ଏ କି କଳିଯୁଗ ଆସିଲା! ଜଗତରନାଥ ଜଗନ୍ନାଥଙ୍କୁ ବି ଛାଡ଼ୁନାହାନ୍ତି ଦୁର୍ବୃତ୍ତ
ଏମିତି କଳିଯୁଗ ଆସିଲା ଏଠି ମଣିଷ ତ ଦୂରର କଥା ଭଗବାନଙ୍କୁ ବି ଡରୁନାହାନ୍ତି ଦୁର୍ବୁତ୍ତ । ନିଜ ସ୍ୱାର୍ଥ ପାଇଁ ଜଗତରନାଥ ଜଗନ୍ନାଥଙ୍କୁ ବି ଦେଉଛନ୍ତି ଏମାନେ ଚ୍ୟାଲେଞ୍ଜ । ହଁ ଦର୍ଶକବନ୍ଧୁ, ମନ୍ଦିର ଉପରେ ଏବେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁସୀମା ପାର୍ କରୁଛନ୍ତି ଏ ଚୋରମାନେ । ଶେଷରେ ଠାକୁରଙ୍କୁ ବି ଲୁଟିବାକୁ ଦେଉନାହାନ୍ତି ପଛ ଘୁଞ୍ଚା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜଗନ୍ନାଥ ମନ୍ଦିରରେ […] The post ଏ କି କଳିଯୁଗ ଆସିଲା! ଜଗତରନାଥ ଜଗନ୍ନାଥଙ୍କୁ ବି ଛାଡ଼ୁନାହାନ୍ତି ଦୁର୍ବୃତ୍ତ appeared first on KNews Odisha.

ଏମିତି କଳିଯୁଗ ଆସିଲା ଏଠି ମଣିଷ ତ ଦୂରର କଥା ଭଗବାନଙ୍କୁ ବି ଡରୁନାହାନ୍ତି ଦୁର୍ବୁତ୍ତ । ନିଜ ସ୍ୱାର୍ଥ ପାଇଁ ଜଗତରନାଥ ଜଗନ୍ନାଥଙ୍କୁ ବି ଦେଉଛନ୍ତି ଏମାନେ ଚ୍ୟାଲେଞ୍ଜ । ହଁ ଦର୍ଶକବନ୍ଧୁ, ମନ୍ଦିର ଉପରେ ଏବେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁସୀମା ପାର୍ କରୁଛନ୍ତି ଏ ଚୋରମାନେ । ଶେଷରେ ଠାକୁରଙ୍କୁ ବି ଲୁଟିବାକୁ ଦେଉନାହାନ୍ତି ପଛ ଘୁଞ୍ଚା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜଗନ୍ନାଥ ମନ୍ଦିରରେ ।
ମନ୍ଦିରର ହୁଣ୍ଡି ଭାଙ୍ଗି ୪୦ରୁ ୫୦ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । କେବଳ ଯେ ଟଙ୍କା ପଇସା ତା’ ନୁହେଁ ଠାକୁର ପିନ୍ଧିଥିବା ଅଳଙ୍କାର ବି ଲୁଟିନେଇଛନ୍ତି । ସୂଚନା ଅନୁଯାୟୀ ଏହି ଦୁର୍ବୃତ୍ତ ଠାକୁରଙ୍କ ପ୍ରାୟ ୧୫ ଶହ ଗ୍ରାମ ରୁପାର ନାକଚଣା ଏବଂ ଚିତା ନେଇଯାଇଛନ୍ତି । ନୟାଗଡ ପୁରୁଣା ସହରର ଜଗନ୍ନାଥ ମନ୍ଦିରରୂ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସକାଳୁ ବଡପଣ୍ଡା ମନ୍ଦିର ଖୋଲିଲା ପରେ ମନ୍ଦିରର ଝୁଲଣଘରେ ରହିଥିବା ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ ।
ପରେ ତିନିଠାକୁରଙ୍କ ବହୁ ରୁପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଥିଲା । ବଳଭଦ୍ରଙ୍କ ମୁଣ୍ଡରେ ଲାଗିଥିବା ରୁପାର ନାଗମୂର୍ତ୍ତି, ଜଗନ୍ନାଥଙ୍କ ରୁପାର କିରଟି ଏବଂ ନାକଚଣା ଓ ସୁଭଦ୍ରାଙ୍କ କିରଟି ସହ ତିନି ଠାକୁରଙ୍କ ରୁପାର ଅଣ୍ଟାସୂତା ଦୁର୍ବୃତ୍ତମାନେ ଲୁଟିନେଇଛନ୍ତି । ଏହା ବ୍ୟତୀତ ହୁଣ୍ଡିରୁ ପ୍ରାୟ ୫୦ହଜାର ଟଙ୍କା ଏବଂ ଠାକୁରଙ୍କ ପ୍ରାୟ ୧୫ ଶହ ଗ୍ରାମ ରୁପାର ଅଳଙ୍କାର ଚୋରୀ ହୋଇଥିବା ମନ୍ଦିର ପରିଚାଳକ କହିଛନ୍ତି । ଲୁଟର ଖବର ପାଇ ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି ।
ଏହା ସହିତ ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମନ୍ଦିରରେ ରାତ୍ରଜଗୁଆଳି ରହିଥିବାବେଳେ ଚୋର କିପରି ଚୋରି କଲେ ଏବଂ ରାତ୍ର ଜଗୁଆଳି ଜାଣିପାରିଲେ ନାହିଁ ତାହା ନେଇ ଏବେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ମନ୍ଦିରରୁ ବାରମ୍ବାର ଏଭଳି ଚୋରିକୁ ନେଇ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନରେ ଆଘାତ ଲାଗିଥିବାବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଖୁବ ଅସନ୍ତୋଷ ଜାହିର କରିଛନ୍ତି ।
The post ଏ କି କଳିଯୁଗ ଆସିଲା! ଜଗତରନାଥ ଜଗନ୍ନାଥଙ୍କୁ ବି ଛାଡ଼ୁନାହାନ୍ତି ଦୁର୍ବୃତ୍ତ appeared first on KNews Odisha.