ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ
ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝରରେ ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନା ୨୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପାଟଣା ଥାନା ଏଏସଆଇ […] The post ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ appeared first on Dharitri Odia News.
ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝରରେ ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନା ୨୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପାଟଣା ଥାନା ଏଏସଆଇ ସରୋଜ କୁମାର ସେଠୀ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ସୂଚନା ଅନୁଯାୟୀ, ରାମ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ରୁକ୍ମଣୀ ମୁଣ୍ଡା ୨ଟି ଘରୋଇ ଅର୍ଥଲଗାଣ ସଂସ୍ଥା ରୁ ଋଣ କରିଥିଲେ। ଘରୋଇ ସଂସ୍ଥାର କର୍ମଚାରୀମାନେ ଋଣ ପରିଶୋଧ କରିନଥିବାରୁ ବାରମ୍ବାର ରାମଙ୍କ ଘରକୁ ଆସି ତାଗିଦ କରୁଥିବାରୁ ଏନେଇ ଶନିବାର ଅପରାହ୍ନ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ଏହାପରେ ରାମ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିବା ଜଣାପଡ଼ିଛି।
The post ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ appeared first on Dharitri Odia News.