ଉଲଗ୍ନ ହୋଇ ଡାକ୍ତରଖାନାରେ ବୁଲିଲେ ଡାକ୍ତର

ତଦନ୍ତ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଡିଏମ୍‌ଓ।

ଉଲଗ୍ନ ହୋଇ ଡାକ୍ତରଖାନାରେ ବୁଲିଲେ ଡାକ୍ତର

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ବିଡକିନ ସ୍ଥିତ ସରକାରୀ ଡାକ୍ତରଖାନାରେ ଜଣେ ଡାକ୍ତର ଉଲଗ୍ନ ହୋଇ ବୁଲିବାର ଭିଡିଓ ସାମ୍ନାକୁ ଆସିଛି।  

ଏହି ଡାକ୍ତର ଜଣଙ୍କ ସଦାବେଳେ ନିଶା ସେବନ କରନ୍ତି ବୋଲି ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ସେ ତାଙ୍କର ସମସ୍ତ ପୋଷାକ ଖୋଲି ଡାକ୍ତରଖାନାରେ ବୁଲିଥିଲେ ବୋଲି ଜଣାପଡ଼ିଛି।

ଛତ୍ରପତି ସମ୍ଭାଜୀନଗରର ସିଡିଏମ୍‌ଓ ଦୟାନନ୍ଦ ମୋତିପାବଲେ କହିଛନ୍ତି, ଏ ସଂପର୍କିତ ଅଭିଯୋଗ ଆମେ ପାଇଛୁ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।