ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ

ସତର୍କ ରହିବାକୁ ଓ ସାଇବର ଠକଙ୍କ ଜାଲରେ ନ ଫସିବାକୁ ଉଷା ପାଢ଼ୀ ଅନୁରୋଧ କରିଛନ୍ତି।

ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ

ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ କେହି ଠକେଇ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ନିଜେ ଉଷା ପାଢ଼ୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରରେ ଏକ ପୋଷ୍ଟ କରିଛନ୍ତି।

କେହି ଜଣେ ଦୁର୍ବୃତ୍ତ ଏକ ହ୍ୱାଟ୍‌ସଆପ୍ ନମ୍ବରରେ ଉଷା ପାଢ଼ୀଙ୍କ ଫଟୋ ଲଗାଇ ତାଙ୍କର କିଛି ଜଣାଶୁଣା ଲୋକଙ୍କୁ ଟଙ୍କା ମାଗୁଛି। ଉଷା ପାଢ଼ୀଙ୍କ ନଜରକୁ ଏ କଥା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ସାରିଛନ୍ତି। ସତର୍କ ରହିବାକୁ ଓ ଏଭଳି ସାଇବର ଠକଙ୍କ ଜାଲରେ ନ ଫସିବାକୁ ସେ ଅନୁରୋଧ କରିଛନ୍ତି।

ଉଷା ପାଢ଼ୀ ତାଙ୍କ ‘ଏକ୍ସ’ରେ ଏକ ହ୍ୱାଟ୍‌ସଆପ୍ ଚାଟ୍‌ର ସ୍କ୍ରିନ୍ ଶଟ୍ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ କେହି ଦୁର୍ବୃତ୍ତ ତାଙ୍କ ନାଁ ନେଇ ଜଣଙ୍କୁ ୫୦ ହଜାର ଟଙ୍କା ମାଗିଛି। ଏଥିପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପଠାଇଛି। ଏମିତିକି ପରେ ସେ ସେହି ଟଙ୍କା ଫେରାଇ ଦେବ ବୋଲି କହିଛି।