ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ; ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା
ନୂଆଦିଲ୍ଲୀ: ଜାନୁଆରୀରେ ଋଷ ଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିଛି ଭାରତ। ଲଗାତର ଦ୍ୱିତୀୟ ମାସ ହେଲା ତୈଳ ଆମଦାନୀ ହ୍ରାସ କରି ଗତ ୧୨ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ତଥାପି, ଲଂଗ ଟର୍ମ ଡିମାଣ୍ଡ ଏବେ ବି ସ୍ଥିର ରହିଛି। ଏନର୍ଜି କାର୍ଗୋ ଟ୍ରାକର 'ଭର୍ଟେକ୍ସା'ର ତଥ୍ୟ ଅନୁଯାୟୀ, ଋଷ ଜାନୁଆରୀରେ ଭାରତକୁ ଦିନକୁ ୧୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଉଥିଲା, ଯାହା ଡିସେମ୍ବରରେ ଦେଇଥିବା ୧୩.୨ ଲକ୍ଷ ବ୍ୟାରେଲ ଏବଂ ନଭେମ୍ବର ୨୦୨୩ରେ ୧୬.୨ ଲକ୍ଷ ବ୍ୟାରେଲରୁ କମ୍ ହେବ। ଏହାସତ୍ତ୍ୱେ ବି ଭାରତକୁ ସର୍ବାଧିକ ଅଶୋଧିତ ତୈଳ ଯୋଗାଣକାରୀ ରାଷ୍ଟ୍ର ତାଲିକାରେ ଋଷ ସର୍ବାଗ୍ରେ ରହିଛି। ଆଗକୁ ମଧ୍ୟ ଭାରତ ଋଷ ଠାରୁ ଅଶୋଧିତ ତୈଳ କିଣିବା ଜାରି ରଖିବ ବୋଲି ଭାରତୀୟ ଅଧିକାରୀ କହିଛନ୍ତି। ଭର୍ଟେକ୍ସା ଅନୁଯାୟୀ, ଭାରତ ଡିସେମ୍ବର ୨୦୨୧ରେ ଋଷରୁ ଦିନକୁ ମାତ୍ର ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିଲା। ସେହିପରି ଇରାକରୁ ଦିନକୁ ୧୦.୫ ଲକ୍ଷ ବ୍ୟାରେଲ ଏବଂ ସାଉଦି ଆରବରୁ ୯୫୨,୬୨୫ ବ୍ୟାରେଲ ଆମଦାନୀ କରିଥିଲା। ପଢ଼ନ୍ତୁ-ଭାରତର ଜିଡିପି ବିକାଶ ଦରକୁ ଅନୁମାନକୁ ସାମାନ୍ୟ ବଢ଼ାଇଲା ଓଇସିଡି; ଏହି ହାରରେ ଦୌଡ଼ିବ ଦେଶର ଅର୍ଥନୀତି ଗତ ମାସ ୨୦ ଜାନୁଆରୀ, ୨୦୨୪ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୨୩ରେ ମସିହାରେ ଭାରତ ରୁଷରୁ ସର୍ବାଧିକ ଅଶୋଧିତ ତୈଳ କ୍ରୟ କରିଥିଲା। ୨୦୨୩ରେ ଭାରତ ରୁଷରୁ ଦୈନିକ ୧୬
ନୂଆଦିଲ୍ଲୀ: ଜାନୁଆରୀରେ ଋଷ ଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିଛି ଭାରତ। ଲଗାତର ଦ୍ୱିତୀୟ ମାସ ହେଲା ତୈଳ ଆମଦାନୀ ହ୍ରାସ କରି ଗତ ୧୨ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ତଥାପି, ଲଂଗ ଟର୍ମ ଡିମାଣ୍ଡ ଏବେ ବି ସ୍ଥିର ରହିଛି।
ଏନର୍ଜି କାର୍ଗୋ ଟ୍ରାକର 'ଭର୍ଟେକ୍ସା'ର ତଥ୍ୟ ଅନୁଯାୟୀ, ଋଷ ଜାନୁଆରୀରେ ଭାରତକୁ ଦିନକୁ ୧୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଉଥିଲା, ଯାହା ଡିସେମ୍ବରରେ ଦେଇଥିବା ୧୩.୨ ଲକ୍ଷ ବ୍ୟାରେଲ ଏବଂ ନଭେମ୍ବର ୨୦୨୩ରେ ୧୬.୨ ଲକ୍ଷ ବ୍ୟାରେଲରୁ କମ୍ ହେବ। ଏହାସତ୍ତ୍ୱେ ବି ଭାରତକୁ ସର୍ବାଧିକ ଅଶୋଧିତ ତୈଳ ଯୋଗାଣକାରୀ ରାଷ୍ଟ୍ର ତାଲିକାରେ ଋଷ ସର୍ବାଗ୍ରେ ରହିଛି। ଆଗକୁ ମଧ୍ୟ ଭାରତ ଋଷ ଠାରୁ ଅଶୋଧିତ ତୈଳ କିଣିବା ଜାରି ରଖିବ ବୋଲି ଭାରତୀୟ ଅଧିକାରୀ କହିଛନ୍ତି।
ଭର୍ଟେକ୍ସା ଅନୁଯାୟୀ, ଭାରତ ଡିସେମ୍ବର ୨୦୨୧ରେ ଋଷରୁ ଦିନକୁ ମାତ୍ର ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିଲା। ସେହିପରି ଇରାକରୁ ଦିନକୁ ୧୦.୫ ଲକ୍ଷ ବ୍ୟାରେଲ ଏବଂ ସାଉଦି ଆରବରୁ ୯୫୨,୬୨୫ ବ୍ୟାରେଲ ଆମଦାନୀ କରିଥିଲା।
ପଢ଼ନ୍ତୁ-ଭାରତର ଜିଡିପି ବିକାଶ ଦରକୁ ଅନୁମାନକୁ ସାମାନ୍ୟ ବଢ଼ାଇଲା ଓଇସିଡି; ଏହି ହାରରେ ଦୌଡ଼ିବ ଦେଶର ଅର୍ଥନୀତି
ଗତ ମାସ ୨୦ ଜାନୁଆରୀ, ୨୦୨୪ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୨୩ରେ ମସିହାରେ ଭାରତ ରୁଷରୁ ସର୍ବାଧିକ ଅଶୋଧିତ ତୈଳ କ୍ରୟ କରିଥିଲା। ୨୦୨୩ରେ ଭାରତ ରୁଷରୁ ଦୈନିକ ୧୬.୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କିଣିଥିଲା। ଏହା ପୂର୍ବରୁ ୨୦୨୨ରେ ଏହି ସଂଖ୍ୟା ଦୈନିକ ୬.୫୧ ଲକ୍ଷ ବ୍ୟାରେଲ ଥିଲା। ଅର୍ଥାତ୍ ୨୦୨୨ ତୁଳନାରେ ୨୦୨୩ରେ ଭାରତ ରୁଷ ଠାରୁ ୧୫୫ ପ୍ରତିଶତ ଅଧିକ ଅଶୋଧିତ ତୈଳ ଆମଦାନୀ କରିଛି।
The post ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ; ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା appeared first on Prameya News7.