ଉଲୁଣ୍ଡା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ୯ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତାର ଉଲୁଣ୍ଡା ଉଦେପଦର ଛକ ଠାରେ ବନବିଭାଗ ଚଢାଉ କରି ପିକପକ୍ ଓ କୋଇଲା ବୋଝେଇ ଗାଡ଼ି ଜବତ କରିବା ସହ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଚାପଧାରି ତାଣ୍ଡି, ନବୀନ ଗଡତିଆ ଏବଂ ଗୋପାଳ ଚନ୍ଦ୍ର ସାହୁ। ସୂଚନା ଅନୁସାରେ ସମ୍ବଲପୁର ପଟରୁ ଏକ ଗାଡ଼ିରେ କୋଇଲା ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର […] The post ଉଲୁଣ୍ଡା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ୯ ଗିରଫ appeared first on Odisha.News.

ଉଲୁଣ୍ଡା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ୯ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତାର ଉଲୁଣ୍ଡା ଉଦେପଦର ଛକ ଠାରେ ବନବିଭାଗ ଚଢାଉ କରି ପିକପକ୍ ଓ କୋଇଲା ବୋଝେଇ ଗାଡ଼ି ଜବତ କରିବା ସହ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଚାପଧାରି ତାଣ୍ଡି, ନବୀନ ଗଡତିଆ ଏବଂ ଗୋପାଳ ଚନ୍ଦ୍ର ସାହୁ। ସୂଚନା ଅନୁସାରେ ସମ୍ବଲପୁର ପଟରୁ ଏକ ଗାଡ଼ିରେ କୋଇଲା ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଉଦେପଦର ଛକ ଠାରେ ଚଢାଉ କରି ପିକଅପ ସହ ୫୦ ବସ୍ତା କୋଇଲା ଜବତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ସେହିପରି ଝାରବାହାଲି ଛକରେ ବନବିଭାଗ ଚଢାଉ କରି ଶାଳ କାଠ ବୋଝେଇ ଗାଡ଼ି ସହ ଏସକଟରେ ଆସୁଥିବା ଗୋଟିଏ ବାଇକ ମଧ୍ୟ ଜବତ କରିଛି। ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରିଥିବା ବେଳେ ଅଭିଯୁକ୍ତ ମାନେ ହେଲେ ପ୍ରଦୀପ ଦେବତା, ମଙ୍ଗଳ ସେଠୀ, ମିଥୁନ ମୁଣ୍ଡା ଏବଂ ଯୁଗିନ୍ଦ୍ର ମେହେର। ସୂଚନା ଅନୁସାରେ ଶାଳ କାଠ ଚୋରା ଚାଳନା ହେଉଥିବା ଖବର ପାଇଁ ଝାରବାହାଲି ଛକ ଠାରେ ବନ ବିଭାଗ ଟିମ ଚଢ଼ଉ କରିଥିଲେ। ଚଢାଉ ସମୟରେ ସେଠାରୁ ୩୫ ଖଣ୍ଡ ସାଳ କାଠ ଏବଂ ଗୋଟିଏ ବାଇକ୍ ଜବତ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେହିପରି ବଘାରମୁଣ୍ଡା ଦଳ ଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଚଢାଉ କରି ୧୫ ଖଣ୍ଡ ସାଇଜ କାଠ, ୫ ଖଣ୍ଡ ଶାଳ ଗଣ୍ଡି, ଗୋଟିଏ କରତ ଏବଂ ଗୋଟିଏ ବାଇକ୍ ଜବତ ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ପିତାମ୍ବର ମୁଣ୍ଡା ଏବଂ ମିଞ୍ଜୁ ଲବଣୀ। ଏହି ଚଢ଼ାଉରେ ରେଞ୍ଜର ସଞ୍ଜୀବ ରାଉତ, ବନପାଳ କୃତିବାସ ସେଠ୍, ଗୋପାଳ ପଣ୍ଡା, ବନରକ୍ଷୀ ଚୌଦୁରୀ ଦଳପତି, ପ୍ରଜ୍ଞା ମହଲା, ପ୍ରବୀଣ ରଥଙ୍କ ସମେତ ସ୍କ୍ୱାର୍ଡ ଟିମ ସାମିଲ ହୋଇଥିଲେ। ଏନେଇ ବନବିଭାଗ ପକ୍ଷରୁ ତିନୋଟି ମାମଲା ରୁଜୁ କରି ସଂପୃକ୍ତ ନଅ ଜଣ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।

The post ଉଲୁଣ୍ଡା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ୯ ଗିରଫ appeared first on Odisha.News.