ଉପଭୋକ୍ତାଙ୍କ ମାଡ଼ରେ ବିଦ୍ୟୁତ୍‌ କର୍ମଚାରୀ ଆହତ, ବିଲ୍‌ ଆଦାୟ କରିବାକୁ ଯାଇଥିବାବେଳେ ଅଘଟଣ

ବାଲିପାଟଣା: ବିଦ୍ୟୁତ ବିଲ୍‌ ଆଦାୟ କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ । କର୍ମଚାରୀଙ୍କୁ ବାଉଁଶରେ ପିଟିଲେ ଉପଭୋକ୍ତା। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମୁକୁନ୍ଦଦାଶପୁରରେ ଘଟିଛି ଘଟଣା। ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସୋମବାର ପିପିଲି ଇଲେକ୍ଟ୍ରିକ୍ ସେକ୍ସନ-୧ରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ରାଜେଶ ସାହୁ ମୁକୁନ୍ଦଦାଶପୁର ଗ୍ରାମରେ ବିଦ୍ୟୁତ୍‌ ବକେୟା ବିଲ୍ କଲେକ୍ସନ କରିବାକୁ ଯାଇଥିଲେ। ଏହି ସମୟରେ ଗାଁର ମହମ୍ମଦ ସାହାସୁବ୍ଦିନ୍ଙ୍କ ସହ ପ୍ରଥମେ କଥା କଟାକଟି ହୋଇଥିଲା। ଏଥିରେ ସାହାସୁବ୍ଦିନ୍ ଉତ୍ୟକ୍ତ ହୋଇ ଏକ ବାଉଁଶରେ ରାଜେଶଙ୍କୁ ନିର୍ଧୁମ ପିଟି ଚାଲିଥିଲେ। ଏଥିରେ ରାଜେଶ ଆହତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜେଶ କହିଛନ୍ତି ଉପଭୋକ୍ତାଙ୍କ ଘରେ ବିଦ୍ୟୁତ ସଂଯୋଗ ଅଛି। ହେଲେ ଏହା ସତ୍ତ୍ବେବି ସେ ଚୋରାରେ ହୁକ ପକାଇ ବିଦ୍ୟୁତ ବ୍ୟବହାର କରୁଛନ୍ତି। ତାଙ୍କୁ ଏପରି କରିବାରୁ ମନା କରିବାରୁ ସେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ। ତେବେ ବାଲିପାଟଣା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଉପଭୋକ୍ତାଙ୍କ ମାଡ଼ରେ ବିଦ୍ୟୁତ୍‌ କର୍ମଚାରୀ ଆହତ, ବିଲ୍‌ ଆଦାୟ କରିବାକୁ ଯାଇଥିବାବେଳେ ଅଘଟଣ

ବାଲିପାଟଣା: ବିଦ୍ୟୁତ ବିଲ୍‌ ଆଦାୟ କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ । କର୍ମଚାରୀଙ୍କୁ ବାଉଁଶରେ ପିଟିଲେ ଉପଭୋକ୍ତା। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମୁକୁନ୍ଦଦାଶପୁରରେ ଘଟିଛି ଘଟଣା। ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁଯାୟୀ, ସୋମବାର ପିପିଲି ଇଲେକ୍ଟ୍ରିକ୍ ସେକ୍ସନ-୧ରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ରାଜେଶ ସାହୁ ମୁକୁନ୍ଦଦାଶପୁର ଗ୍ରାମରେ ବିଦ୍ୟୁତ୍‌ ବକେୟା ବିଲ୍ କଲେକ୍ସନ କରିବାକୁ ଯାଇଥିଲେ। ଏହି ସମୟରେ ଗାଁର ମହମ୍ମଦ ସାହାସୁବ୍ଦିନ୍ଙ୍କ ସହ ପ୍ରଥମେ କଥା କଟାକଟି ହୋଇଥିଲା। ଏଥିରେ ସାହାସୁବ୍ଦିନ୍ ଉତ୍ୟକ୍ତ ହୋଇ ଏକ ବାଉଁଶରେ ରାଜେଶଙ୍କୁ ନିର୍ଧୁମ ପିଟି ଚାଲିଥିଲେ। ଏଥିରେ ରାଜେଶ ଆହତ ହୋଇଥିଲେ। 

ତେବେ ଚିକିତ୍ସା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜେଶ କହିଛନ୍ତି ଉପଭୋକ୍ତାଙ୍କ ଘରେ ବିଦ୍ୟୁତ ସଂଯୋଗ ଅଛି। ହେଲେ ଏହା ସତ୍ତ୍ବେବି ସେ ଚୋରାରେ ହୁକ ପକାଇ ବିଦ୍ୟୁତ ବ୍ୟବହାର କରୁଛନ୍ତି। ତାଙ୍କୁ ଏପରି କରିବାରୁ ମନା କରିବାରୁ ସେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ। ତେବେ ବାଲିପାଟଣା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।