ଋଷର ବିରୋଧୀ ଦଳର ନେତାଙ୍କ ମୃତ୍ୟୁ ଉପରେ କରୁଥିଲେ ଭିଡିଓ, ସାମ୍ବାଦିକଙ୍କୁ ଗିରଫ କଲା ପୁଲିସ
ନୂଆଦିଲ୍ଲୀ: ଋଷର ବିରୋଧୀଦଳର ନେତା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ପରେ ତାଙ୍କ ପାଇଁ କାମ କରୁଥିବା ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଆତଙ୍କବାଦ କାର୍ଯ୍ୟକଳାପ ଅଭିଯୋଗରେ ଋଷର ୨ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଆଲେକ୍ସି ନାଭାଲନିଙ୍କ ଟିମ୍ ପାଇଁ ସାମ୍ବାଦିକ ଜଣକ ଏକ ଭିଡିଓ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି।ସର୍ଜେ କାର୍ଲିନ୍ ନ୍ୟୁଜ୍ ଏଜେନ୍ସି ଏପି ପାଇଁ ସେ କାର୍ଯ୍ୟ କରିଛନ୍ତି। କନଷ୍ଟାଣ୍ଟିନ ଗାବୋଭଙ୍କ ପରେ ଏଭଳି ଅଭିଯୋଗରେ ଗିରଫ ହୋଇଥିବା ଦ୍ୱିତୀୟ ସାମ୍ବାଦିକ। ସରୋଜ କାର୍ଲିନ୍ ମଧ୍ୟ ରଏଟର୍ସ ପାଇଁ କାମ କରିଛନ୍ତି। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଆସୋସିଏଟେଡ୍ ପ୍ରେସ ଋଷର ସାମ୍ବାଦିକ ସର୍ଗି କାର୍ଲିନଙ୍କ ଗିରଫଦାରୀକୁ ନେଇ ଉଦବେଗ ପ୍ରକାଶ କରିଛି। ସାମ୍ବାଦିକ ସରୋଜଙ୍କ ଗିରଫଦାରୀକୁ ନେଇ ସେ ନ୍ୟୁଜ୍ ଏଜେନ୍ସି AFP କୁ କହିଛନ୍ତି। ତେବେ କୋର୍ଟ ଟେଲିଗ୍ରାମରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ ୟୁଟ୍ୟୁବ ଚ୍ୟାନେଲ ନାଭାଲନି ଲାଇଭରେ ଏହି ଭିଡିଓ ପ୍ରକାଶ କରିବାରେ ସରୋଜ କାର୍ଲିନ ଏବଂ କନଷ୍ଟାଣ୍ଟିନ ଗାବୋଭ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ଆଲେକ୍ସୀ ନାଭାଲନିଙ୍କ ପକ୍ଷରୁ ବ୍ୟବହୃତ ହୋଇଥିଲା।ମିଡିଆ ରିପୋର୍ଟ ଅନୁଯାୟୀ, କନଷ୍ଟାଣ୍ଟିନ ଗାବୋଭ ଋଷର ଟେଲିଭିଜନ ଚ୍ୟାନେଲ ପାଇଁ କାମ କରନ୍ତି। ଏହା ବ୍ୟତୀତ ସେ ବେଲାଋଷର ନ୍ୟୁଜ୍ ଏଜେନ୍ସିରେ ମଧ୍ୟ କାର୍ଯ୍
ନୂଆଦିଲ୍ଲୀ: ଋଷର ବିରୋଧୀଦଳର ନେତା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ପରେ ତାଙ୍କ ପାଇଁ କାମ କରୁଥିବା ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଆତଙ୍କବାଦ କାର୍ଯ୍ୟକଳାପ ଅଭିଯୋଗରେ ଋଷର ୨ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଆଲେକ୍ସି ନାଭାଲନିଙ୍କ ଟିମ୍ ପାଇଁ ସାମ୍ବାଦିକ ଜଣକ ଏକ ଭିଡିଓ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି।
ସର୍ଜେ କାର୍ଲିନ୍ ନ୍ୟୁଜ୍ ଏଜେନ୍ସି ଏପି ପାଇଁ ସେ କାର୍ଯ୍ୟ କରିଛନ୍ତି। କନଷ୍ଟାଣ୍ଟିନ ଗାବୋଭଙ୍କ ପରେ ଏଭଳି ଅଭିଯୋଗରେ ଗିରଫ ହୋଇଥିବା ଦ୍ୱିତୀୟ ସାମ୍ବାଦିକ। ସରୋଜ କାର୍ଲିନ୍ ମଧ୍ୟ ରଏଟର୍ସ ପାଇଁ କାମ କରିଛନ୍ତି। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଆସୋସିଏଟେଡ୍ ପ୍ରେସ ଋଷର ସାମ୍ବାଦିକ ସର୍ଗି କାର୍ଲିନଙ୍କ ଗିରଫଦାରୀକୁ ନେଇ ଉଦବେଗ ପ୍ରକାଶ କରିଛି। ସାମ୍ବାଦିକ ସରୋଜଙ୍କ ଗିରଫଦାରୀକୁ ନେଇ ସେ ନ୍ୟୁଜ୍ ଏଜେନ୍ସି AFP କୁ କହିଛନ୍ତି। ତେବେ କୋର୍ଟ ଟେଲିଗ୍ରାମରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ ୟୁଟ୍ୟୁବ ଚ୍ୟାନେଲ ନାଭାଲନି ଲାଇଭରେ ଏହି ଭିଡିଓ ପ୍ରକାଶ କରିବାରେ ସରୋଜ କାର୍ଲିନ ଏବଂ କନଷ୍ଟାଣ୍ଟିନ ଗାବୋଭ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ଆଲେକ୍ସୀ ନାଭାଲନିଙ୍କ ପକ୍ଷରୁ ବ୍ୟବହୃତ ହୋଇଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, କନଷ୍ଟାଣ୍ଟିନ ଗାବୋଭ ଋଷର ଟେଲିଭିଜନ ଚ୍ୟାନେଲ ପାଇଁ କାମ କରନ୍ତି। ଏହା ବ୍ୟତୀତ ସେ ବେଲାଋଷର ନ୍ୟୁଜ୍ ଏଜେନ୍ସିରେ ମଧ୍ୟ କାର୍ଯ୍ୟ କରିଥିଲେ। ଜୁନ୍ 27 ପର୍ଯ୍ୟନ୍ତ ସେ ପ୍ରି-ଟ୍ରାଏଲ୍ ହେପାଜତରେ ରହିବେ ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅନ୍ୟତମ ସମାଲୋଚକ ଆଲେକ୍ସୀ ନାଭାଲିନ୍ ଆର୍କଟିକ୍ ଜେଲରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ନାଭାଲିନଙ୍କ ଅଧିକାଂଶ ସହଯୋଗୀ ନିର୍ବାସନରେ ଅଛନ୍ତି କିମ୍ବା ଜେଲ ଦଣ୍ଡ ଭୋଗୁଛନ୍ତି।