ଋତୁସ୍ରାବ ହେଲେ ମିଳିବ ଗୋଟିଏ ଦିନ ଛୁଟି, ଖୁସି ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
କଟକ : କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର । ଏଣିକି ଋତୁସ୍ରାବ ହେଲେ ମିଳିବ ଗୋଟିଏ ଦିନ ଛୁଟି । ସେ ସରକାରୀ କର୍ମଚାରୀ ହୁଅନ୍ତୁ କି ବେସରକାରୀ । ନିଜ ଇଚ୍ଛା ଅନୁସାରେ କୌଣସି ଗୋଟିଏ ଦିନ ଛୁଟି ନେଇପାଇବେ ମହିଳା । ଆଜି ଏ ଖୁସି ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଖବର ଶୁଣିଲା ପରେ ସମସ୍ତ ମହିଳା ଖୁସି ହୋଇଛନ୍ତି । କେରଳ ଓ ବିହାର […] The post ଋତୁସ୍ରାବ ହେଲେ ମିଳିବ ଗୋଟିଏ ଦିନ ଛୁଟି, ଖୁସି ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା appeared first on KNews Odisha.

କଟକ : କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର । ଏଣିକି ଋତୁସ୍ରାବ ହେଲେ ମିଳିବ ଗୋଟିଏ ଦିନ ଛୁଟି । ସେ ସରକାରୀ କର୍ମଚାରୀ ହୁଅନ୍ତୁ କି ବେସରକାରୀ । ନିଜ ଇଚ୍ଛା ଅନୁସାରେ କୌଣସି ଗୋଟିଏ ଦିନ ଛୁଟି ନେଇପାଇବେ ମହିଳା । ଆଜି ଏ ଖୁସି ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଖବର ଶୁଣିଲା ପରେ ସମସ୍ତ ମହିଳା ଖୁସି ହୋଇଛନ୍ତି । କେରଳ ଓ ବିହାର ରାଜ୍ୟରେ ମହିଳାଙ୍କ ପାଇଁ ଋତୁକାଳୀନ ସମୟରେ ଏହି ଗୋଟିଏ ଦିନ ଛୁଟି କୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି ।
ସାରା ଦେଶ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ । ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ । କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।
The post ଋତୁସ୍ରାବ ହେଲେ ମିଳିବ ଗୋଟିଏ ଦିନ ଛୁଟି, ଖୁସି ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା appeared first on KNews Odisha.