ଏ ହେଉଛି ପାକିସ୍ତାନର ସବୁଠାରୁ ଦାମୀ ଘର, ମୁକେଶ ଅମ୍ବାନୀଙ୍କ ଆଣ୍ଟାଲିଆକୁ ଦିଏ ଟକ୍କର

ନୂଆଦିଲ୍ଲୀ ୦୨।୦୬ : ଆର୍ଥିକ ସଙ୍କଟ ମଧ୍ୟରେ ଘେରି ରହିଛି ପଡୋଶୀ ପାକିସ୍ତାନ । କିନ୍ତୁ ପାକିସ୍ତାନରେ ଏପରି କିଛି ଜିନିଷ ରହିଛି, ଯାହା ଭବ୍ୟତା ଦୃଷ୍ଟିରୁ ଅନେକଙ୍କୁ ପଛରେ ପକାଇଥାଏ । ପାକିସ୍ତାନ ଏପରି ଏକ ଘର ରହିଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର । ଏହା ହେଉଛି ପାକିସ୍ତାନର ସବୁଠାରୁ ଦାମୀ ଘର । ଏହି ଆଲିସାନ୍ ଘର ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆକୁ ଦେଇଥାଏ ଟକ୍କର୍ । ଏହି ଘରକୁ ଦେଖିଲେ ରାଜା-ମହାରାଜାଙ୍କ ଶାନ୍ଶୌକତ ବିଷୟରେ ଜାଣିହୁଏ । ଆସନ୍ତୁ ଜାଣିବା ଏହି ଆଲିସାନ ମହଲ ବିଷୟରେ…ପାକିସ୍ତାନର ଇସଲାମାବାଦର ଗୁଲବର୍ଗ ଅଞ୍ଚଳ ନିଜର ବିଳାସପୂର୍ଣ୍ଣ ଭିଲ୍ଲା ଏବଂ ମହଲ ପାଇଁ ଜଣାଶୁଣା । ପାକିସ୍ତାନର ସବୁଠାରୁ ଆଲିସାନ ମହଲ ଗୁଲବର୍ଗ । ଏହି ସ୍ଥାନକୁ ସମସ୍ତେ ଯାଇ ରହିବାକୁ ଚାହାଁନ୍ତି । ଗୁଲବର୍ଗ ଅଞ୍ଚଳ ଏହାର ସୁନ୍ଦର ଏବଂ ଭବ୍ୟ ଫାର୍ମ ହାଉସ୍ ପାଇଁ ପ୍ରସିଦ୍ଧ । ଗୁଲବର୍ଗ ମଧ୍ୟ ପାକିସ୍ତାନର ସବୁଠାରୁ ଦାମୀ ସ୍ଥାନ । ଗୋଟିଏ ସହରରେ ଯେତିକି ବଗିଚା ନଥିବ, ଏହି ମହଲର ଚାରିପାଖରେ ତାଠାରୁ ଅଧିକ ବଗିଚା ରହିଛି । ମହଲରେ ୧୦ଟି ଶୟନ କକ୍ଷ ଏବଂ ୧୦ଟି ବଡ ବାଥରୁମ ଅଛି । ଯେଉଁଥିରେ ଏକ ସୁଇମିଂ ପୁଲ, ଜିମ, ଥିଏଟର, ଲାଉଞ୍ଜ ଏରିଆ ଏବଂ ଏକ ବଡ ଗ୍ୟାରେଜ ରହିଛି । ଖାସ୍ କଥା ହେଉଛି ଏହା ଉଭୟ ମୋଗଲ ଏବଂ ଆଧୁନିକ ଶୈଳୀରେ ଡିଜାଇନ୍ କରାଯାଇଛି । ଏହାର ବଗିଚାରେ ଆମେରିକାରୁ ଆସିଥିବା ଖଜୁରୀ ଗଛ ଲଗାଯାଇଛି । ଏହାବ୍ୟତୀତ

ଏ ହେଉଛି ପାକିସ୍ତାନର ସବୁଠାରୁ ଦାମୀ ଘର, ମୁକେଶ ଅମ୍ବାନୀଙ୍କ ଆଣ୍ଟାଲିଆକୁ ଦିଏ ଟକ୍କର

ନୂଆଦିଲ୍ଲୀ ୦୨।୦୬ : ଆର୍ଥିକ ସଙ୍କଟ ମଧ୍ୟରେ ଘେରି ରହିଛି ପଡୋଶୀ ପାକିସ୍ତାନ । କିନ୍ତୁ ପାକିସ୍ତାନରେ ଏପରି କିଛି ଜିନିଷ ରହିଛି, ଯାହା ଭବ୍ୟତା ଦୃଷ୍ଟିରୁ ଅନେକଙ୍କୁ ପଛରେ ପକାଇଥାଏ । ପାକିସ୍ତାନ ଏପରି ଏକ ଘର ରହିଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର । ଏହା ହେଉଛି ପାକିସ୍ତାନର ସବୁଠାରୁ ଦାମୀ ଘର । ଏହି ଆଲିସାନ୍ ଘର ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆକୁ ଦେଇଥାଏ ଟକ୍କର୍ । ଏହି ଘରକୁ ଦେଖିଲେ ରାଜା-ମହାରାଜାଙ୍କ ଶାନ୍ଶୌକତ ବିଷୟରେ ଜାଣିହୁଏ । ଆସନ୍ତୁ ଜାଣିବା ଏହି ଆଲିସାନ ମହଲ ବିଷୟରେ…

ପାକିସ୍ତାନର ଇସଲାମାବାଦର ଗୁଲବର୍ଗ ଅଞ୍ଚଳ ନିଜର ବିଳାସପୂର୍ଣ୍ଣ ଭିଲ୍ଲା ଏବଂ ମହଲ ପାଇଁ ଜଣାଶୁଣା । ପାକିସ୍ତାନର ସବୁଠାରୁ ଆଲିସାନ ମହଲ ଗୁଲବର୍ଗ । ଏହି ସ୍ଥାନକୁ ସମସ୍ତେ ଯାଇ ରହିବାକୁ ଚାହାଁନ୍ତି । ଗୁଲବର୍ଗ ଅଞ୍ଚଳ ଏହାର ସୁନ୍ଦର ଏବଂ ଭବ୍ୟ ଫାର୍ମ ହାଉସ୍ ପାଇଁ ପ୍ରସିଦ୍ଧ । ଗୁଲବର୍ଗ ମଧ୍ୟ ପାକିସ୍ତାନର ସବୁଠାରୁ ଦାମୀ ସ୍ଥାନ । 

ଗୋଟିଏ ସହରରେ ଯେତିକି ବଗିଚା ନଥିବ, ଏହି ମହଲର ଚାରିପାଖରେ ତାଠାରୁ ଅଧିକ ବଗିଚା ରହିଛି । ମହଲରେ ୧୦ଟି ଶୟନ କକ୍ଷ ଏବଂ ୧୦ଟି ବଡ ବାଥରୁମ ଅଛି । ଯେଉଁଥିରେ ଏକ ସୁଇମିଂ ପୁଲ, ଜିମ, ଥିଏଟର, ଲାଉଞ୍ଜ ଏରିଆ ଏବଂ ଏକ ବଡ ଗ୍ୟାରେଜ ରହିଛି । ଖାସ୍ କଥା ହେଉଛି ଏହା ଉଭୟ ମୋଗଲ ଏବଂ ଆଧୁନିକ ଶୈଳୀରେ ଡିଜାଇନ୍ କରାଯାଇଛି । ଏହାର ବଗିଚାରେ ଆମେରିକାରୁ ଆସିଥିବା ଖଜୁରୀ ଗଛ ଲଗାଯାଇଛି । ଏହାବ୍ୟତୀତ ଥାଇ ଡିଜାଇନର ଓ୍ବାଟର ଫାଉଁଡେସନ୍ ମଧ୍ୟ କରାଯାଇଛି । ଏହି ରୟାଲ ପ୍ୟାଲେସର ଦାମ୍ ହେଉଛି ୧୨୫ କୋଟି ପାକିସ୍ତାନୀ ଟଙ୍କା।

ଏହା ପାକିସ୍ତାନର ସବୁଠାରୁ ଧନୀ ଅଞ୍ଚଳ କହିଲେ ଭୁଲ୍ ହେବନି । ଗୁଲବର୍ଗ ପାକିସ୍ତାନର ସବୁଠାରୁ ବିଳାସପୂର୍ଣ୍ଣ ଅଞ୍ଚଳ ବୋଲି ବିବେଚନା କରାଯାଏ । ଏହି ଅଞ୍ଚଳରେ ବଡ ବଡ ବିଲିୟନେୟାର, ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍ ତଥା ରାଜନେତା ରୁହନ୍ତି । ଏହି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ମହଲ ରହିଛି, ଯାହା ପାକିସ୍ତାନରେ ବହୁତ ପ୍ରସିଦ୍ଧ । ଏହି ରୟାଲ୍ ପ୍ୟାଲେସ୍ ପ୍ରାୟ ୧୦ଟି କେନାଲ ପରିସରରେ ବ୍ୟାପିଛି । 

ତେବେ ଭାରତର ସବୁଠୁ ଦାମୀ ଘର ବିଷୟରେ କହିବାକୁ ଗଲେ ତା ହେଉଛି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ । ୨୭ ମହଲା ବିଶିଷ୍ଟ ହେଉଛି ଆଣ୍ଟିଲିଆରେ ରହିଛି  ଜିମ୍, ଫିଲ୍ମ ଥିଏଟର ଏବଂ ପୁଲ୍ ଭଳି ଅନେକ ସୁବିଧା । ଆଣ୍ଟିଲିଆର ଦାମ୍ ହେଉଛି ୧୫ହଜାର କୋଟି ।