍ଟେମ୍ବର ୯ରେ ଭୋଟିଂ ହେବ ବୋଲି ଘୋଷଣା କରିଛନ୍ତି। ଧନଖଡ଼ ଜୁଲାଇ ୨୧ରେ ଇସ୍ତଫା ଦେଇଥିବା ବେଳେ ପରଦିନ ସକାଳେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଗ୍ରହଣ କରି ନେଇଥିଲେ। ଧନଖଡ଼ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୨ ବର୍ଷ ବାକି ରହିଥିଲା।

ଭାରତୀୟ ସମ୍ବିଧାନର ଧାରା ୬୮(୨) ଅନୁସାରେ ଉପ ରାଷ୍ଟ୍ରପତିଙ୍କ ଇସ୍ତଫାର ନିର୍ଦ୍ଦିଷ୍ଟ ସମୟ ସୀମା ପଦରେ ଏହି ପଦ ପୂରଣ ପାଇଁ ନିର୍ବାଚନ ଶେଷ କରିବାର କୌଣସି ପ୍ରାବଧାନ ନାହିଁ। କେବଳ ନିର୍ବାଚନ ଯଥା ଶୀଘ୍ର ଶେଷ କରିବାକୁ ଏହି ଧାରାରେ ଉଲ୍ଲେଖ କରାଯାଇଛି। ସେହି ଆଧାରରେ ଏବେ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।