ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ଦେଲେ ତାଙ୍କ ଚାକିରି ଉପରେ ପ୍ରଭାବ ପକାଇବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଋତୁସ୍ରାବ ବା ମାସିକ ଧର୍ମ ସମୟରେ ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ମାସକୁ ଗୋଟିଏ ଦିନ ଛୁଟି ମିଳିବା ନେଇ ଦୀର୍ଘ ସମୟ ଧରି ଏକ ବିତର୍କ ଚାଲିଛି। ଆଉ ଏହାରି ମଧ୍ୟ ସୁପ୍ରିମକୋର୍ଟ ସୋମବାର ଏହି ଋତୁସ୍ରାବ ଛୁଟି ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କହିଛନ୍ତି, ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ଆଦେଶ ଦେବା ସେମାନଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖିବା କିମ୍ବା ସେମାନଙ୍କ […]

ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ଦେଲେ ତାଙ୍କ ଚାକିରି ଉପରେ ପ୍ରଭାବ ପକାଇବ : ସୁପ୍ରିମକୋର୍ଟ
Menstrual Leave

ନୂଆଦିଲ୍ଲୀ : ଋତୁସ୍ରାବ ବା ମାସିକ ଧର୍ମ ସମୟରେ ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ମାସକୁ ଗୋଟିଏ ଦିନ ଛୁଟି ମିଳିବା ନେଇ ଦୀର୍ଘ ସମୟ ଧରି ଏକ ବିତର୍କ ଚାଲିଛି। ଆଉ ଏହାରି ମଧ୍ୟ ସୁପ୍ରିମକୋର୍ଟ ସୋମବାର ଏହି ଋତୁସ୍ରାବ ଛୁଟି ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କହିଛନ୍ତି, ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ଆଦେଶ ଦେବା ସେମାନଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖିବା କିମ୍ବା ସେମାନଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇପାରେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି କହିଛନ୍ତି,  ଯଦି ମହିଳାମାନଙ୍କୁ ଏପରି ଛୁଟି ପ୍ରଦାନ କରିବାକୁ କୋର୍ଟ ନିଷ୍ପତ୍ତି ନିଅନ୍ତି, ତେବେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡିପାରେ କାରଣ କମ୍ପାନୀ ସେମାନଙ୍କୁ କାମ ଦେବା ଠାରୁ ଦୂରେଇ ରଖିପାରେ। ପ୍ରଧାନ ବିଚାରପତି କହିଛନ୍ତି ଏହିପରି ଛୁଟି ବାଧ୍ୟତାମୂଳକ କରିବା ପାଇଁ ଯଦି କୋର୍ଟ ନିର୍ଦେଶ ଦେଇ ଦିଅନ୍ତି ତେବେ, ଏହା ମହିଳାମାନଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ଦେବ।  ଆମେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଯାହା କରିବୁ ତାହା ସେମାନଙ୍କ ପାଇଁ କ୍ଷତି ହେଉ, ତାହା ଆମେ ଚାହୁଁ ନାହୁଁ। ଏହା ପ୍ରକୃତରେ ଏକ ସରକାରୀ ନୀତି ଅଧୀନରେ ଯାଉଛି, ଏଣୁ କୋର୍ଟଙ୍କୁ ଏ ଉପରେ ଦୃଷ୍ଟି ଦେବା ଉଚିତ୍ ନୁହେଁ।

ଅନ୍ୟପଟେ ପ୍ରଧାନ ବିଚାରପତି ଏହି ମାମଲାକୁ ନେଇ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ନୀତି ସ୍ତରରେ ଏହି ବିଷୟ ଉପରେ ସେମାନେ ବିଚାର କରନ୍ତୁ ଏବଂ ସମସ୍ତ ହିତାଧିକାରୀଙ୍କ ପରାମର୍ଶ ପରେ ନିଷ୍ପତ୍ତି ନିଅନ୍ତୁ ଏବଂ ଏକ ମଡେଲ ନୀତି ପ୍ରସ୍ତୁତ କରନ୍ତୁ। ଏହା ବ୍ୟତୀତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ରାଜ୍ୟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଜ ପକ୍ଷରୁ କିଛି ପଦକ୍ଷେପ ନିଏ, ତେବେ କେନ୍ଦ୍ର ସରକାର ତାଙ୍କ ରାସ୍ତାରେ ଆସିବେ ନାହିଁ। କାରଣ ବର୍ତ୍ତମାନ ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ମହିଳା କର୍ମଚାରୀଙ୍କ ପାଇଁ ବିହାରରେ ଦୁଇ ଦିନିଆ ଛୁଟି ନିୟମ ଥିବାବେଳେ କେରଳରେ ଛାତ୍ରୀଙ୍କ ପାଇଁ ତିନି ଦିନିଆ ଛୁଟି ପାଇଁ ବ୍ୟବସ୍ଥା ରହିଛି।