ଊପାନ୍ତ ଅଞ୍ଚଳରେ ଶିକ୍ଷକତା ଆରମ୍ଭ କରି ପ୍ରାଥମିକ ଶିକ୍ଷକ ନେଲେ ଅବସର
ପଟ୍ଟାଙ୍ଗି୦୨/୦୮କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧିନସ୍ଥ ଆନ୍ଧ୍ର ସୀମାନ୍ତ ଅମ୍ପାବାଲି ୟୁ ଜି ହାଇସ୍କୁଲ ର ପ୍ରାଥମିକ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ ଶିକ୍ଷକତା ରୁ ଅବସର ନେଇଛନ୍ତି । ସୂଚନା ମୁତାବକ ଶିକ୍ଷକ ସ୍ୱାଇଁ ୧୯୬୫ ମସିହା ଜୁଲାଇ ୦୨ ତାରିଖରେ ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାର ରାଜଙ୍କ ଗ୍ରାମରେ ଜନ୍ମଗ୍ରହଣ କରି ଶିକ୍ଷାଗତ ହାସଲ କରି କୋରାପୁଟ ଜିଲ୍ଲାର ଏକ ଊପନ୍ତ ତଥା ସୀମାନ୍ତ ଅଞ୍ଚଳ ଅମ୍ପାବାଲି ପଞ୍ଚାୟତ ରେ ୨୦୦୮ ମସିହା ଜାନୁଆରୀ ୨୨ […] The post ଊପାନ୍ତ ଅଞ୍ଚଳରେ ଶିକ୍ଷକତା ଆରମ୍ଭ କରି ପ୍ରାଥମିକ ଶିକ୍ଷକ ନେଲେ ଅବସର appeared first on Odisha.News.
ପଟ୍ଟାଙ୍ଗି୦୨/୦୮କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧିନସ୍ଥ ଆନ୍ଧ୍ର ସୀମାନ୍ତ ଅମ୍ପାବାଲି ୟୁ ଜି ହାଇସ୍କୁଲ ର ପ୍ରାଥମିକ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ ଶିକ୍ଷକତା ରୁ ଅବସର ନେଇଛନ୍ତି । ସୂଚନା ମୁତାବକ ଶିକ୍ଷକ ସ୍ୱାଇଁ ୧୯୬୫ ମସିହା ଜୁଲାଇ ୦୨ ତାରିଖରେ ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାର ରାଜଙ୍କ ଗ୍ରାମରେ ଜନ୍ମଗ୍ରହଣ କରି ଶିକ୍ଷାଗତ ହାସଲ କରି କୋରାପୁଟ ଜିଲ୍ଲାର ଏକ ଊପନ୍ତ ତଥା ସୀମାନ୍ତ ଅଞ୍ଚଳ ଅମ୍ପାବାଲି ପଞ୍ଚାୟତ ରେ ୨୦୦୮ ମସିହା ଜାନୁଆରୀ ୨୨ ତାରିଖରେ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ ରେ ଯୋଗଦାନ କରିଥିଲେ । ସ୍ୱାଇଁ ନିଜର ଶିକ୍ଷକତା ଜୀବନ ଉପାନ୍ତ ଅଞ୍ଚଳରେ ଅତିବାହିତ କରିବା ସମୟରେ ଉକ୍ତ ବିଦ୍ୟାଳୟରେ ୨୦୨୦ ମସିହା ଜୁଲାଇ ୦୧ ତାରିଖରୁ ୨୦୨୩ ମସିହା ଅଗଷ୍ଟ ୩୦ ପର୍ଯ୍ୟନ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଇତ୍ଵ ରେ ରହି ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ପରିବାର ଙ୍କୁ ଶିକ୍ଷା ବ୍ୟବସ୍ଥା ଉପରେ ଅବଗତ ତଥା ସଚେତନ କରାଇ ଅନେକ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରି ଓଡିଆ ଭାଷା କୁ ପ୍ରଚାର ପ୍ରସାର କରିବାରେ ପଛ ଘୁଞ୍ଚା ଦେଇ ନଥିଲେ । ସ୍ୱାଇଁ ଉକ୍ତ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଅଞ୍ଚଳ ବାସି ଙ୍କ ପ୍ରିୟ ପାଲଟିଥିବା ସହ ପର ଉପକାରୀ ଭାବେ ଗ୍ରାମ ବାସି ଙ୍କ ପ୍ରତ୍ୟେକ କାମରେ ସହଯୋଗ ର ହାତ ବଢାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲବଙ୍ଗଲତା ବାରିକ ଙ୍କ ଦ୍ଵାରା ଆୟୋଜିତ ବିଦାୟ କାଳିନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅଭିଭାବକ ଏବଂ ପରିଚାଳନା କମିଟି ସଭାପତି କଣ୍ଡା ଜାନୀ , ପବିତ୍ର ଜାନୀ ଓ ପୂରାତନ ଛାତ୍ର ସଂସଦ ସଭାପତି କାଳିଆ ସିନ୍ଦେରି ପ୍ରମୁଖ ନିଜ ନିଜର ମନ୍ତବ୍ୟ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ଯୋଗଦେଇଥିଲେ । ଏହି ସମୟରେ ସମାଜସେବୀ ବଳରାମ ବାରିକ , ଅବସର ଗ୍ରହଣ କରିଥିବା ଶିକ୍ଷକ ସ୍ୱାଇଁ ଙ୍କ ଧର୍ମପତ୍ନୀ ତଥା ପଡାଲଗୁଡା ଶିକ୍ଷୟିତ୍ରୀ ସୁଲଚଳା ଧଳ , ପଞ୍ଚାୟତ ରେ ରହିଥିବା ରାଜ୍ୟ ଖଣି ନିଗମ ବିଭାଗର ବିଭିନ୍ନ ଅଧିକାରୀ , କର୍ମଚାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ସ୍ୱାଇଁ ଙ୍କୁ ଶିକ୍ଷକତା ରୁ ବିଦାୟ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ ।
The post ଊପାନ୍ତ ଅଞ୍ଚଳରେ ଶିକ୍ଷକତା ଆରମ୍ଭ କରି ପ୍ରାଥମିକ ଶିକ୍ଷକ ନେଲେ ଅବସର appeared first on Odisha.News.