ଉବର ଇଣ୍ଡିଆ ଆଣିଲା ନୂଆ ସେଫ୍ଟି ଫିଚର, ମହିଳାଙ୍କ ସୁରକ୍ଷାକୁ ଦିଆଯାଇଛି ବିଶେଷ ଧ୍ୟାନ

ନୂଆଦିଲ୍ଲୀ: ଅନଲାଇନ ଟ୍ୟାକ୍ସି ସେବା ଯୋଗାଉଥିବା ଉବର ଇଣ୍ଡିଆ ଗ୍ରାହକ ଏବଂ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ଅନେକ ନୂଆ ସେଫ୍ଟି ଫିଚର ଆଣିଛି। ଯେଉଁଥିରେ ମହିଳାଙ୍କ ସୁରକ୍ଷାକୁ ବିଶଷ ଗୁରୁତ୍ବ ଦିଆଯାଇଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଫିଚର ମଧ୍ୟରେ ରହିଛି ରାଇଡ ସମୟର ଅଡିଓ ରେକର୍ଡିଂ, ଓମେନ ରାଇଡର ପିଫରେନ୍ସ ଅପ୍ସନ, ଏସଓସ ବଟନ ଭଳି ଅନେକ ସୁବିଧା ।ଅଡିଓ ରେକର୍ଡିଂ ଫିଚରଉବରର ନୂଆ ଅଡିଓ ରେକର୍ଡି ଫିଚର ଗ୍ରାହକ ଏବଂ ଯାତ୍ରୀ ଉଭୟ ବ୍ୟବହାର କରିପାରିବେ। ଯଦି ଡ୍ରାଇଭର କିମ୍ବା ଯାତ୍ରୀ ରାଇଡ ସମୟରେ କିଛି ଅସ୍ବାଭାବିକ ଘଟଣାର ଆଶଙ୍କା କରୁଥାନ୍ତି ତେବେ ଏହି ଫିଚର ଆକ୍ଟିଭ କରିପାରିବେ। ଏହାକୁ ଆକ୍ଟିଭ କରିବାମାତ୍ରେ ଅଟୋମେଟିକ ଭାବରେ ଯାତ୍ରୀ ଏବଂ ଡ୍ରାଇଭରଙ୍କ ମଧ୍ୟରେ ରାଇଡ ସମୟର ଅଡିଓ ରେକର୍ଡିଂ କରିପାରିବେ। ଓମେନ ରାଇଡର ପ୍ରିଫରେନ୍ସ ଫିଚରଓମେନ ରାଇଡର ପ୍ରିଫେରନ୍ସ ଫିଚର ଦ୍ବାରା ମହିଳା ଡ୍ରାଇଭର କେବଳ ମହିଳା ଯାତ୍ରୀଙ୍କୁ ରାଇଡ ସେବା ଦେଇପାରିବେ। ଏହା ବିଳମ୍ବିତ ରାତିରେ ରାଇଡ ବୁକ୍ କରୁଥିବା ମହିଳାଙ୍କ ପାଇଁ ମଧ୍ୟ ଖୁବ୍ ସହାୟକ ହେବ। କମ୍ପାନିର ସୂଚନା ଅନୁଯାୟୀ, ଏହି ଫିଚର ଦ୍ବାରା ୨୧ ହଜାରରୁ ଅଧିକ ଟ୍ରିପ ବୁକ୍ ହୋଇସାରିଲାଣି। ସେଫଟି ପ୍ରିଫରେନ୍ସ ଫିଚରସେଫ୍ଟି ପ୍ରିଫରେନ୍ସ ଫିଚରରେ ଯାତ୍ରୀଙ୍କ ପାଇଁ ଅନେକ ସୁରକ୍ଷା ସେଟିଂ ରହିଛି। ଯେଉଁଥିରେ ‘ରାଇଡଚେକ’ ଭଳି ଏକ ଜରୁରୀ ଫିଚର ରହିଛି। ଏହି ଫିଚରକୁ ଆକ

ଉବର ଇଣ୍ଡିଆ ଆଣିଲା ନୂଆ ସେଫ୍ଟି ଫିଚର, ମହିଳାଙ୍କ ସୁରକ୍ଷାକୁ ଦିଆଯାଇଛି ବିଶେଷ ଧ୍ୟାନ

ନୂଆଦିଲ୍ଲୀ: ଅନଲାଇନ ଟ୍ୟାକ୍ସି ସେବା ଯୋଗାଉଥିବା ଉବର ଇଣ୍ଡିଆ ଗ୍ରାହକ ଏବଂ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ଅନେକ ନୂଆ ସେଫ୍ଟି ଫିଚର ଆଣିଛି। ଯେଉଁଥିରେ ମହିଳାଙ୍କ ସୁରକ୍ଷାକୁ ବିଶଷ ଗୁରୁତ୍ବ ଦିଆଯାଇଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଫିଚର ମଧ୍ୟରେ ରହିଛି ରାଇଡ ସମୟର ଅଡିଓ ରେକର୍ଡିଂ, ଓମେନ ରାଇଡର ପିଫରେନ୍ସ ଅପ୍ସନ, ଏସଓସ ବଟନ ଭଳି ଅନେକ ସୁବିଧା ।

ଅଡିଓ ରେକର୍ଡିଂ ଫିଚର

ଉବରର ନୂଆ ଅଡିଓ ରେକର୍ଡି ଫିଚର ଗ୍ରାହକ ଏବଂ ଯାତ୍ରୀ ଉଭୟ ବ୍ୟବହାର କରିପାରିବେ। ଯଦି ଡ୍ରାଇଭର କିମ୍ବା ଯାତ୍ରୀ ରାଇଡ ସମୟରେ କିଛି ଅସ୍ବାଭାବିକ ଘଟଣାର ଆଶଙ୍କା କରୁଥାନ୍ତି ତେବେ ଏହି ଫିଚର ଆକ୍ଟିଭ କରିପାରିବେ। ଏହାକୁ ଆକ୍ଟିଭ କରିବାମାତ୍ରେ ଅଟୋମେଟିକ ଭାବରେ ଯାତ୍ରୀ ଏବଂ ଡ୍ରାଇଭରଙ୍କ ମଧ୍ୟରେ ରାଇଡ ସମୟର ଅଡିଓ ରେକର୍ଡିଂ କରିପାରିବେ। 

ଓମେନ ରାଇଡର ପ୍ରିଫରେନ୍ସ ଫିଚର

ଓମେନ ରାଇଡର ପ୍ରିଫେରନ୍ସ ଫିଚର ଦ୍ବାରା ମହିଳା ଡ୍ରାଇଭର କେବଳ ମହିଳା ଯାତ୍ରୀଙ୍କୁ ରାଇଡ ସେବା ଦେଇପାରିବେ। ଏହା ବିଳମ୍ବିତ ରାତିରେ ରାଇଡ ବୁକ୍ କରୁଥିବା ମହିଳାଙ୍କ ପାଇଁ ମଧ୍ୟ ଖୁବ୍ ସହାୟକ ହେବ। କମ୍ପାନିର ସୂଚନା ଅନୁଯାୟୀ, ଏହି ଫିଚର ଦ୍ବାରା ୨୧ ହଜାରରୁ ଅଧିକ ଟ୍ରିପ ବୁକ୍ ହୋଇସାରିଲାଣି। 

ସେଫଟି ପ୍ରିଫରେନ୍ସ ଫିଚର

ସେଫ୍ଟି ପ୍ରିଫରେନ୍ସ ଫିଚରରେ ଯାତ୍ରୀଙ୍କ ପାଇଁ ଅନେକ ସୁରକ୍ଷା ସେଟିଂ ରହିଛି। ଯେଉଁଥିରେ ‘ରାଇଡଚେକ’ ଭଳି ଏକ ଜରୁରୀ ଫିଚର ରହିଛି। ଏହି ଫିଚରକୁ ଆକ୍ଟିଭ କଲେ ଗ୍ରାହକ ଯିବାକୁ ଥିବା ନିଜ ରୁଟରେ କୌଣସି ପରିବର୍ତ୍ତନ ହେଉଛି କି ନାହିଁ ତାହା ଜାଣିପାରିବେ। ସେହିଭଳି ସେଫ୍ଟି ପ୍ରିଫରେନ୍ସ ଫିଚରରେ  ଅଟୋମେଟିକ ଅଡିଓ ରେକର୍ଡିଂ, ନିଜ ପରିବାର କିମ୍ବା ଘନିଷ୍ଠ ବ୍ୟକ୍ତିଙ୍କ ସହ ଟ୍ରିପ ଡିଟେଲ ସେୟାର କରିବା ଭଳି ସୁବିଧା ମଧ୍ୟ ରହିଛି।

SOS ଇଣ୍ଟଗ୍ରେସନ ଫିଚର

ଏସଓଏସ ଇଣ୍ଟିଗ୍ରେସନ ଫିଚର ଦ୍ବାରା ଇମରଜେନ୍ସୀ ସ୍ଥିତିରେ ଯାତ୍ରୀ ଏବଂ ଡ୍ରାଇଭର ସେମାନଙ୍କର ଲାଇଭ ଲୋକେସନ ପୋଲିସକୁ ପଠାଇପାରିବେ । ଯାହାଦ୍ବାରା ପୋଲିସକୁ ତୁରନ୍ତ ଆକ୍ସନ ନେବାରେ ସହଜ ହେବ। ଏହି ଫିଚର ତେଲେଙ୍ଗାନାରେ ଦୁଇ ବର୍ଷରୁ କାର୍ଯ୍ୟ କରୁଥିବାବେଳେ ଏବେ ଏହା ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଟେଷ୍ଟିଂରେ ରହିଛି।