ଉଲୁଣ୍ଡା ରେ ଅମୃତ ଧାରା ପ୍ରକଳ୍ପ ଅଚଳ ଯୋଗୁଁ ଦେଖା ଦେଇଛି ପାନୀୟଜଳ ସଙ୍କଟ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ସହରର ମୁଖ୍ୟ ଛକଗୁଡିକରେ ଥିବା ଅମୃତଧାରା ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି। ଫଳରେ ଲୋକମାନେ ଥଣ୍ଡା ପାନୀୟ ଜଳ ପିଇବା କୁ ପାଇ ପାରୁନାହାନ୍ତି।ଦିନକୁ ଦିନ ଖରା ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏ ପଟେ ଲୋକଙ୍କୁ ଥଣ୍ଡା ଜଳ ଟିକେ ମଧ୍ୟ ମିଳି ପାରୁନାହିଁ । ସବୁ ଜାଣିଶୁଣି ବ୍ଳକ ପ୍ରଶାସନ ଚୁପ୍। ଖରାଦିନେ ଲୋକଙ୍କୁ ପାନୀୟ ଜଳ ମିଳିପାରୁନାହିଁ […] The post ଉଲୁଣ୍ଡା ରେ ଅମୃତ ଧାରା ପ୍ରକଳ୍ପ ଅଚଳ ଯୋଗୁଁ ଦେଖା ଦେଇଛି ପାନୀୟଜଳ ସଙ୍କଟ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ସହରର ମୁଖ୍ୟ ଛକଗୁଡିକରେ ଥିବା ଅମୃତଧାରା ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି। ଫଳରେ ଲୋକମାନେ ଥଣ୍ଡା ପାନୀୟ ଜଳ ପିଇବା କୁ ପାଇ ପାରୁନାହାନ୍ତି।ଦିନକୁ ଦିନ ଖରା ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏ ପଟେ ଲୋକଙ୍କୁ ଥଣ୍ଡା ଜଳ ଟିକେ ମଧ୍ୟ ମିଳି ପାରୁନାହିଁ । ସବୁ ଜାଣିଶୁଣି ବ୍ଳକ ପ୍ରଶାସନ ଚୁପ୍। ଖରାଦିନେ ଲୋକଙ୍କୁ ପାନୀୟ ଜଳ ମିଳିପାରୁନାହିଁ । ବିଶେଷ କରି ଲୋକମାନେ ତଥା ବୃଦ୍ଧବୃଦ୍ଧା କୈଣସି କାର୍ଯ୍ୟ ରେ ଆସିଲେ ସହରରେ ପିଇବା ପାଣି ଟିକିଏ ପାଇପାରୁ ନାହାନ୍ତି I ପ୍ରଶାସନ କୁ ଅନେକଥର ପାନୀୟ ଜଳ ସମସ୍ୟା ଉପରେ ଦାବିକରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ସବୁ ଜାଣିଶୁଣି ବ୍ଳକ ପ୍ରଶାସନ ଚୁପ୍ ରହୁଥିବା ସ୍ଥାନୀୟ ଅଞ୍ଚଳବାସୀ କୁହନ୍ତି । ଅତି ଶୀଘ୍ର ସହରରେ ଅମୃତଧାରା କାର୍ଯ୍ୟକ୍ଷମ କରି ପାନୀୟ ଜଳ ସୁବିଧା କରିବାକୁ ସାଧାରଣରେ ଦାବି ହେଉଛି ।
The post ଉଲୁଣ୍ଡା ରେ ଅମୃତ ଧାରା ପ୍ରକଳ୍ପ ଅଚଳ ଯୋଗୁଁ ଦେଖା ଦେଇଛି ପାନୀୟଜଳ ସଙ୍କଟ appeared first on Odisha.News.