ଋଷ୍ ଉପରେ ୟୁକ୍ରେନର ଘନଘନ ଡ୍ରୋନ୍ ମାଡ଼; ରାତି ସାରା ବାଜିଲା ସାଇରନ୍, ଥରିଲା ମସ୍କୋ

ନୂଆଦିଲ୍ଲୀ: ୟୁକ୍ରେନ-ଋଷ୍ ମଧ୍ୟରେ ଯୁଦ୍ଧ ପୁଣି ଥରେ ତୀବ୍ର ହେବାରେ ଲାଗିଛି । ଶନିବାର ୟୁକ୍ରେନ ସେନା ଋଷ ସହର ଉପରେ ହମଲା କରିଛନ୍ତି । ରାତି ସାରା ଡ୍ରୋନ୍ ଦ୍ବାରା ଆକ୍ରମଣ କରିଛି କରିଛି ୟୁକ୍ରେନ । ରାଜଧାନୀ ମସ୍କୋ ଉପରେ ୨୬ଟି ମାନବ ବିହୀନ ଡ୍ରୋନ୍ ମାଡ଼ ହୋଇଛି । ଯାହାକୁ ଋଷ୍ ସେନା ଆକାଶରେ ନଷ୍ଟ କରିଦେଇଛି । ଏହି ସମୟରେ ଜରୁରୀକାଳୀନ ସାଇରନ ବାଜିଥିଲା । ୟୁକ୍ରେନର ଏହା ଏକ ଷଡ଼ଯନ୍ତ୍ର ଏବଂ ପଶ୍ଚିମ ଦେଶ ତଥା ଆମେରିକାର ସୈନ୍ୟ ସହାୟତାରେ ୟୁକ୍ରେନ ଏଭଳି କରୁଛି ବୋଲି ଋଷ୍ ଅଧିକାରୀ କହିଛନ୍ତି ।   ଋଷର କ୍ଷେତ୍ରୀୟ ଅଧିକାରୀ କହିଛନ୍ତି, ୟୁକ୍ରେନ ରାତି ସାରା ରାଜଧାନୀ ମସ୍କୋ ସମେତ କିଛି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି । ମସ୍କୋ ମେୟର ସର୍ଗେଈ ସୋବୟାନିନ ଟେଲିଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ୟୁକ୍ରେନ ଦ୍ବାରା ଛଡ଼ାଯାଇଛିବା ସମସ୍ତ ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରି ଦିଆଯାଇଛି । ସ୍ଥାନୀୟ ଗଭର୍ଣ୍ଣର ଆଲେକ୍‌ଜାଣ୍ଡର ବୋଗମାଜ କହିଛନ୍ତି,  ଋଷର ଦକ୍ଷିଣ-ପଶ୍ଚିମରେ ଥିବା ବ୍ରାନସ୍କ କ୍ଷେତ୍ରର ସୀମାବର୍ତ୍ତୀ ଅଞ୍ଚଳରେ ୨୬ଟି ଡ୍ରୋନକୁ ମାରିଖସାଇଛି ଋଷ ସେନା ।  କେବଳ ବିରୋନିଶ କ୍ଷେତ୍ରରେ ୧୦ଟି ଡ୍ରୋନକୁ ନଷ୍ଟ କରାଯାଇଛି । ଏହି ହମଲାକୁ ନେଇ ୟୁକ୍ରେନ ଏଯାଏ କୌଣସି ଟିପ୍ପଣୀ ଦେଇନାହିଁ । ଗତ କିଛି ସପ୍ତାହ ହେଲା ୟୁକ୍ରେନ ଋଷ୍ ଉପରେ କାଉଣ୍ଟର ଆଟାକ୍ କରୁଛି । ୟୁକ୍ରେନ ସେନା ଗତ ଅଗଷ୍ଟ ୫ରେ ଋଷର କୁସ୍‌ର୍କ

ଋଷ୍ ଉପରେ ୟୁକ୍ରେନର ଘନଘନ ଡ୍ରୋନ୍ ମାଡ଼; ରାତି ସାରା ବାଜିଲା ସାଇରନ୍, ଥରିଲା ମସ୍କୋ

ନୂଆଦିଲ୍ଲୀ: ୟୁକ୍ରେନ-ଋଷ୍ ମଧ୍ୟରେ ଯୁଦ୍ଧ ପୁଣି ଥରେ ତୀବ୍ର ହେବାରେ ଲାଗିଛି । ଶନିବାର ୟୁକ୍ରେନ ସେନା ଋଷ ସହର ଉପରେ ହମଲା କରିଛନ୍ତି । ରାତି ସାରା ଡ୍ରୋନ୍ ଦ୍ବାରା ଆକ୍ରମଣ କରିଛି କରିଛି ୟୁକ୍ରେନ । ରାଜଧାନୀ ମସ୍କୋ ଉପରେ ୨୬ଟି ମାନବ ବିହୀନ ଡ୍ରୋନ୍ ମାଡ଼ ହୋଇଛି । ଯାହାକୁ ଋଷ୍ ସେନା ଆକାଶରେ ନଷ୍ଟ କରିଦେଇଛି । ଏହି ସମୟରେ ଜରୁରୀକାଳୀନ ସାଇରନ ବାଜିଥିଲା । ୟୁକ୍ରେନର ଏହା ଏକ ଷଡ଼ଯନ୍ତ୍ର ଏବଂ ପଶ୍ଚିମ ଦେଶ ତଥା ଆମେରିକାର ସୈନ୍ୟ ସହାୟତାରେ ୟୁକ୍ରେନ ଏଭଳି କରୁଛି ବୋଲି ଋଷ୍ ଅଧିକାରୀ କହିଛନ୍ତି ।   

ଋଷର କ୍ଷେତ୍ରୀୟ ଅଧିକାରୀ କହିଛନ୍ତି, ୟୁକ୍ରେନ ରାତି ସାରା ରାଜଧାନୀ ମସ୍କୋ ସମେତ କିଛି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି । ମସ୍କୋ ମେୟର ସର୍ଗେଈ ସୋବୟାନିନ ଟେଲିଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ୟୁକ୍ରେନ ଦ୍ବାରା ଛଡ଼ାଯାଇଛିବା ସମସ୍ତ ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରି ଦିଆଯାଇଛି । ସ୍ଥାନୀୟ ଗଭର୍ଣ୍ଣର ଆଲେକ୍‌ଜାଣ୍ଡର ବୋଗମାଜ କହିଛନ୍ତି,  ଋଷର ଦକ୍ଷିଣ-ପଶ୍ଚିମରେ ଥିବା ବ୍ରାନସ୍କ କ୍ଷେତ୍ରର ସୀମାବର୍ତ୍ତୀ ଅଞ୍ଚଳରେ ୨୬ଟି ଡ୍ରୋନକୁ ମାରିଖସାଇଛି ଋଷ ସେନା ।  କେବଳ ବିରୋନିଶ କ୍ଷେତ୍ରରେ ୧୦ଟି ଡ୍ରୋନକୁ ନଷ୍ଟ କରାଯାଇଛି । ଏହି ହମଲାକୁ ନେଇ ୟୁକ୍ରେନ ଏଯାଏ କୌଣସି ଟିପ୍ପଣୀ ଦେଇନାହିଁ । 

ଗତ କିଛି ସପ୍ତାହ ହେଲା ୟୁକ୍ରେନ ଋଷ୍ ଉପରେ କାଉଣ୍ଟର ଆଟାକ୍ କରୁଛି । ୟୁକ୍ରେନ ସେନା ଗତ ଅଗଷ୍ଟ ୫ରେ ଋଷର କୁସ୍‌ର୍କକୁ କବଜା କରିଛି । ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯେବେ ଠାରୁ ଘରୋଇ ଡ୍ରୋନ୍ ଉଦ୍ୟୋଗକୁ ବଢ଼ାଇଛି, ସେବେଠୁ କୀଭ୍ ଋଷ୍ ଉପରେ ଡ୍ରୋନ୍ ଆକ୍ରମଣ କରୁଛି । ୟୁକ୍ରେନ ସେନା ଋଷର ଆଣବିକ ଉର୍ଜା, ସୈନ୍ୟ ଠିକଣା ଏବଂ ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରି ଡ୍ରୋନ ମାଡ଼ କରୁଛି ।...