ଏ କେମିତିକା ମା’? ୨୦ ମାସର ଶିଶୁକୁ ଜୋର ଜବରଦସ୍ତ ପିଆଇଲେ ମଦ-ସିଗାରେଟ୍‌; ଭିଡିଓ ଭାଇରାଲ ପରେ…

ଆଜିକାଲି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆଶାରେ ଚକିତ କଲା ଭଳି କାମ କରୁଛନ୍ତି କିଛି ବ୍ୟବହାରକାରୀ। ଏଭଳି ଏକ ଘଟଣାକ୍ରମରେ ଆସାମରେ ଜଣେ ମା’ ନିଜର ୨୦ ମାସର ଛୁଆକୁ ସିଗାରେଟ୍‌ ଏବଂ ମଦ ପିଇବାକୁ ବାଧ୍ୟ କରିଥିଲେ। ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଚାଇଲ୍ଡ ହେଲ୍ପଲାଇନ୍‌ ସେଲ୍‌କୁ ଖବର ଦିଆଯାଇଥିଲା। ସଂସ୍ଥା ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇ ଉକ୍ତ ମା’ଙ୍କୁ ଅଟକ ରଖାଯାଇଛି। ଆସାମ ଟ୍ରିବୁନ୍‌ରେ ବାହାରିଥିବା ଏକ ରିପୋର୍ଟ […] The post ଏ କେମିତିକା ମା’? ୨୦ ମାସର ଶିଶୁକୁ ଜୋର ଜବରଦସ୍ତ ପିଆଇଲେ ମଦ-ସିଗାରେଟ୍‌; ଭିଡିଓ ଭାଇରାଲ ପରେ… appeared first on Dharitri Odia News.

ଏ କେମିତିକା ମା’? ୨୦ ମାସର ଶିଶୁକୁ ଜୋର ଜବରଦସ୍ତ ପିଆଇଲେ ମଦ-ସିଗାରେଟ୍‌; ଭିଡିଓ ଭାଇରାଲ ପରେ…

ଆଜିକାଲି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆଶାରେ ଚକିତ କଲା ଭଳି କାମ କରୁଛନ୍ତି କିଛି ବ୍ୟବହାରକାରୀ। ଏଭଳି ଏକ ଘଟଣାକ୍ରମରେ ଆସାମରେ ଜଣେ ମା’ ନିଜର ୨୦ ମାସର ଛୁଆକୁ ସିଗାରେଟ୍‌ ଏବଂ ମଦ ପିଇବାକୁ ବାଧ୍ୟ କରିଥିଲେ। ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଚାଇଲ୍ଡ ହେଲ୍ପଲାଇନ୍‌ ସେଲ୍‌କୁ ଖବର ଦିଆଯାଇଥିଲା। ସଂସ୍ଥା ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇ ଉକ୍ତ ମା’ଙ୍କୁ ଅଟକ ରଖାଯାଇଛି।

ଆସାମ ଟ୍ରିବୁନ୍‌ରେ ବାହାରିଥିବା ଏକ ରିପୋର୍ଟ ଅନୁଯାୟୀ, ଚାଇଲ୍ଡ ହେଲ୍ପଲାଇନ୍‌ ଅଧିକାରୀଙ୍କ କହିବା ଅନୁଯାୟୀ ଘଟଣାଟି ସିଲ୍‌ଚରର ଚେଙ୍ଗକୁରୀ ଅଞ୍ଚଳର। ସେଠାର ଜଣେ ମହିଳା ନିଜର ଶିଶୁକୁ ବ୍ୟବହାର କରି ସୋସିଆଲ ମିଡିଆରେ ଭିଡିଓ ଛାଡ଼ୁଥିଲେ। ପୋଲିସ ଉଭୟ ମା’ ଏବଂ ଶିଶୁକୁ ହେପାଜତକୁ ନେଇ ଯାଞ୍ଚ କରୁଛି।

ତେବେ ସୋସିଆଲ ମିଡିଆରେ ମହିଳାଙ୍କ ଭିଡିଓ ଦେଖିବା ପରେ ଲୋକମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଅନେକ ବ୍ୟବହାରକାରୀ ତାଙ୍କର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

The post ଏ କେମିତିକା ମା’? ୨୦ ମାସର ଶିଶୁକୁ ଜୋର ଜବରଦସ୍ତ ପିଆଇଲେ ମଦ-ସିଗାରେଟ୍‌; ଭିଡିଓ ଭାଇରାଲ ପରେ… appeared first on Dharitri Odia News.