ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ: ରୁଜୁହେଲା ମାମଲା

ଅମରାବତୀ,୧୦।୧୨: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଜଣା ନମ୍ବରରେ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଅଜ୍ଞାତ ବ୍ୟକ୍ତି ଜଣକ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ଦେଇଥିଲେ। ଧମକ ଦେଇଥିବା ବ୍ୟକ୍ତି ଜଣକ ଫୋନରେ ଅଶାଳୀନ ଭାଷା ବ୍ୟବହାର କରିଥିଲେ। ଏନେଇ କାର୍ଯ୍ୟାଳୟର ଅଧିକାରୀମାନେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ […] The post ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ: ରୁଜୁହେଲା ମାମଲା appeared first on Dharitri Odia News.

ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ: ରୁଜୁହେଲା ମାମଲା

ଅମରାବତୀ,୧୦।୧୨: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଜଣା ନମ୍ବରରେ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଅଜ୍ଞାତ ବ୍ୟକ୍ତି ଜଣକ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ଦେଇଥିଲେ। ଧମକ ଦେଇଥିବା ବ୍ୟକ୍ତି ଜଣକ ଫୋନରେ ଅଶାଳୀନ ଭାଷା ବ୍ୟବହାର କରିଥିଲେ। ଏନେଇ କାର୍ଯ୍ୟାଳୟର ଅଧିକାରୀମାନେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କର ତଦନ୍ତ ଆରମ୍ଭ କରିଛି।

The post ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ: ରୁଜୁହେଲା ମାମଲା appeared first on Dharitri Odia News.