ଏ.ଆର. ରହମାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ଗୀତ ଚୋରି ପାଇଁ ଲାଗିଲା ୨ କୋଟି ଟଙ୍କାର ଜରିମନା
ନୂଆଦିଲ୍ଲୀ ୨୬।୪: ପ୍ରସିଦ୍ଧ ମ୍ୟୁଜିକ୍ ଡାଇରେକ୍ଟର ଓ ଫଲ୍ମନିର୍ମାତା କମ୍ପାନୀ ମାଡ୍ରାସ ଟକିଜ୍ ପୁଣି ଥରେ ବିବାଦରେ । ଫିଲ୍ମ ‘ପେନ୍ନିୟନ ସେଲଭନ-୨’ର ଗୀତ ଏବେ କପିରାଇଟ୍ ଆକ୍ଟରେ ଫଶିଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇ ଏ.ଆର.ରହମାନ ଓ ମାଡ୍ରାସ ଟକିଜ୍ କୁ ୨ କୋଟି ଟଙ୍କା ଜରିମନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦ କ୍ଲାସିକାଲ ଗାୟକ ଫୈୟାଜ ଭସିଫୁଦ୍ଦିନ ଡାଗରଙ୍କ ପକ୍ଷରୁ ରୁଜୁ ପିଟିସନ ପରେ ସାମ୍ନାକୁ ଆସିଛି। ଡାଗର କୋର୍ଟରେ ଦାବି କରିଛନ୍ତି ଯେ ଫିଲ୍ମର ଗୀତ ତାଙ୍କ ପିତା ନାସିର ଫୈୟାଜୁଦ୍ଦିନ ଡାଗର ଓ କାକା ଜହିରୁଦ୍ଦିନ ଡାଗରଙ୍କ ‘ଶିବ ସ୍ତୁତି’ ସହିତ ଅନେକାଂଶରେ ମେଳ ଖାଉଛି। ସେ ଅଭିଯୋଗ କରିଛନ୍ତି ଯେ ଗୀତର ସ୍ୱର ଓ ଭାବ ‘ଶିବ ସ୍ତୁତି’ରୁ କପି କରାଯାଇଛି, ତେବେ ଏଥି ପାଇଁ ଡାଗର ପରିବାରକୁ କୌଣସି ଶ୍ରେୟ ଦିଆଯାଇ ନାହିଁ। କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ ଗୀତ ‘ବୀରା ରାଜା ବୀରା’ କେବଳ ଶିବ ସ୍ତୁତିରୁ ପ୍ରେରିତ ନୁହେଁ ବରଂ ଏହି ରଚନାର ପରିବର୍ତ୍ତିତ ରୂପ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପ୍ରତିଭା ଏମ.ସିଂହ ସ୍ପଷ୍ଟ ଭାବେ କହିଛନ୍ତି ଗୀତରେ କ୍ଲାସିକାଲ ରଚନାର ଉପଯୋଗ ହୋଇଛି, ହେଲେ ଏହାର ଅସଲି ରଚୟିତାଙ୍କୁ ନା କୌଣସି ଶ୍ରେୟ ଦିଆଯାଇଛି ନା ତାଙ୍କର ସ୍ୱୀକୃତି ନିଆଯାଇଛି। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଗୀତ ଓ ଫିଲ୍ମର ସବୁ ଡିଜିଟାଲ ପ୍ଲାଟ
ନୂଆଦିଲ୍ଲୀ ୨୬।୪: ପ୍ରସିଦ୍ଧ ମ୍ୟୁଜିକ୍ ଡାଇରେକ୍ଟର ଓ ଫଲ୍ମନିର୍ମାତା କମ୍ପାନୀ ମାଡ୍ରାସ ଟକିଜ୍ ପୁଣି ଥରେ ବିବାଦରେ । ଫିଲ୍ମ ‘ପେନ୍ନିୟନ ସେଲଭନ-୨’ର ଗୀତ ଏବେ କପିରାଇଟ୍ ଆକ୍ଟରେ ଫଶିଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇ ଏ.ଆର.ରହମାନ ଓ ମାଡ୍ରାସ ଟକିଜ୍ କୁ ୨ କୋଟି ଟଙ୍କା ଜରିମନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦ କ୍ଲାସିକାଲ ଗାୟକ ଫୈୟାଜ ଭସିଫୁଦ୍ଦିନ ଡାଗରଙ୍କ ପକ୍ଷରୁ ରୁଜୁ ପିଟିସନ ପରେ ସାମ୍ନାକୁ ଆସିଛି।
ଡାଗର କୋର୍ଟରେ ଦାବି କରିଛନ୍ତି ଯେ ଫିଲ୍ମର ଗୀତ ତାଙ୍କ ପିତା ନାସିର ଫୈୟାଜୁଦ୍ଦିନ ଡାଗର ଓ କାକା ଜହିରୁଦ୍ଦିନ ଡାଗରଙ୍କ ‘ଶିବ ସ୍ତୁତି’ ସହିତ ଅନେକାଂଶରେ ମେଳ ଖାଉଛି। ସେ ଅଭିଯୋଗ କରିଛନ୍ତି ଯେ ଗୀତର ସ୍ୱର ଓ ଭାବ ‘ଶିବ ସ୍ତୁତି’ରୁ କପି କରାଯାଇଛି, ତେବେ ଏଥି ପାଇଁ ଡାଗର ପରିବାରକୁ କୌଣସି ଶ୍ରେୟ ଦିଆଯାଇ ନାହିଁ। କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ ଗୀତ ‘ବୀରା ରାଜା ବୀରା’ କେବଳ ଶିବ ସ୍ତୁତିରୁ ପ୍ରେରିତ ନୁହେଁ ବରଂ ଏହି ରଚନାର ପରିବର୍ତ୍ତିତ ରୂପ।
ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପ୍ରତିଭା ଏମ.ସିଂହ ସ୍ପଷ୍ଟ ଭାବେ କହିଛନ୍ତି ଗୀତରେ କ୍ଲାସିକାଲ ରଚନାର ଉପଯୋଗ ହୋଇଛି, ହେଲେ ଏହାର ଅସଲି ରଚୟିତାଙ୍କୁ ନା କୌଣସି ଶ୍ରେୟ ଦିଆଯାଇଛି ନା ତାଙ୍କର ସ୍ୱୀକୃତି ନିଆଯାଇଛି। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଗୀତ ଓ ଫିଲ୍ମର ସବୁ ଡିଜିଟାଲ ପ୍ଲାଟଫର୍ମରେ ଡାଗର ଭ୍ରାତାଙ୍କୁ କ୍ରେଡିଟ୍ ଦେବା ବାଧ୍ୟତାମୂଳକ। ଏଥି ପାଇଁ ଫୈୟଜ ଡାଗର ୨୦୨୩ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସେ କହିଛନ୍ତି ଯେ ଏଥି ପାଇଁ ସେ ଅନେକବାର ଏ.ଆର.ରହମାନଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଆରମ୍ଭରେ ରହମାନ ଶିବସ୍ତୁତିକୁ କୌଣସି ପ୍ରକାର ମାନିବାକୁ ରାଜି ହୋଇ ନଥିଲେ। ହେଲେ ପରେ କେତେକାଂଶରେ ସ୍ୱୀକାର କରିଥିଲେ। ଏ ନେଇ ଆଲୋଚନା ସତ୍ତ୍ୱେ ସମାଧାନର କୌଣସି ରାସ୍ତା ବାହାରିନଥିଲା। ଏଥିରେ ଏ.ଆର. ରହମାନ ନିଜ ସପକ୍ଷରେ କହିଛନ୍ତି ଯେ ‘ଶିବ ସ୍ତୁତି’ ଏକ ପାରମ୍ପରିକ ଧ୍ରୁପଦ ଶୈଳୀର ରଚନା ଅଟେ, ଯାହା ସାର୍ବଜନିକ ଡୋମେନର ଅଂଶବିଶେଷ।
ସେ ଏହା ମଧ୍ୟ କହିଛନ୍ତି ଯେ ‘ବୀରା ରାଜା ବୀରା’ ଏକ ମୂଳ ରଚନା, ଯାହାକୁ ଆଧୁନିକ ସଂଗୀତ ଟେକନିକ୍ ଓ ୨୨୭ ଲେୟର ସହିତ ପ୍ରସ୍ତୁତ କରାଯାଇଛି। ଏହା ପାରମ୍ପରିକ ଭାରତୀୟ ସଙ୍ଗୀତ ଠାରୁ ପୃଥକ। ତେବେ କୋର୍ଟ ରହମାନଙ୍କ ତର୍କକୁ ଖାରଜ କରି ୨ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ସହିତ ଢାଗର ଭ୍ରାତାଙ୍କୁ ଗୀତର ଶ୍ରେୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।