ଏ ପରାଜୟ ଆପ୍ ଅନ୍ତର ଆରମ୍ଭ ; କେଜ୍ରିୱାଲଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ ଭୂଷଣ
କନକ ବ୍ୟୁରୋ: ସୋସିଆଲ ମିଡିଆ ଏକ୍ସରେ ଆପର ପୂର୍ବତନ ନେତା ତଥା ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ସହ ପରାଜୟ ପାଇଁ କେଜ୍ରିୱାଲଙ୍କୁ ଦାୟି କରିଛନ୍ତି। କହିଛନ୍ତି, ’ଏ ପରାଜୟ ଆପ୍ ଅନ୍ତର ଆରମ୍ଭ’। କେଜ୍ରିୱାଲ ପାର୍ଟିକୁ ଏହାର ମୂଳ ବିଚାରଧାରା ତଥା ଉଦ୍ଦେଶ୍ୟରୁ ବିଚ୍ୟୁତ କରିଥିବାରୁ ଆଜି ଏଭଳି ପରିସ୍ଥିତି ସଅଷ୍ଟି ହେଲା। ପ୍ରଶାନ୍ତ ଭୂଷଣ କହିଛନ୍ତି, ଆପ୍ ଯେଉଁ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ତାକୁ ଲୋକେ ଗ୍ରହଣ କରିଥିଲେ । ହେଲେ ସମୟ କ୍ରମେ କେଜ୍ରିୱାଲ ଏହାକୁ ଏକ ଏକଛତ୍ରବାଦ, ବିକଳ୍ପ ରାଜନୈତିକ ଦଳରେ ବଦଳାଇ ଦେଲେ। ’ଶିଶମହଲ’ ପ୍ରସଙ୍ଗରେ ମଧ୍ୟ ସେ କେଜ୍ରିୱାଲଙ୍କୁ ଘେରିଛନ୍ତି, ଯେଉଁଥିରେ ନିଜ ସରକାରୀ ଭବନକୁ ନବୀକରଣ କରିବାକୁ ୪୫ କୋଟି ଖର୍ଚ୍ଚ କରିବାର ଅଭିଯୋଗ ଆସିଥିଲା । ନିଜେ ମୁଖ୍ୟମନ୍ତ୍ରୀ ନିଜ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ଏବଂ ଦାମୀ ଗାଡିରେ ବୁଲିଲେ। ଫଳରେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି।
କନକ ବ୍ୟୁରୋ: ସୋସିଆଲ ମିଡିଆ ଏକ୍ସରେ ଆପର ପୂର୍ବତନ ନେତା ତଥା ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ସହ ପରାଜୟ ପାଇଁ କେଜ୍ରିୱାଲଙ୍କୁ ଦାୟି କରିଛନ୍ତି। କହିଛନ୍ତି, ’ଏ ପରାଜୟ ଆପ୍ ଅନ୍ତର ଆରମ୍ଭ’। କେଜ୍ରିୱାଲ ପାର୍ଟିକୁ ଏହାର ମୂଳ ବିଚାରଧାରା ତଥା ଉଦ୍ଦେଶ୍ୟରୁ ବିଚ୍ୟୁତ କରିଥିବାରୁ ଆଜି ଏଭଳି ପରିସ୍ଥିତି ସଅଷ୍ଟି ହେଲା।
ପ୍ରଶାନ୍ତ ଭୂଷଣ କହିଛନ୍ତି, ଆପ୍ ଯେଉଁ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ତାକୁ ଲୋକେ ଗ୍ରହଣ କରିଥିଲେ । ହେଲେ ସମୟ କ୍ରମେ କେଜ୍ରିୱାଲ ଏହାକୁ ଏକ ଏକଛତ୍ରବାଦ, ବିକଳ୍ପ ରାଜନୈତିକ ଦଳରେ ବଦଳାଇ ଦେଲେ। ’ଶିଶମହଲ’ ପ୍ରସଙ୍ଗରେ ମଧ୍ୟ ସେ କେଜ୍ରିୱାଲଙ୍କୁ ଘେରିଛନ୍ତି, ଯେଉଁଥିରେ ନିଜ ସରକାରୀ ଭବନକୁ ନବୀକରଣ କରିବାକୁ ୪୫ କୋଟି ଖର୍ଚ୍ଚ କରିବାର ଅଭିଯୋଗ ଆସିଥିଲା । ନିଜେ ମୁଖ୍ୟମନ୍ତ୍ରୀ ନିଜ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ଏବଂ ଦାମୀ ଗାଡିରେ ବୁଲିଲେ। ଫଳରେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି।