ଏଆଇସିସି ଓଡ଼ିଶା ଗଠନ କଲା ରାଜନୈତିକ ବ୍ୟାପାର କମିଟି : ଏହି ୨୫ କଂଗ୍ରେସ ନେତାଙ୍କୁ ମିଳିଲା ସ୍ଥାନ
ଭୁବନେଶ୍ୱର : ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି। ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଛନ୍ତି । ଏଥିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ମୁଖ୍ୟ ଦାୟିତ୍ୱରେ ଥିବାବେଳେ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ୪ ପୂର୍ବତନ ପିସିସି […] The post ଏଆଇସିସି ଓଡ଼ିଶା ଗଠନ କଲା ରାଜନୈତିକ ବ୍ୟାପାର କମିଟି : ଏହି ୨୫ କଂଗ୍ରେସ ନେତାଙ୍କୁ ମିଳିଲା ସ୍ଥାନ appeared first on KNews Odisha.

ଭୁବନେଶ୍ୱର : ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି। ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଛନ୍ତି ।
ଏଥିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ମୁଖ୍ୟ ଦାୟିତ୍ୱରେ ଥିବାବେଳେ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ୪ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ନାଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ଅମର ଚନ୍ଦ୍ର ପ୍ରଧାନ, ସୁଶୀଲ ତିରିଆ, ଏପି ସେଠୀ, ରାମ ଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଆସଫ୍ ଅଲ୍ଲି ଖାନ, ତାରା ପ୍ରସାଦ ବାହିନୀ ପତି, ରମେଶ ଜେନା, ସି ଏସ୍ ରାଜନ ଏକ୍କା, ଦେବାଶିଷ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ବିଶ୍ୱରଞ୍ଜନ ମହାନ୍ତି ଏବଂ ସସ୍ମିତା ବେହେରା ପ୍ରମୁଖ ରହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ବିରୋଧରେ କଂଗ୍ରେସ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣେଇଛି । ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ ବେଳେ ଗାନ୍ଧୀ ମାର୍ଗରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ କଂଗ୍ରେସର ବିଧାୟକ, ନେତା ସମେତ ୫ ହଜାର କର୍ମୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ପୋଲିସ କମିଶନର।
ଆହୁରି ପଢ଼ନ୍ତୁ : ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଘୋଷଣା କଲେ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ
The post ଏଆଇସିସି ଓଡ଼ିଶା ଗଠନ କଲା ରାଜନୈତିକ ବ୍ୟାପାର କମିଟି : ଏହି ୨୫ କଂଗ୍ରେସ ନେତାଙ୍କୁ ମିଳିଲା ସ୍ଥାନ appeared first on KNews Odisha.