ଋଷିମାଳରେ ମହାବାରୁଣୀ ଯାତ୍ରା: ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ
ଦାରିଙ୍ଗବାଡି,୨୭।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ିକାରିପି ଗ୍ରାମ ଅଞ୍ଚଳରେ ଥିବା ପବିତ୍ର ତୀର୍ଥକ୍ଷେତ୍ର ଋଷିମାଳଠାରେ ମହାବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଥମ ଦିନରେ କଳସ ଯାତ୍ରା,ମଣ୍ଡଳାଧୀବାସ, ଅଙ୍କୁରରୋପଣ ଆଦି କରାଯାଇ ଶୁଭାରମ୍ଭ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଗୁରୁବାର ସକାଳ ୭ରେ ବାରୁଣୀ ଆରତୀ ଏବଂ ବାରୁଣୀ ବୁଡ଼ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ସାଧୁସନ୍ଥଙ୍କ ସମ୍ମିଳନୀ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲାରୁ […] The post ଋଷିମାଳରେ ମହାବାରୁଣୀ ଯାତ୍ରା: ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ appeared first on Dharitri Odia News.
ଦାରିଙ୍ଗବାଡି,୨୭।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ିକାରିପି ଗ୍ରାମ ଅଞ୍ଚଳରେ ଥିବା ପବିତ୍ର ତୀର୍ଥକ୍ଷେତ୍ର ଋଷିମାଳଠାରେ ମହାବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଥମ ଦିନରେ କଳସ ଯାତ୍ରା,ମଣ୍ଡଳାଧୀବାସ, ଅଙ୍କୁରରୋପଣ ଆଦି କରାଯାଇ ଶୁଭାରମ୍ଭ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଗୁରୁବାର ସକାଳ ୭ରେ ବାରୁଣୀ ଆରତୀ ଏବଂ ବାରୁଣୀ ବୁଡ଼ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ସାଧୁସନ୍ଥଙ୍କ ସମ୍ମିଳନୀ ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲାରୁ ଅଯୋଧ୍ୟା ଦାସ ମହାରାଜ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚିତ୍ରକୁଟ ଆଶ୍ରମର ସାଧୁ ରାଜେନ୍ଦ୍ରାନନ୍ଦ ସାରସ୍ବତୀଜୀ, ଓଁକାରନନ୍ଦ ସରସ୍ବତୀଜୀ, ବେଲଗୁଣ୍ଠା ପରମାନନ୍ଦ ଆଶ୍ରମର ସନ୍ଥ ଶ୍ରୀଭୁବେନେସାନନ୍ଦ ସରସ୍ବତୀଜୀ ପ୍ରମୁଖ ଯୋଗଦାନ କରିଥିଲେ। ବିଶ୍ୱହିନ୍ଦୁ ପରିଷଦର ଆବାହକ ମନୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ଶନିବାର ଉଦଯାପନ ହେବ ବୋଲି ଋଷିମାଳ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
The post ଋଷିମାଳରେ ମହାବାରୁଣୀ ଯାତ୍ରା: ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ appeared first on Dharitri Odia News.