ଉପବାସରେ ବାବା ଚନ୍ଦ୍ରଶେଖର, ରୋଷଘରେ ଝୁଲୁଛି ତାଲା

ଗତକାଲି ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ବିଳମ୍ବରେ ହୋଇଥିଲା। ଆଜିର ମଧ୍ୟ ସମାନ ଅବ୍ୟବସ୍ଥା ରହିଛି। ଯେଉଁଥିପାଇଁ ସୋଶାଆଲ ମିଡିଆରେ ଅସନ୍ତୋଷ ଝାଡ଼ିଛନ୍ତି ଅନେକ ଶ୍ରଦ୍ଧାଳୁ।

ଉପବାସରେ ବାବା ଚନ୍ଦ୍ରଶେଖର, ରୋଷଘରେ ଝୁଲୁଛି ତାଲା

ଦୁଇ ଦିନ ଧରି ଉପବାସରେ ବାବା ଚନ୍ଦ୍ରଶେଖର। ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଦୁଇ ଦିନ ହେବ ଉପାସରେ ଅଛନ୍ତି ଠାକୁର। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ରୋଷଘରେ ମଧ୍ୟ ଝୁଲୁଛି ତାଲା।

ଠାକୁରଙ୍କ ସେବା ପାଇଁ ଆବଶ୍ୟକ ଅନୁଯାୟୀ ସୁଆର ନଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଦେବୋତ୍ତର ବିଭାଗ କହିଛି। ଗତକାଲି (ସୋମବାର) ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ବିଳମ୍ବରେ ହୋଇଥିଲା। ଆଜିର ମଧ୍ୟ ସମାନ ଅବ୍ୟବସ୍ଥା ରହିଛି। ଯେଉଁଥିପାଇଁ ସୋଶାଆଲ ମିଡିଆରେ ଅସନ୍ତୋଷ ଝାଡ଼ିଛନ୍ତି ଅନେକ ଶ୍ରଦ୍ଧାଳୁ।

ଦେବୋତ୍ତର ବିଭାଗ ଘଟଣାକୁ ସ୍ୱୀକାର କରିଛି। ସୁଆର ମାନଙ୍କ ଶରୀର ଅସୁସ୍ଥତା ପାଇଁ ଏଭଳି ସମସ୍ୟା ଉପୁଜିଛି। ଆଜି ଏହାର ସମାଧାନ କରାଯାଇଛି। ଏବେ ଠାକୁରଙ୍କ ନୀତି ଠିକ୍ ଭାବେ ଚାଲିଛି।