ଉପସଚିବ ପାହ୍ୟାରେ ବଡ଼ଧରଣର ବଦଳି କଲେ ମୋହନ ସରକାର
ଓଡ଼ିଶା ସଚିବାଳୟ ସେବା ସଂଘ କ୍ୟାଡ଼ରର ୩୧ଜଣ ଅଫିସରଙ୍କୁ ଉପସଚିବ ପାହ୍ୟାକୁ ପଦୋନ୍ନତି ଦେବା ସହ ସେମାନଙ୍କୁ ବିଭିନ୍ନ ବିଭାଗକୁ ବଦଳି କରାଯାଇଛି।
ରାଜ୍ୟର ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ଉପସଚିବ ପାହ୍ୟାର ଅଫିସରସ୍ତରରେ ବଡ଼ଧରଣର ବଦଳି କରିଛନ୍ତି । ଓଡ଼ିଶା ସଚିବାଳୟ ସେବା ସଂଘ କ୍ୟାଡ଼ରର ୩୧ଜଣ ଅଫିସରଙ୍କୁ ଉପସଚିବ ପାହ୍ୟାକୁ ପଦୋନ୍ନତି ଦେବା ସହ ସେମାନଙ୍କୁ ବିଭିନ୍ନ ବିଭାଗକୁ ବଦଳି କରାଯାଇଛି। ଏହି ଅଫିସରମାନଙ୍କୁ ଆଜି ଅନୁସଚିବ ପାହ୍ୟାରୁ ଉପସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।