ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି

ଭୁବନେଶ୍ବର: ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି। ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩... The post ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି appeared first on .

ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି

ଭୁବନେଶ୍ବର: ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି। ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଆଗାମୀ ଦିନରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବଢିବ। ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ କିରଣ ତାତି ବୃଦ୍ଧି କରିବାରେ ସହାୟକ ହେବ। ହେଲେ ଆସନ୍ତା ୨୩ ତାରିଖ  ବେଳକୁ ଏକ ପଶ୍ଚିମା ଝଡର ପ୍ରଭାବ ରାଜ୍ୟ ଉପରେ ରହିବ। ଏହି ପଶ୍ଚିମା ଝଡ ପ୍ରଭାବରେ  ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ଏହାସହ  ରାଜ୍ୟରେ  ବର୍ତ୍ତମାନ ଏକ ଗୁରୁଚାପ  ବଳୟ ସକ୍ରିୟ ରହୁଥିବାରୁ  ଆଗାମୀ ତିନିଦିନ ଯାଏ ଘନ  କୁହୁଡିର  ସମ୍ଭାବନା  ରହିଛି । ବିଶେଷ କରି  ମଧ୍ୟରାତ୍ରୀରୁ ସକାଳ ଭିତରେ  କୁହୁଡିର ଘନତା ୫୦ ରୁ ୩୦ ମିଟର ରହିବ। ତେଣୁ ଜାତୀୟ  ରାଜପଥ ରେ ଯାତାୟାତ କରୁଥିବା ସମୟରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ  କେନ୍ଦ୍ର। ଉପକୂଳ ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୩ ଦିନ ଯାଏ ଘନ କୁହୁଡି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ  ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ଜଗତସିଂହପୁର, ଭଦ୍ରକ, କଟକ,ଅନୁଗୁଳ,ଢେଙ୍କାନାଳ, କେନ୍ଦ୍ରାପଡା, କନ୍ଧମାଳ, ସୋନପୁର,ବୌଧ,ଯାଜପୁର ଏବଂ ରାୟଗଡା କୁ ସତର୍କତା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ୧୩ ଜିଲ୍ଲାକୁ  ଘନ  କୁହୁଡ଼ିପାଇଁ  ୟେଲୋ ଓ୍ବାର୍ଣ୍ଣି ଜାରି କରିଛି  ପାଣିପାଗ କେନ୍ଦ୍ର।  ଆଜି ଭୁବନେଶ୍ଵର ରେ ଦିନ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ମଧ୍ୟରେ ରହିବା ସହ ଆକାଶ ନିର୍ମଳ ରହିବ। ଗତ ୨୪ ଘଣ୍ଟାରେ ସର୍ବୋଚ୍ଚ ଦିନ ତାପମାତ୍ରା ପାରଳାଖେମୁଣ୍ଡି ରେ ୩୫.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

The post ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି appeared first on .